Videos
|
Entertainment

ସୋହମ ଶାହାଙ୍କ ‘ତୁମ୍ବାଡ୍’ ପୋଷ୍ଟଦେଖି ପ୍ରଶଂସକ ଉତ୍ସାହିତ

Ritu Das
Browse all articles by Ritu Das
·1 year ago·1 min read
ସୋହମ ଶାହାଙ୍କ ‘ତୁମ୍ବାଡ୍’ ପୋଷ୍ଟଦେଖି ପ୍ରଶଂସକ ଉତ୍ସାହିତ

ଅର୍ଗସ ବ୍ୟୁରୋ: ଲୋଭ ମଣିଷକୁ କିଛି ବି ବନାଇଦିଏ। ହରର ଫିଲ୍ମ ‘ତୁମ୍ବାଡ’ରେ ତାହା ଭଲ ଭାବରେ ଦର୍ଶାଯାଇଛି। ଏହି କାହାଣୀ ଏକ ଅଭିଶାପ ବିଷୟରେ ଯେଉଁଥିରେ ‘ହସ୍ତାର’ କିଛି ଗୁପ୍ତ ଧନକୁ ସୁରକ୍ଷା ଦେଇଥାଏ । କିନ୍ତୁ ସେହି ଗୁପ୍ତ ଧନକୁ ହେହି ବାହାର କରିନେଇଯାଏ। ଏହି ଫିଲ୍ମରେ ବିନାୟକ ରାଓଙ୍କ ଭୂମିକାରେ ଅଭିନୟ କରିଛନ୍ତି ସୋହମ ଶାହା । ‘ସ୍ତ୍ରୀ-୨’ ଓ ‘ମୁଞ୍ଜୟ’ ଫିଲ୍ମର ସଫଳତା ପରେ ସୋହମ୍ ଶାହା ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିବା ପରେ ‘ତୁମ୍ବାଡ୍-୨’ର ଆଗମନ ଖବର ସବୁଆଡ଼େ ବ୍ୟାପି ଯାଇଛି।

ଫିଲ୍ମ ‘ତୁମ୍ବାଡ’ର ଅଭିନେତା ସୋହମ ଶାହା ଇନଷ୍ଟାଗ୍ରାମରେ ଏକ ସାନ୍ଦାର୍ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି- ‘ମୁଁ ହସ୍ତାରଙ୍କ ସହ ଚିଲିଂ କରୁଛି। ଫଟୋରେ ସୋହମ୍ ଶାହ ‘ତୁମ୍ବାଡ୍’ର ଏକ ନାଟକୀୟ ଦୃଶ୍ୟରେ ନଜର ଆସିଛନ୍ତି, ଯେଉଁଥିରେ ରାକ୍ଷସ ହସ୍ତାର ତାଙ୍କୁ ପଛପଟୁ ଦେଖୁଛି। ଫଟୋର କଳା ଏବଂ ନାଟକୀୟ ଲୁକ୍ ଏବଂ ରହସ୍ୟମୟ କ୍ୟାପ୍ସନ୍ ସୂଚାଉଛି ଯେ ଏହି ପୋଷ୍ଟରେ ଆହୁରି ଲୁଚି ରହିପାରେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fans are excited | Argus News