Videos
|
Entertainment

Celebrity Rumours / ପତ୍ନୀ ସୁନୀତାଙ୍କ କଥା ସତ ହେଲା….କୋମଲଙ୍କ ପ୍ରେମରେ ପଡ଼ିଛନ୍ତି ଗୋବିନ୍ଦା….! ଏୟାରପୋର୍ଟରେ ହେଲେ ସ୍ପଟ

Ritu Das
Browse all articles by Ritu Das
·1 month ago·2 min read
ପତ୍ନୀ ସୁନୀତାଙ୍କ କଥା ସତ ହେଲା….କୋମଲଙ୍କ ପ୍ରେମରେ ପଡ଼ିଛନ୍ତି ଗୋବିନ୍ଦା….! ଏୟାରପୋର୍ଟରେ ହେଲେ ସ୍ପଟ
India

Key Points

ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କର ପର୍ସନାଲ ଲାଇଫ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି
କିଛିଦିନ ହେଲା ବଲିଉଡରେ ବଡ଼ ହଲଚଲ ଲାଗିରହିଛି। କାରଣ ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କର ପର୍ସନାଲ ଲାଇଫ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ବାରମ୍ବାର କହିଛନ୍ତି ଯେ, “ପୁରୁଷମାନେ ସହଜରେ ଧୋକା ଦେଇପାରନ୍ତି।“ ତୁମେ ଚାହିଁଲେ ବି ପୁରୁଷମାନଙ୍କୁ ଜଗି ପାରିବନି।

ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ନିକଟରେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ବଡ଼ ଖୁଲାସା କରିଛନ୍ତି। ତଥାପି, ଗୋବିନ୍ଦା ଏ ବିଷୟରେ କୌଣସି ବୟାନ ଦେଇ ନାହାନ୍ତି। ଏବେ, ଗୋବିନ୍ଦା ଏବଂ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ପ୍ରେମ ସମ୍ପର୍କର ଗୁଜବ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। କୋମଲଙ୍କୁ ଗୋବିନ୍ଦାଙ୍କ ପ୍ରେମିକା ବୋଲି ମଧ୍ୟ କୁହାଯାଉଛି। ନିକଟରେ ଦୁହେଁ ଏୟାରପୋର୍ଟରେ ଏକାଠି ଦେଖାଯାଇଥିଲେ, ଯାହା ଏହି କଳ୍ପନାଜଳ୍ପନାକୁ ଆହୁରି ବଢ଼ାଇଦେଇଥିଲା। ଆସନ୍ତୁ ଜାଣିବା କୋମଲ ରାଣୀ ସ୍ୱର୍ଣ୍ଣକର କିଏ?

ଏହାସହ ପଢ଼ନ୍ତୁ: ମା’ଙ୍କ ପାଇଁ ନଦୀରେ ଆତ୍ମହତ୍ୟା କରିବାକୁ ଯାଉଥିଲେ… 'ହିରୋ ନମ୍ବର 1' …. ବର୍ଷ ବର୍ଷର ଯନ୍ତ୍ରଣାକୁ ପ୍ରକାଶ କଲେ

  • ସେ ଗୋବିନ୍ଦାଙ୍କ ଏକ ଚଳଚ୍ଚିତ୍ରରେ ନଜର ଆସିବେ

କୋମଲ ରାଣୀ ସ୍ୱର୍ଣ୍ଣକର ବର୍ତ୍ତମାନ ତାଙ୍କର ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତି କରୁଛନ୍ତି। ସେ ଗୋବିନ୍ଦାଙ୍କ ଆଗାମୀ ଚଳଚ୍ଚିତ୍ର "ରୂପା"ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବେ। ଗୋବିନ୍ଦା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଗୋବିନ୍ଦା ଏହି ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରୁଛନ୍ତି। ଗୋବିନ୍ଦା ଏବଂ କୋମଲଙ୍କ ମଧ୍ୟରେ ଏହି ଆଗାମୀ ଚଳଚ୍ଚିତ୍ରକୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଅଭିନେତାଙ୍କ ସହ ଯୋଡ଼ିହୋଇଛି ନାଁ

କୋମଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ଏବଂ ତାଙ୍କର ବଲିଉଡ୍ ସହିତ ପୂର୍ବରୁ କୌଣସି ସମ୍ପର୍କ ନାହିଁ। ରିପୋର୍ଟ ଅନୁଯାୟୀ, କୋମଲ ଉତ୍ତର ପ୍ରଦେଶର। ଏବେ, ସେ ଗୋବିନ୍ଦାଙ୍କ ସହ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଫିଲ୍ମ ଘୋଷଣା ପୂର୍ବରୁ ମଧ୍ୟ, ଗୋବିନ୍ଦା ଏବଂ କୋମଲଙ୍କ ମଧ୍ୟରେ ସମ୍ପର୍କର ଗୁଜବ ସୋସିଆଲ ମିଡିଆରେ ଜୋର ଧରିଥିଲା। ପ୍ରକୃତରେ, ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଏକ ସାକ୍ଷାତକାରରେ ଗୋବିନ୍ଦା ଏବଂ କୋମଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସୂଚନା ଦେଇଥିଲେ।

  • ପତ୍ନୀ ସୁନିତା ଆହୁଜା ବଡ଼ ଅଭିଯୋଗ ଆଣିଛନ୍ତି

ସୁନିତା ଆହୁଜା ଏକ ସାକ୍ଷାତକାରରେ କହିଥିଲେ ଯେ ସେ କୋମଲ ନାଁକୁ ହିଁ ଘୃଣା କରନ୍ତି। ତଥାପି, ସେ ସ୍ପଷ୍ଟ କରି ନାହାନ୍ତି ଯେ ସେ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ବିଷୟରେ କହୁଛନ୍ତି ନା ଅନ୍ୟ କାହାକୁ କହୁଛନ୍ତି। ଗୋବିନ୍ଦା ଏବଂ କୋମଲ ରାଣୀ ସ୍ୱର୍ଣ୍ଣକର ଏପର୍ଯ୍ୟନ୍ତ ଡେଟିଂ ଗୁଜବ ସମ୍ପର୍କରେ କୌଣସି ବୟାନ ଦେଇନାହାନ୍ତି। ରିପୋର୍ଟ ଅନୁଯାୟୀ "ରୂପା" ପରେ କୋମଲ ଗୋବିନ୍ଦାଙ୍କ ସହିତ "ଦୁନିଆଦାରୀ" ଫିଲ୍ମରେ ମଧ୍ୟ ନଜର ଆସିବେ।

Related Topics

Explore more stories