ଦିଶା ପଟାନୀଙ୍କ ଘର ଉପରକୁ କିଏ ମାରିଲା ଗୁଳି ? ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗ୍...

Key Points
ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଘରକୁ ଫାୟାରିଂ ।ତାଙ୍କ ଘର ଉପରେ ଅନେକ ରାଉଣ୍ଡ ଗୁଳିମାଡ଼ ହୋଇଛି ।
ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଘରକୁ ଫାୟାରିଂ । ଉତ୍ତରପ୍ରଦେଶ ବରେଲିରେ ଥିବା ତାଙ୍କ ଘର ଉପରେ ଅନେକ ରାଉଣ୍ଡ ଗୁଳିମାଡ଼ ହୋଇଛି । ଏହି ଘଟଣା ଶୁକ୍ରବାର ଭୋର ୪.୩୦ ସମୟରେ ଘଟିଥିଲା । ତେବେ ସୌଭାଗ୍ୟବଶତଃ, ଏହି ଘଟଣାରେ କେହି ଆହତ ହୋଇଥିବାର କୌଣସି ଖବର ନାହିଁ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଅଜଣା ଲୋକ ବରେଲିର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ଦିଶା ପାଟନୀଙ୍କ ଘର ବାହାରେ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲେ । ଖୋଲ ଆକାଶରେ ଏହି ଫାୟାରିଂ ହୋଇଥିବା କୁହାଯାଉଛି । କିନ୍ତୁ ଗୁଳିର ଶବ୍ଦ ଶୁଣି ଆଖପାଖର ଲୋକମାନେ ଭୟଭୀତ ହୋଇଯାଇଥିଲେ। ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ରୋହିତ ଗୋଦାରା ଏବଂ ଗୋଲ୍ଡି ବ୍ରାର ଗ୍ୟାଙ୍ଗ ଦିଶାଙ୍କ ଘରେ ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଛି ।
ତେବେ ଏହି ଘଟଣାର କିଛି ଘଣ୍ଟା ପରେ, ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯାହା ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ପୋଷ୍ଟରେ ଲେଖା ହୋଇଥିଲା, 'ସମସ୍ତ ଭାଇମାନଙ୍କୁ ଜୟ ଶ୍ରୀ ରାମ, ରାମ ରାମ। ମୁଁ ବୀରେନ୍ଦ୍ର ଚରଣ, ମହେନ୍ଦ୍ର ସରନ (ଡେଲାନା)। ଭାଇମାନେ, ଆଜି ଆମେ ଦିଶା ପାଟନୀଙ୍କ ଭଉଣୀ ଖୁସବୁ ପାଟନୀଙ୍କ ଘର ଉପରେ ଗୁଳି ଚଳାଇଛୁ।'
'ସେ ଆମର ପୂଜ୍ୟ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜଙ୍କୁ ଅପମାନ କରିଥିଲେ। ସେ ଆମର ସନାତନ ଧର୍ମକୁ ନୀଚ କରିବାକୁ ଚେଷ୍ଟା କରିଥିଲେ। ଆମେ ଆମର ପୂଜ୍ୟ ଦେବତାଙ୍କ ଅପମାନକୁ ସହ୍ୟ କରିବୁ ନାହିଁ। ଏହା କେବଳ ଏକ ଟ୍ରେଲର ଥିଲା । ପରବର୍ତ୍ତୀ ସମୟରେ ଯଦି ସେ କିମ୍ବା ଅନ୍ୟ କେହି ଆମ ଧର୍ମ ପ୍ରତି କୌଣସି ଅଶାଳୀନତା ଦେଖାନ୍ତି, ତେବେ ଆମେ ସେମାନଙ୍କ ଘରୁ କାହାକୁ ଜୀବିତ ଛାଡିବୁ ନାହିଁ।''
📱 Get Argus News App
✨
ଏହି ବାର୍ତ୍ତା କେବଳ ତାଙ୍କ ପାଇଁ ନୁହେଁ ବରଂ ଚଳଚ୍ଚିତ୍ର ଶିଳ୍ପର ସମସ୍ତ କଳାକାର ଏବଂ ସେମାନଙ୍କ ସହିତ ଜଡିତ ଲୋକଙ୍କ ପାଇଁ। ଯଦି କେହି ଭବିଷ୍ୟତରେ ଆମ ଧର୍ମ ଏବଂ ସନ୍ଥମାନଙ୍କ ସହିତ ଜଡିତ ଏପରି ଅପମାନଜନକ କାର୍ଯ୍ୟ କରନ୍ତି, ତେବେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ। ଆମେ ଆମ ଧର୍ମକୁ ରକ୍ଷା କରିବା ପାଇଁ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ। ଆମେ କେବେ ପଛକୁ ହଟିବୁ ନାହିଁ। ଆମ ପାଇଁ, ଧର୍ମ ଏବଂ ସମଗ୍ର ସମାଜ ସର୍ବଦା ଏକ, ସେମାନଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ।'' ଏହି ବିବୃତ୍ତି କେବଳ ପୋଲିସକୁ ନୁହେଁ ବରଂ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଚକିତ କରିଛି।