Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

`ଏକ ଦିବାନେ କି ଦିବାନିୟତ' ମୁଭିର ଟିଜର ହେଲା ରିଲିଜ

Ritu Das
Browse all articles by Ritu Das
·10 months ago·2 min read
`ଏକ ଦିବାନେ କି ଦିବାନିୟତ' ମୁଭିର ଟିଜର ହେଲା ରିଲିଜ

Key Points

ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ଅଭିନେତ୍ରୀ ସୋନମ ବାଜଓ୍ବାଙ୍କ ମୁଭି ଏକ ଦିଓ୍ବାନେ କି ଦିଓ୍ବାନିୟତ ବହୁ ଦିନ ହେଲା ଚର୍ଚ୍ଚାରେ ରହିଥିଲା। ଗୁରୁବାର ଫିଲ୍ମର ଫାଷ୍ଟ ଲୁକ ଦର୍ଶକଙ୍କ ପାଖରେ ପହଞ୍ଚିଛି।

ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ଅଭିନେତ୍ରୀ ସୋନମ ବାଜଓ୍ବାଙ୍କ ମୁଭି ଏକ ଦିଓ୍ବାନେ କି ଦିଓ୍ବାନିୟତ ବହୁ ଦିନ ହେଲା ଚର୍ଚ୍ଚାରେ ରହିଥିଲା। ଗୁରୁବାର ଫିଲ୍ମର ଫାଷ୍ଟ ଲୁକ ଦର୍ଶକଙ୍କ ପାଖରେ ପହଞ୍ଚିଛି। ବହୁତ ଦିନର ଅପେକ୍ଷା ପରେ ଏହି ମୁଭିର ଟିଜର ରିଲିଜ ହୋଇଯାଇଛି। ଦର୍ଶକମାନେ ଏହି ମୁଭି ଟିଜର ଦେଖିବାକୁ ବି ପାଗଳ ହୋଇଯାଇଥିଲେ। ଚାଲନ୍ତୁ ଜାଣିବା ଏହି ମୁଭି ଟିଜରରେ କଣ ଖାସ କଥା ରହିଛି। ଆମେ ଯଦି ଫିଲ୍ମ ଟିଜର କଥା କହିବା ଆପଣ ଦୁଇଜଣ ଲଭବାର୍ଡ୍ସ ହର୍ଷବର୍ଦ୍ଧନ ଏବଂ ସୋନମଙ୍କୁ ଦେଖିବାକୁ ପାଇବେ। ଏମିତି ସିକ୍ବେଲ ଦେଖିବାକୁ ପାଇବେ ଦୁଇ ଜଣ ପ୍ରଥମେ ବିବାହ କରିବାକୁ ଯାଉଥିବେ କିନ୍ତୁ ହଠାତ ତାଙ୍କ ଜୀବନରେ ଏମିତି କଣ ହେବ ଯେ, ଦୁହେଁ କେହି କାହା ମୁହଁ ବି ଦେଖିବାକୁ ପସନ୍ଦ କରୁ ନ ଥିବେ।


ଟିଜରରେ ଆପଣଙ୍କୁ ପ୍ରେମ, ପ୍ରତାରଣା ଏବଂ ସସପେନ୍ସ ଦେଖିବାକୁ ମିଳିବ। ହର୍ଷବର୍ଦ୍ଧନ ତାଙ୍କ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି ଆଉ ଲେଖିଛନ୍ତି ଏବେ ଦୁନିଆ ଦେଖିବ ପ୍ରେମ, ଯନ୍ତ୍ରଣା ଏବଂ ଧୋକା। ଏବେ ପୁରା ବିଶ୍ବ ଦେଖିବ ଜଣେ ଦିଓ୍ବାନାର ଦିଓ୍ବାନିୟତ। ମୁଭି ଅକ୍ଟୋବର ୨୧ ତାରିଖରେ ଓ୍ବାର୍ଲ୍ଡ ଓ୍ବାଇଡ ରିଲିଜ ହେବ। ଏହି ମୁଭି ହେଉଛି ଏକ ରୋମାଣ୍ଟିକ ଡ୍ରାମା ମୁଭି। ଯେଉଁଥିରେ ଆପଣଙ୍କ ହୃଦୟ ଭାଙ୍ଗିବାରୁ ନେଇ ଏକ ହୃଦୟଭାଙ୍ଗିଯାଇଥବା ଏକ ପ୍ରେମିକର ଅକୁହା କାହାଣୀ। ହର୍ଷବର୍ଦ୍ଧନ ଏବଂ ସୋନମ ପ୍ରଥମ ଥର ସ୍କ୍ରିନ ଶେୟାର କରିଛନ୍ତି। ଦର୍ଶକଙ୍କୁ ଦୁହିଁଙ୍କ କେମେଷ୍ଟ୍ରି ପସନ୍ଦ ଆସିଛି। ସୋନମଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ, ବାଗି ୪ରେ ସୋନମ ନଜର ଆସିବେ। ଏହି ଫିଲ୍ମର ଟିଜର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା। ଏହି ମୁଭି ପୂର୍ବରୁ ସେ ହାଉସଫୁଲ ୫ରେ ମଧ୍ୟ ନଜର ଆସିଛନ୍ତି। ତେବେ ଫିଲ୍ମଟି ଦର୍ଶକଙ୍କୁ ସେତେ ଭଲ ଲାଗି ନ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ek Diwane Ki Diwaniyat Movie Teaser Released | Argus News