ଆରପାରିରେ ପ୍ରସିଦ୍ଧ ଅଭିନେତ୍ରୀ ଶାନନ୍ ଡୋହର୍ଟି, ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ
·2 years ago·1 min read

ଅର୍ଗସ ବ୍ୟୁରୋ: ପୁଣି ଟିଭି ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସ୍ତନ କର୍କଟରେ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ଫ୍ୟାନମାନେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଅଭିନେତ୍ରୀ ଦୀର୍ଘଦିନ ଧରି ତାଙ୍କ କର୍କଟ ରୋଗ ପାଇଁ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଏହି ରୋଗ ସହ ଲଢ଼ିବାପରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ। କିନ୍ତୁ ଅଭିନେତ୍ରୀ ଜଣକ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି।
ଅଭିନେତ୍ରୀ ଶାନନ ଡୋହର୍ଟି ୨୦୧୫ ମସିହାରେ ପ୍ରକାଶ କରିଥିଲେ ଯେ, ସେ ସ୍ତନ କର୍କଟରେ ପୀଡ଼ିତ ଏବଂ ସେ ଏହାର ଚିକିତ୍ସା କରୁଛନ୍ତି। କେବଳ ଏତିକି ନୁହେଁ, ୨୦୧୩ ମସିହାରେ ଅଭିନେତ୍ରୀ ବ୍ରେନ ଟ୍ୟୁମରରୁ ଭଲ ହୋଇଥିଲେ। ଏହାପରେ ତାଙ୍କର କର୍କଟ ହାଡ଼ରେ ବ୍ୟାପି ଯାଇଥିଲା। ଗତ ଶନିବାର ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ଏବଂ ଏହି ଖବର ଆଜି ନିଶ୍ଚିତ ହୋଇଛି। ବର୍ତ୍ତମାନ ଏହି ଦୁଃଖଦ ସମୟରେ ଅଭିନେତ୍ରୀଙ୍କ ପରିବାର ଏହାକୁ ଗୋପନୀୟତା ରଖିବାକୁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: