ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି `ଆର୍ଟିକିଲ ୩୭୦' ଓ `କ୍ରାକ'

ଅର୍ଗସ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଆର୍ଟିକିଲ ୩୭୦ ଓ କ୍ରାକ୍... ଜିତେଗା ତୋ ଜିଏଗା। ବାସ୍ତବ କାହାଣୀ vs ଆକ୍ସନ ମୁଭି।୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲସ’ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା, ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ବର୍ତ୍ତମାନ ସେମିତି କିଛି ବାସ୍ତବଧର୍ମୀ କାହାଣୀକୁ ନେଇ ପରଦାକୁ ଆସିଛି ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ । ଯେଉଁଥିରେ ଦେଖିବାକୁ ମିଳିଛି ଅନୁଚ୍ଛେଦ ୩୭୦ ଉଚ୍ଛେଦ ପଛର କାହାଣୀ । କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଆତଙ୍କବାଦ ହେତୁ ଏଠାରେ କିପରି ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏଥିସହ ଏହାକୁ ରୋକିବା ପାଇଁ ଅଧିକାରୀମାନେ ଭାରତୀୟ ସେନା ଏବଂ ଗୁପ୍ତଚର ସଂସ୍ଥା ସଂଘର୍ଷ କରିଥିଲେ ତାହା ଏଥିରେ ଦର୍ଶାଯାଇଛି। ଯାହାକୁ ଲୋକେ ଢେର ପସନ୍ଦ କରିଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ ଅଭିନେତା ଅରୁଣ ଗୋଭିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିକାରେ ଅଭିନୟ କରିଥିବା ବେଳେ ଭାରତୀୟ ଗୁଇନ୍ଦା ଅଧିକାରୀ ଭୂମିକାରେ ନଜର ଆସିଛନ୍ତି ୟାମି ଗୌତମ। ଏଥିସହ ଏହି ଫିଲ୍ଟଟି ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ।
ଅନ୍ୟପଟେ ଆକ୍ସନ ହିରୋ ବିଦ୍ୟୁତ ଜାମୱାଲ ଙ୍କ ଚଳଚ୍ଚିତ୍ର କ୍ରାକ୍। ଜିତେଗା ତୋ ଜିଏଗା' ଦେଖିବାକୁ ମଧ୍ୟ ଲାଗିଥିଲା ମହାରାଜା ହଲ ରେ ଭିଡ।ଏହି ଫିଲ୍ମ ଟି ଏକ ସ୍ପୋର୍ଟ୍ସ୍ ଆକ୍ସନ୍ ଫିଲ୍ମ ହୋଇଥିବା ବେଳେ ମୁମ୍ବାଇର ବସ୍ତିରେ ଖେଳାଯାଉଥିବା ଗୋଟିଏ ଖେଳ ର କାହାଣୀ । ବିଦ୍ୟୁତ ଜାମୱାଲଙ୍କୁ କ୍ରାକରେ ଷ୍ଟଣ୍ଟ୍ ଏବଂ ଆକ୍ସନ୍ କରୁଥିବା ବେଳେ ଅର୍ଜୁନ ରାମପାଲ ,ନୋରା ଫତେଇ, ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ଭୁବନେଶ୍ଵର ର ଉତ୍କଳ କନିକା ଗ୍ୟାଲେରିଆ, ବିଏମ୍ସି ଭବାନୀ ମଲ୍ ଓ ଡିଏନ୍ ରେଗାଲିଆରେ ୫ଟି ଲେଖାଏ ସୋ, ସିମ୍ଫୋନି ମଲ୍ରେ ସକାଳ ୪ଟି ସୋ, କେଶରୀରେ ୩ଟି ସୋ, ମହାରାଜାରେ ସକାଳ ୩ଟି ସୋ ଓ ସ୍ବାତୀ ସିନେ କମ୍ପ୍ଲେକ୍ସରେ ୫ଟି ସୋ ରହିଛି।
📱 Get Argus News App
✨ଭୁବନେଶ୍ବରରେ ‘କ୍ରାକ୍’ ଓ ‘ଆର୍ଟିକିଲ୍ ୩୭୦’ର କ୍ରେଜ୍ ସର୍ବାଗ୍ରେ ରହିଛି। ସବୁଠାରୁ ବଡ଼ କଥା ହେଲା, ହିନ୍ଦୀ ସିନେମାଗୁଡ଼ିକର ଟିକେଟ ସାଧାରଣତଃ ୧୯୯ ଟଙ୍କାରୁ ଆରମ୍ଭ ହୋଇଥାଏ। ଏକ୍ଜିକ୍ୟୁଟିଭ୍, ପ୍ରିମିୟମ୍ ଓ ଭିଆଇପି ଟିକେଟ୍ ୩୦୦ରୁ ୧୫୦୦ ଟଙ୍କା ରହିଥାଏ। କିନ୍ତୁ ଏହି ତିନୋଟି ଚଳଚ୍ଚିତ୍ରର ଟିକେଟ୍ ଦର ସର୍ବନିମ୍ନ ୯୯ଟଙ୍କା ରହିଥିବା ବେଳେ ଭିଆଇପି ଟିକେଟ୍ ଦର ସର୍ବାଧିକ ୩୦୦ ଟଙ୍କା ରହିଛି। କିଛି ସ୍ଥାନରେ ଭିଆଇପି ଟିକେଟ୍ ଦର ମାତ୍ର ୧୯୯ ଟଙ୍କା ଥିବା ମଧ୍ୟ ଦେଖିବାକୁ ମିଳିଛି। ଫଳରେ ରିଲିଜ୍ ହେବା ପୂର୍ବରୁ ଅଧିକାଂଶ ଟିକେଟ୍ ବିକ୍ରି ହୋଇ ସାରିଥିବା ବେଳେ ହାଉସଫୁଲ ରହିଛି ସବୁ ସିନେମା ହଲ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର