Videos
|
Entertainment

ରାମ ଚରଣଙ୍କ ‘ଗେମ ଚେଞ୍ଜର’ ଫିଲ୍ମରେ ପୁରୀ ସାହି ଯାତର ଝଲକ

Ritu Das
Browse all articles by Ritu Das
·1 year ago·2 min read
ରାମ ଚରଣଙ୍କ ‘ଗେମ ଚେଞ୍ଜର’ ଫିଲ୍ମରେ ପୁରୀ ସାହି ଯାତର ଝଲକ

ଅର୍ଗସ ବ୍ୟୁରୋ: ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ତେଲୁଗୁ ଫିଲ୍ମ ଗେମ୍ ଚେଞ୍ଜର। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନାୟକ ରାମଚରଣ ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି। ବଡ଼ କଥା ହେଉଛି ଏହି ଫିଲ୍ମରେ ପୁରୀର ଜଣେ କୋରିଓଗ୍ରାଫର ଜ୍ଞାନରଞ୍ଜନ ମହାନ୍ତିଙ୍କ ଡାନ୍ସ ଗ୍ରୁପର ସଦସ୍ୟ ରାମଚରଣଙ୍କ ସହିତ ରା ମଚା ମଚା ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରମ୍ପରିକ ନୃତ୍ୟ ଏଥିରେ ପ୍ରମୁଖ ସ୍ଥାନ ନେଇଛି।  

ଏଥିରେ ରହିଛି ପୁରୀ ସାହି ଯାତର ଝଲକ। ଏଥିରେ ରହିଛି ରଣପା।   ଅଛି ଦୁଲଦୁଲି, ଅଛି ଘୁମୁରା ଅଛି କୋୟା ଆଦିବାସୀ ନାଚର ଝଲକ। ତେଲୁଗୁ ଏ ଦୃଶ୍ୟ ସବୁ ଦେଖିବାକୁ ମିଳିଛି ତେଲୁଗୁ ଫିଲ୍ମ ଗେମ୍‌ ଚେଞ୍ଜରରେ।  ରାମଚରଣଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଶଙ୍କର ଦେଇଥିବା ବେଳେ କୋରିଓ ଗ୍ରାଫି କରିଛନ୍ତି ଗଣେଶ ଆଚାର୍ଯ୍ୟ। ଏହି ଫିଲ୍ମର ଗୀତ ରା ମଚା ମଚା ୟୁଟ୍ୟୁବରେ ରିଲିଜ ହୋଇଛି। ଗୀତଟି ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ଗୀତରେ ରହିଛି ଓଡ଼ିଆ ପରମ୍ପରାର ଝଲକ। 

ଗଣେଶ ଆଚାର୍ଯ୍ୟଙ୍କ ଗୋରିଓଗ୍ରାଫିକୁ ସପୋର୍ଟ ଦେଇଛନ୍ତି ପୁରୀର ଫେଟ୍ ଫାଇଟର୍ସ ଡାନ୍ସ ଗ୍ରୁପ ।  ରାମଚରଣଙ୍କ ସହିତ ଓଡ଼ିଶାର ପ୍ରାୟ ଅଢ଼େଇଶହ କଳାକାର ଏଥିରେ ନୃତ୍ୟ ପରିବେଷଣ କରିଛନ୍ତି। ଫେଟ ଫାଇଟର୍ସ ଡାନ୍ସ ଗ୍ରୁପର ପ୍ରତିଷ୍ଠାତା ତଥା ପୁରୀ ବାସିନ୍ଦା ଜ୍ଞାନରଞ୍ଜନ ମହାନ୍ତି କହିଛନ୍ତି ଭାରତରେ ଅନେକ ବଡ଼ ଡାନ୍ସ ଗ୍ରୁପ ଥିବାବେଳେ ପୁରୀର ଏକ ଛୋଟିଆ ଡାନ୍ସ ଗ୍ରୁପକୁ ସୁଯୋଗ ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ। 

୨୦୨୧ ମସିହାରୁ ଏହି ଫିଲ୍ମର ନିର୍ମାଣ ଆରମ୍ଭ ହୋଇଥିଲା। ଓଡ଼ିଶାର ପାରମ୍ପରିକ ନୃତ୍ୟ କଳା ରଣପା, ଘୁମୁରା ଓ ସମ୍ବଲପୁରୀ ବାଦ୍ୟକୁ "ରା ମାଚା ମାଚା" ଗୀତରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ପ୍ରମାଣିତ କରିଛି ଓଡ଼ିଶାର ନୃତ୍ୟ କଳା ଦେଶ ବିଦେଶରେ ଦୃଷ୍ଟି ଆକର୍ଷଣ କରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର