Bollywood News / ମନା କରୁଥିଲେ ଫିଲ୍ମ ମେକର୍, ହେଲେ ଇନ୍ଦିରାଙ୍କ ହସ୍ତକ୍ଷେପ ପରେ ମିଳିଥିଲା ଚାନ୍ସ
·5 months ago·3 min read

Key Points
ଇନ୍ଦିରା ଗାନ୍ଧୀ ବଦଳେଇଦେଇଥିଲେ ଗୋବର୍ଦ୍ଧନ ଅସରାନୀଙ୍କ ଭାଗ୍ୟ
ମନା କରୁଥିଲେ ଫିଲ୍ମ ମେକର୍
ହେଲେ ଇନ୍ଦିରାଙ୍କ ହସ୍ତକ୍ଷେପ ପରେ ମିଳିଥିଲା ଚାନ୍ସ

ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବର୍ଦ୍ଧନ ଅସରାନି । ନିଜ ଅଭିନୟରେ ଲୋକଙ୍କ ହୃଦୟ ଜିତିଥିବା ଗୋବର୍ଦ୍ଧନ ଅସରାନି ଆଉ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଅଭିନିତ ଫିଲ୍ମ ଏବେ ବି ଲୋକଙ୍କୁ ହସାଉଛି...କନ୍ଦାଉଛି । ହେଲେ ଦିନେ ଏହି ଅଭିନେତା ନିଜ କ୍ୟାରିୟର ଆରମ୍ଭ କରିବାକୁ ବହୁତ ସଂଘର୍ଷ କରିଥିଲେ ।
ଅସରାନି ତାଙ୍କ ପିତାମାତାଙ୍କ ବିରୁଦ୍ଧରେ ଯାଇ ମୁମ୍ବାଇ ଚାଲିଯାଇଥିଲେ । ପରେ ପୁଣେର ଏକ ଫିଲ୍ମ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ । ପାଠପଢ଼ା ସରିବା ପରେ ଯେବେ ଅସରାନି ମୁମ୍ବାଇ ଚାଲିଯାଇଥିଲେ, ସେ ଭାବିଥିଲେ ଯେ ସେ ଜଣେ ହିରୋ ହେବେ । ପିଲାଦିନରୁ ତାଙ୍କର ଚଳଚ୍ଚିତ୍ର ପ୍ରତି ଆଗ୍ରହ ଥିଲା । ଫିଲ୍ମ ଦେଖିବାକୁ ବେଶୀ ଭଲପାଉଥିଲେ । ସେଥିପାଇଁ ଘରେ ସେ FTII ରୁ ତାଲିମ ଏବଂ ଏକ ପ୍ରମାଣପତ୍ର ପାଇଥିଲେ । କିନ୍ତୁ ତାଙ୍କୁ କୌଣସି କାମ ମିଳୁନଥିଲା । ବହୁତ ସଂଘର୍ଷ କରିଥିଲେ । ଦୁଇ ବର୍ଷ ବେକାର ବସିଥିଲେ । ସେତେବେଳେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥାଆନ୍ତି ଇନ୍ଦିରା ଗାନ୍ଧୀ । ଗୋଟିଏ ଦିନ ପାଇଁ ସେ ପୁଣେ ଆସିଥିଲେ । ସେ ତାଙ୍କୁ ଭେଟିଥିଲେ । ଏବଂ କହିଥିଲେ ଯେ ମୋ ପାଖରେ ସାର୍ଟିଫିକେଟ୍ ଥାଇ ମଧ୍ୟ ମତେ କେହି କାମ ଦେଉନାହାନ୍ତି । ଏହାଶୁଣି ଇନ୍ଧିରା ଗାନ୍ଧୀ କିଛି ପ୍ରଯୋଜକ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ସହ କଥା ହୋଇଥିଲେ । ତା ପରେ ତାଙ୍କୁ କାମ ମିଳିବା ଆରମ୍ଭ ହେଲା ।
ଏହା ପରେ, ଅସରାନି କେବେ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କର ନିଖୁଣ ଅଭିନୟ ଓ କମିକ୍ ଟାଇମିଂ ପାଇଁ ଭଲ ଭଲ ଅଫର୍ ଆସୁଥିଲା । ଆଉ ସେ ସୁଯୋଗକୁ ହାତ ଛଡା ନକରି କାମରେ ଲାଗିପଡିଥିଲେ ।
ଅସରାନି ଅମିତାଭ ଏବଂ ରାଜେଶ ଖାନ୍ନାଙ୍କ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି । 'ଗୁଡ୍ଡି' ଫିଲ୍ମରେ ତାଙ୍କର ଭୂମିକା ହିଟ୍ ହୋଇଥିଲା। 'ଗୁଡ୍ଡି' ପରେ ତାଙ୍କୁ ଅନେକ ଫିଲ୍ମ ସୁଯୋଗ ମିଳିଥିଲା । ସେ ଅମିତାଭ ବଚ୍ଚନଙ୍କ ସହିତ ଅନେକ ଫିଲ୍ମରେ କାମ କରିଥିଲେ। ୧୯୭୦ ପରେ, ଅସରାନିଙ୍କ ଫିଲ୍ମ ପାଇଁ ଚାହିଦା ଏତେ ବଢ଼ିଗଲା ଯେ ପ୍ରତ୍ୟେକ ଫିଲ୍ମ ନିର୍ମାତା ତାଙ୍କୁ ନିଜ ଫିଲ୍ମରେ ଖୋଜିଲେ। ପ୍ରକୃତରେ, ୧୯୭୦ ରୁ ୧୯୭୯ ପର୍ଯ୍ୟନ୍ତ, ସେ ୧୦୧ଟି ଫିଲ୍ମରେ କାମ କରିଥିଲେ । 'ନମକ ହରାମ' ଫିଲ୍ମରେ କାମ କରିବା ପରେ, ଆଶ୍ରାନି ଏବଂ ରାଜେଶ ଖାନ୍ନା ବନ୍ଧୁ ହୋଇଯାଇଥିଲେ । ଏହା ପରେ, ରାଜେଶ ଖାନ୍ନା ନିର୍ମାତାଙ୍କୁ ଅସରାନିଙ୍କୁ ତାଙ୍କ କାମ କରିଥିବା ଯେକୌଣସି ଫିଲ୍ମରେ ସୁଯୋଗ ଦେବାକୁ ଅନୁରୋଧ କରୁଥିଲେ । ଏମିତିକି ଆଶ୍ରାନି, ରାଜେଶ ଖାନ୍ନାଙ୍କ ସହିତ ପ୍ରାୟ ୨୫ଟି ଫିଲ୍ମରେ କାମ କରିଛନ୍ତି ।
ଦୀପାବଳି ମଧ୍ୟରେ ତାଙ୍କର ମୃତ୍ୟୁର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାଠୁ ବେଶୀ ଆଶ୍ଚର୍ଯ୍ୟ କରିଥିଲା ଯେ ଅଶ୍ରାନିଙ୍କ ମୃତ୍ୟୁ ଖବର ଆସିବା ବେଳକୁ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇସାରିଥିଲା । ତାଙ୍କ ପରିବାର ପରେ ଏହା ବିଷୟରେ ଜନସାଧାରଣଙ୍କୁ ଜଣାଇଥିଲେ । ଏହା ପ୍ରକୃତରେ ଅସରାନିଙ୍କ ଶେଷ ଇଚ୍ଛା ଥିଲା ।
ଅସରାନି ଚାହୁଁଥିଲେ ଯେ ତାଙ୍କର ଶେଷକୃତ୍ୟ କେବଳ କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମ୍ପନ୍ନ ହେଉ। ସେ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଏହା ଉପରେ କୌଣସି ପ୍ରସଙ୍ଗ ନ କରିବାକୁ କହିଥିଲେ । ସେ ଶାନ୍ତିପୂର୍ଣ୍ଣ ଭାବରେ ଯିବାକୁ ଚାହୁଁଥିଲେ । ଏହି କାରଣରୁ କେବଳ ପ୍ରାୟ 20 ଜଣ ଲୋକ ତାଙ୍କ ଶବଦାହରେ ଯୋଗ ଦେଇଥିଲେ, ଏବଂ ପରିବାରର ସଦସ୍ୟ ଏବଂ କିଛି ନିକଟତମ ବନ୍ଧୁଙ୍କ ମଧ୍ୟରେ ତାଙ୍କର ଶବଦାହ କରାଯାଇଥିଲା ।
ତାଙ୍କ ନିଧନରେ ଏବେ ପୁରା ବଲିଉଡ କାନ୍ଦୁଛି । ସିନେମାର ଜେଲର ଏବେ ଆମ ଗହଣରେ ନାହାନ୍ତି ସତ । ହେଲେ ତାଙ୍କ ଅଭିନୀତ ଚରିତ୍ର ଗୁଡିକ ସବୁଦିନ ପାଇଁ ମନେ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories