ହାର୍ଦ୍ଦିକଙ୍କ ପାଖରେ ଖେଳୁଛି ପୁଅ ଅଗସ୍ତ୍ୟ

ଅର୍ଗସ ବ୍ୟୁରୋ: ବିବାହ-ବିଚ୍ଛେଦ । ଏହା ବର୍ତ୍ତମାନ ଏକ ଟ୍ରେଣ୍ଡ ହୋଇଗଲାଣି। ଅଧିକ କହିବାକୁ ଗଲେ ବଲିଉଡ ଇଣ୍ଡଷ୍ଟ୍ରିରେ ଏଭଳି ଚାଲିଛି। ସେମାନଙ୍କ ପାଇଁ ଏହା ଏକ ଫ୍ୟାସନ ହୋଇଗଲା। ପ୍ରଥମେ ବିବାହ କରୁଛନ୍ତି। ଏହା ପରେ ବିଚ୍ଛେଦ । ଠିକ ଏହିପରି ଏକ ଘଟଣା ଘଟିଥିଲା ନିକଟରେ। ବଲିଉଡ ଅଭିନେତ୍ରୀ ନତାଶ ଷ୍ଟାନକୋଭିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା। ଦୁହେଁ ଆନୁଷ୍ଠାନିକ ଭାବେ ପରସ୍ପର ଠାରୁ ଅଳଗା ହୋଇଯାଇଛନ୍ତି। ଜୁଲାଇରେ ଦୁହେଁ ଛାଡପତ୍ର ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ପୁଅ ଅଗସ୍ତ୍ୟ ହାଦ୍ଦିକଙ୍କ ପାଖରେ ରହିଛି। ହେଲେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ବାପ-ପୁଅ ଖୁବ ଖୁସି ଥିବା ଦେଖିବାକୁ ମିଳିଛି। ଦୁହେଁ ମଜା ମସ୍ତି କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
କ୍ରିକେଟରଙ୍କ ଠାରୁ ଅଲଗା ହେବା ପରେ ନତାଶା ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହ ନିଜ ଦେଶ ସର୍ବିଆକୁ ଯାଇଥିଲେ। ସେପଟେ ହାର୍ଦ୍ଦିକ ମଧ୍ୟ ଛୁଟି କାଟିବା ପାଇଁ ଗ୍ରୀସ ଯାଇଥିଲେ। ଗତ ମାସରେ, ନତାଶ ଷ୍ଟାନକୋଭିକ ପୁଅ ସହିତ ଭାରତ ଫେରିଥିଲେ। ନତାଶା ସର୍ବିଆରୁ ଭାରତ ଫେରିବା ପରଠାରୁ ପ୍ରାଠସକମାନେ ତାଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ଅଗସ୍ତ୍ୟ ଭାରତକୁ ଫେରିବା ମାତ୍ରେ ସେ ତାଙ୍କ ପିତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଭେଟିବାକୁ ଆସିଥିଲେ। ଉଭୟଙ୍କ କିଛି ଫଟୋ ଏବଂ ଭିଡିଓ ସେହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ପ୍ରଶଂସକମାନେ ପିତା ଏବଂ ପୁଅଙ୍କ ସାକ୍ଷାତ ଦେଖିବା ପରେ ଭାବପ୍ରବଣ ହୋଇଥିଲେ। ଏବେ ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟା ଚିଲ ମୋଡରେ ପୁଅ ଅଗସ୍ତ୍ୟଙ୍କ ଫଟୋ ସେୟାର କରିଛନ୍ତି। କହିବାକୁ ଗଲେ ଫଟୋରେ ହାର୍ଦ୍ଦିକ ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହ ନଜର ଆସିଥିବାବେଳେ କ୍ରୁନାଲଙ୍କ ଛୋଟ ପୁଅ ମଧ୍ୟ ତାଙ୍କ ସାମ୍ନାରେ ନଜର ଆସିଛନ୍ତି। ପୂର୍ବରୁ ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ନତାଶା ସେଠାରେ ନଥିଲେ। ପ୍ରଶଂସକମାନେ ନତାଶାଙ୍କୁ ଖୁବ ମିସ କରୁଥିଲେ।
ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ କ୍ରିକେଟର ତାଙ୍କ ପୁଅଙ୍କ ସହ ସମୟ ବିତାଉଥିବାର ନଜର ଆସିଛନ୍ତି। କୁହାଯାଉଛି କି ବାପା ଏବଂ ପୁଅ ବର୍ତ୍ତମାନ ଏକାଠି ରହୁଛନ୍ତି। ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବା ସହ ହାର୍ଦ୍ଦିକ ଏବଂ ନତାଶା ଦୁହେଁ ନିଜ ଲାଇଫରେ ଭଲରେ ଅଛନ୍ତି।
📱 Get Argus News App
✨
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

