Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆକର୍ଷଣୀୟ ମନ୍ଦିରରୁ, ବିଳାସପୂର୍ଣ୍ଣ ବେଡରୁମ... ଅମିତାଭଙ୍କ ୧୨୦ କୋଟିର ଜଲସାରେ ଅଛି ସବୁ ସୁବିଧା

Entertainment

ଆକର୍ଷଣୀୟ ମନ୍ଦିରରୁ, ବିଳାସପୂର୍ଣ୍ଣ ବେଡରୁମ... ଅମିତାଭଙ୍କ ୧୨୦ କୋଟିର ଜଲସାରେ ଅଛି ସବୁ ସୁବିଧା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆକର୍ଷଣୀୟ ମନ୍ଦିରରୁ, ବିଳାସପୂର୍ଣ୍ଣ ବେଡରୁମ... ଅମିତାଭଙ୍କ ୧୨୦ କୋଟିର ଜଲସାରେ ଅଛି ସବୁ ସୁବିଧା

Key Points

  • ଆକର୍ଷଣୀୟ ମନ୍ଦିରରୁ,  ବିଳାସପୂର୍ଣ୍ଣ ବେଡରୁମ
  • ଘର ଭିତରେ ରହିଛି ଅନେକ ସୁବିଧା
  • ୧୨୦ କୋଟିର ଜଲସାରେ ଅଛି କଣ

ଅର୍ଗସ ବ୍ୟୁରୋ : ବିଗ୍ ବି ଅମିତାଭ ବଚ୍ଚନଙ୍କ ଘର ଜଲସାକୁ ନେଇ ସବୁଠି ଚର୍ଚ୍ଚା । କାରଣ ୧୨୦ କୋଟିର ଏହି ବିଳାସପୂର୍ଣ୍ଣ ଘର କୌଣସି ବିଶାଳ ରାଜପ୍ରସାଦରୁ ମଧ୍ୟ କମ ନୁହେଁ । ଯେଉଁ ମହଲ ଭିତରେ କଣ କଣ ସୁବିଧା ରହିଛି, ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ରହିଛି । ଅନେକ ସମୟରେ ନିଜ ଘରର କିଛି ସ୍ଥାନର ଝଲକକୁ ବଚ୍ଚନ ପରିବାରର ସଦସ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଅଛି, ବଚ୍ଚନଙ୍କ ଘର ଜଲସାରେ ।
ଅମିତାଭଙ୍କ ଏହି ଘର ୧୦ ହଜାର ୧୨୫ ସ୍କ୍ବୟାର ଫୁଟର ଅଟେ । ତିନି ଦଶକରୁ ଅଧିକ ସମୟ ଅମିତାଭ ଏହି ଘରେ ରହିଛନ୍ତି । ସତ୍ତେ ପେ ସତ୍ତାର ନିର୍ଦ୍ଦେଶକ ରମେଶ ସିପ୍ପି ତାଙ୍କୁ ଏହି ଘର ଉପହାର ଆକାରରେ ଦେଇଥିଲେ ।
ବଚ୍ଚନଙ୍କ ଡ୍ରଇଂ ରୁମ
ଏହି ରୁମରେ ସାଂସ୍କୃତିକ ଏବଂ ଆଧୁନିକତାର ଛାପ ରହିଛି । ଅନେକ ପୁରାତନ ଚିତ୍ରକଳା , ଦାମୀ ଝୁମର, ପାରମ୍ପାରିକର ଜିନିଷର ସମାହାରରେ ଏକ କ୍ଲାସିକ ଲୁକ ରହିଥାଏ । ଯେଉଁଠି ଅମିତାଭ ଏବଂ ଜୟା ଅଧିକାଂଶ ସମୟ କାଟିଥାନ୍ତି । ସୋସିଆଲ ମିଡିଆରେ ଉଭୟଙ୍କର ସେହି ସ୍ଥାନରେ ଅନେକ ଫଟୋ ରହିଛି ।  ବଚ୍ଚନଙ୍କ ଏହି ଆକର୍ଷଣୀୟ ଘରେ ଏକ ସ୍ବତନ୍ତ୍ର କାନ୍ଥ ରହିଛି । ଯେଉଁଠି ବଚ୍ଚନ ପରିବାରର ଅନେକ ପୁରୁଣା ସ୍ମୃତି ଦେଖିବାକୁ ମିଳେ । ଅମିତାଭଙ୍କର କିଛି ପୁରୁଣା ଫଟୋ, ଅଭିଷେକ, ଜୟାଙ୍କ ପିଲାଦିନର ଫଟୋ ଏପରି ଅନେକ ଛୋଟଛୋଟ ସ୍ମୃତି ରହିଛି । 
ସେହିପରି ଅମିତାଭଙ୍କ ଏହି ବଙ୍ଗଳାରେ ରହିଛି ଏକ ବିଶାଳକାୟ ଜିମ୍ । ଯେଉଁଥିରେ ଭେରାଇଟର ଜିମ ମେସିନ ରହିଛି । ଅମିତାଭ ଅନେକ ସମୟରେ ଏହି ଜିମରେ ନିଜର ଫଟୋ ଶେୟାର କରିଥାନ୍ତି । 
ଜଲସାର ବଗିଚାରେ ରାଧାକୃଷ୍ଣଙ୍କ ମନ୍ଦିର ରହିଛି । ଯେଉଁଠି ସୁନା ଏବଂ ହୀରର ଭଗବାନଙ୍କ ମୂର୍ତ୍ତି ରହିଛି । ବିଗ୍ ବି ଘରୁ ବାହାରିବା ପରେ ପ୍ରଥମେ ଠାକୁରଙ୍କୁ ଦର୍ଶନ କରି ଯାଇଥାନ୍ତି । ଏହି ମନ୍ଦିରକୁ ଖୁବ ସୁନ୍ଦର ଭାବେ ସଜାଇ ରଖାଯାଇଛି । 
ଅମିତାଭଙ୍କ ଏହି ଘରର ବାଥରୁମ ମଧ୍ୟ ଖୁବ ସୁନ୍ଦର ଭାବରେ ବିଭିନ୍ନ ପ୍ରକାରର ଇଣ୍ଡୋର ପ୍ଲାଣ୍ଟ, ଜାକୁଜି , କ୍ରିମ ମାର୍ବଲ ଟାଇଲ୍ସ ଡେକୁରେଟ କରାଯାଇଛି । ଏହି ବାଥରୁମରେ ଟିଭିର ଫାସିଲିଟିଜ୍ ମଧ୍ୟ ରହିଛି । 
କୁହାଯାଏ ଅମିତାଭଙ୍କ ଘରେ ଆଇସିୟୁର ମଧ୍ୟ ବ୍ୟବସ୍ଥା ରହିଛି । ଅଭିଷେକ ବଚ୍ଚନ ଏହି ସୁବିଧା ନିଜ ଘରେ ଇମରଜେନ୍ସି ପାଇଁ କରିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From attractive temples, luxurious bedrooms... Amitabh's Rs 120 crore Jalsa has all the amenities | Argus News