Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି

Ritu Das
Browse all articles by Ritu Das
·1 year ago·1 min read
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି

ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପ‌ରେ ଗୋବିନ୍ଦାଙ୍କ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ନିଜେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। 

୯୦ ଦଶକର ବଲିଉଡ ତାରକା ନିଶ୍ଚିତ କରିଛନ୍ତି ଯେ ଡାକ୍ତରମାନେ ତାଙ୍କ ଗୋଡରୁ ଗୁଳି ବାହାର କରିଛନ୍ତି ଏବଂ ସେ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି। ଗୋବିନ୍ଦାଙ୍କ ବିବୃତିର ଓଡ଼ିଆ ଅନୁବାଦ ହେଉଛି, ‘‘ମୁଁ ଗୋବିନ୍ଦା। ମୋର ପ୍ରଶଂସକ, ବାପାମଆ ଓ ଈଶ୍ବର କୃପାରୁ ମୁଁ ଭଲ ଅଛି। ମୁଁ ଗୁଳି ଆଘାତ ପାଇଥିଲି। ମାତ୍ର ବର୍ତ୍ତମାନ ମୁଁ ଙଲ ଅନୁଭବ କରୁଛି। ସେମାନେ ଗୁଳି କାଢ଼ି ଦେଇଛନ୍ତି। ମୋ ଡାକ୍ତର ଅଗ୍ରୱାଲ୍‌ଙ୍କୁ ଧନ୍ୟବାଦ୍‌। ମୋ ପାଇଁ ପ୍ରାର୍ଥନା କରିଥିବା ମୋର ସମସ୍ତ ପ୍ରଶଂସକଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’’

ବଲିଉଡ୍‌ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳି ମାଡ଼ ଖାଇ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିଜ ବନ୍ଧୁକରୁ ହିଁ ଗୁଳି ବାଜି ଗୋବିନ୍ଦା ଆହତ ହୋଇ ଚିକିତ୍ସିତ ହେବାକୁ ହସ୍ପିଟାଲ୍‌ ଯାଇଥିଲେ। ତାଙ୍କ ନିଜ ବନ୍ଧୁକରୁ ଭୁଲ୍‌ ବଶତଃ ଗୁଳି ଗୋବିନ୍ଦାଙ୍କ ଆଣ୍ଠୁରେ ବାଜି ଯାଇଥିବା ସୂଚନା ରହିଛି। ଗୋବିନ୍ଦା ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଦେଖୁଥିବା ବେଳେ ଭୋର୍‌ ୪.୪୫ ସମୟରେ ଏହି ଘଟଣା ଘଟିଥିଲା। ଗୁଳିଟି ଗୋବିନ୍ଦାଙ୍କୁ ତାଙ୍କ ଆଣ୍ଠୁରେ ଆଘାତ କରିଥିଲା ​​ଏବଂ ସେ ବର୍ତ୍ତମାନ ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲର ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ (ଆଇସିୟୁ)ରେ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Govinda's reaction | Argus News