Anupam Kher Slapped / ବାପା-ପୁଅ ଭିତରେ ଫାଟ, ରାଗରେ ଅନୁପମଙ୍କୁ ଚାପୁଡା ମାରିଲେ ପୁଅ...
·5 months ago·2 min read

Key Points
ବାପା-ପୁଅ ଭିତରେ ଝଗଡା?
କାହିଁକି ଅନୁପମଙ୍କୁ ଚାପୁଡା ମାରିଲେ ପୁଅ ?
କାହିଁକି ଅନୁପମଙ୍କୁ ଚାପୁଡା ମାରିଲେ ପୁଅ ?
ନିଜ ବାପାଙ୍କୁ ଚାପୁଡା ମାରିଲେ ଅଭିନେତାଙ୍କ ପୁଅ। ଆଜ୍ଞା ହଁ, ଅନୁପମ ଖେରଙ୍କୁ ଚାପୁଡା ମାରିଲେ ପୁଅ ସିକନ୍ଦର। ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ବେସ ଆକ୍ଟିଭ ଥାଆନ୍ତି । ସେ ପ୍ରତିଦିନ ତାଙ୍କ ପ୍ରଶଂସକଙ୍କ ସହିତ କିଛି ନା କିଛି ସେୟାର କରନ୍ତି। ଅନୁପମ ଖେରଙ୍କ ଏହି ଶୈଳୀ ତାଙ୍କ ପ୍ରଶଂସକଙ୍କ ପ୍ରିୟ। ତେବେ ଏହା ଭିତରେ ଅନୁପମ ଖେରଙ୍କ ପୁଅ ସିକନ୍ଦର ଖେର ଏକ ଭିଡିଓ ସେୟାର କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓରେ ସିକନ୍ଦର ତାଙ୍କ ବାପାଙ୍କ ଗାଲରେ ଏକ ଚାପୁଡ଼ା ମାରିଥିବାର ଦେଖାଯାଇଛି। ତେବେ ପୁରା ଘଟଣା କଣ ରହିଛି ଆସନ୍ତୁ ନଜର ପକାଇବା।
ପ୍ରଥମେ ଅନୁପମ ଖେର ସିକନ୍ଦରଙ୍କୁ ଅଟକାଇ କହୁଛନ୍ତି- “ନା…ନା… ବେଟା, ଏଭଳି କରନି।”ସିକନ୍ଦର ଭିଡିଓଟି ପୋଷ୍ଟ କରିବା କଥା କହିବା ପରେ ଅନୁପମ ମଜାକରେ କହୁଛନ୍ତି- “ଏହା ଆମର ପର୍ସନାଲ୍ ମାମଲା, ପୋଷ୍ଟ କରିବୁ ନାହିଁ।” ହେଲେ ଶେଷରେ ଭିଡିଓଟି ଇନ୍ଷ୍ଟାଗ୍ରାମ୍ରେ ଆସିଛି ଓ ଏବେ ଫ୍ୟାନ୍ମାନେ ଏହି ବାପା–ପୁଅଙ୍କ ମଜାଦାର ବନ୍ଧନକୁ ଖୁବ୍ ପସନ୍ଦ କରୁଛନ୍ତି।ତେବେ ସତ୍ୟତା ହେଉଛି, ଏହି ଭିଡିଓଟି ସମ୍ପୂର୍ଣ୍ଣ ମଜାଦାର ଓ ଫନି। ସିକନ୍ଦର ଖେର ଏହି ଭିଡିଓକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ଅନୁପମ ଖେର କହୁଛନ୍ତି ଯେ, ସେ ନିକଟରେ ଏକ ଦାନ୍ତ ଓପାଡ଼ିଛନ୍ତି, ଯାହାଫଳରେ ତାଙ୍କ ଗାଲର ଏକ ଅଂଶ ବଧିରା ହୋଇଯାଇଛି।
ଏଥିସହ ପଢ଼ନ୍ତୁ: ଜଞ୍ଜାଳ ଜାଲରେ ହେଲିଣି ଘାଣ୍ଟି: ଏଥର ମଣିମା ଦିଅ ହେ ଛୁଟି, ଏମିତି ଛୁଟି ମାଗିଥିଲେ ଦାଦା
ଭିଡିଓରେ ସିକନ୍ଦର ଏକ ଡାଏଲଗ୍ କହୁଛନ୍ତି । ସିକନ୍ଦର ଯେତେବେଳେ ତାଙ୍କ ହାତ ଅନୁପମ ଖେରଙ୍କ ମୁହଁ ନିକଟକୁ ନେଇଯାଆନ୍ତି, ସେତେବେଳେ ଅନୁପମ ପଚାରନ୍ତି “କଣ କରିବାକୁ ଯାଉଛୁ?”ପୁଅର ହାବଭାବ ଦେଖି ଅନୁପମ ଖେର ମଜାକିଆ ରାଗରେ କହୁଛନ୍ତି- “ଜୋରରେ ମାରିବୁ ତ ଓଲଟା ହାତରେ ମାରିବି, ତୋ ନାକ ଭାଙ୍ଗିଦେବି।”ଏହା ପରେ ସିକନ୍ଦର ହାଲୁକେଇ କି ହାତରେ ବାପାଙ୍କ ଗାଲକୁ ଛୁଇଁଦିଅନ୍ତି। ଏହି ସମୟରେ ଅନୁପମ ଖେର ଦିବଙ୍ଗତ ଅଭିନେତା ଦିଲୀପ କୁମାରଙ୍କ ଏକ ପ୍ରସିଦ୍ଧ ଡାଏଲଗ୍ କହିଥିବା ଦେଖାଯାଏ, ଯାହା ଭିଡିଓକୁ ଆଉ ମଜାଦାର କରିଦେଇଛି। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଭିନ୍ନ ଭିନ୍ନ ମତ ମଧ୍ୟ ପ୍ରକାଶ ପାଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories