Videos
|
Entertainment

ଫିଲ୍ମଫେୟାର ଆଓ୍ବାର୍ଡ ୨୦୨୪: ଆଲିଆ-ରଣବୀର ହେଲେ ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ଫିଲ୍ମଫେୟାର ଆଓ୍ବାର୍ଡ ୨୦୨୪: ଆଲିଆ-ରଣବୀର ହେଲେ ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ

ଅର୍ଗସ ବ୍ୟୁରୋ: ଗୁଜରାଟର ଫିଲ୍ମଫେୟାର ପୁରସ୍କାରର ୬୯ତମ ସମାରୋହ ଅନୁଷ୍ଠିତ ହୋଇଥିଲା। ୨ଦିନ ଧରି ଚାଲିଥିବା ଏହି ପୁରସ୍କାର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଘୋଷିତ ହୋଇଥିଲେ। ଏଥର ଏହି ଉତ୍ସବରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇଛନ୍ତି। ମୁଭି `ଆନିମଲ' ପାଇଁ ରଣବୀର କପୁର ଏବଂ ରକି ଏବଂ ରାନୀକି ପ୍ରେମ କାହାଣୀ ପାଇଁ ଆଲିଆ ଭଟ୍ଟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଯେତେବେଳେ ଦ୍ବାଦଶ ଫେଲ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଲା। ଟୁଏଲଥ ଫେଲ ପାଇଁ ବିଦୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିଲା। 

ଏହାବ୍ୟତୀତ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ବର୍ଗରେ ଜୋରାମଙ୍କୁ ମନୋନୀତ କରାଯାଇଥିଲା। ଦ୍ବାଦଶ ଫେଲ ପାଇଁ ବିକ୍ରାନ୍ତ ମାସେ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଥିଲେ। ରାଣୀ ମୁଖାର୍ଜୀଙ୍କୁ ମିଳିତ ଭାବେ ମିସେସ ଚାଟାର୍ଜୀ ଭର୍ସେସ ନରଓ୍ବେ ଏବଂ ଶେଫାଳୀ ଶାହାଙ୍କୁ ଥ୍ରୀ ଅଫ ଉିସ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମାଲୋଚକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶବାନା ଆଜମୀ ରକି ଔର ରାନୀ କି ପ୍ରେମ କାହାଣୀ ପାଇଁ ସର୍ପୋଟିଙ୍ଗ ମହିଳା ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିଲେ। ଡଙ୍କି ପାଇଁ ପୁରୁଷ ବର୍ଗରେ ଭିକ୍କି କୌଶଲ ଏହି ପୁରସ୍କାର ପାଇଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Filmfare Awards | Argus News