Videos
|
Entertainment

Hardik Pandya / ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଲେ ନତାଶା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଲେ ନତାଶା
Hardik and Natasa profile photo

Key Points

ନତାଶା ଏବଂ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ବିଚ୍ଚଷଦ ଅନେକ ଦିନ ହେବ ହୋଇସାରିଛି। କିନ୍ତୁ ଏହାକୁ ନେଇ ଏବେବି ଥମୁନି ଚର୍ଚ୍ଚା

ଅର୍ଗସ ବ୍ୟୁରୋ:  ନତାଶା ଏବଂ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ବିଚ୍ଚଷଦ ଅନେକ ଦିନ ହେବ ହୋଇସାରିଛି। କିନ୍ତୁ ଏହାକୁ ନେଇ ଏବେବି ଥମୁନି ଚର୍ଚ୍ଚା। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ । କେତେବେଳେ ହାର୍ଦ୍ଦିକଙ୍କ ନୂଆ ଗର୍ଲଫେଣ୍ଡଙ୍କୁ ନେଇ ଚର୍ଚ୍ଚା ତ ଆଉ କେତେେବଳେ ନତାଶାଙ୍କ କିଛି କ୍ରିପ୍ଟିକ ପୋଷ୍ଟକୁ ନେଇ। ତେବେ ନତାଶା ଏବେ ଅଲଗା ହୋଇଯାଇଛନ୍ତି। ଛାଡପତ୍ର ଘୋଷଣା ପରେ ନତାଶାଙ୍କ ଏବେ ଇନଷ୍ଟାରେ ଷ୍ଟୋରୀ ଖୁବ ଭାଇରାଲ ହେବାରେ ଲାଗିଛି। ନିଜ ଷ୍ଟୋରୀରେ ସେ ପ୍ରେମରମାନେ ବୁଝାଇଥିବା ଦେଖିବାକୁ ମିଳିଛି। ଇନଷ୍ଟାରେ ନତାଶା ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ଲେଖା ହୋଇଥିଲା ଯେ ''ପ୍ରେମ ହେଉଛି ଶାନ୍ତି। ପ୍ରେମ ଧୈର୍ଯ୍ୟବାନ। ପ୍ରେମ ଦୟାଳୁ ଅଟେ। ଏହା ଈର୍ଷାପରାୟଣ ନୁହେଁ।

ଏହା ମିଥ୍ୟାବାଦୀ ଗର୍ବୀ କରେ ନାହିଁ। ଏହା ଅଂହକାର ନୁହେଁ। ସେ ଅନ୍ୟମାନଙ୍କୁ ଅପମାନ କରେ ନାହିଁ। ପ୍ରେମ କେବଳ ନିଜ ଭିତରେ ବ୍ୟସ୍ତ ରୁହେ ନାହିଁ। କ୍ରୋଧିତ ହୁଏନାହିଁ। ପ୍ରେମ କୌଣସି ଭୁଲର ରେକର୍ଡ ରଖେନାହିଁ। ପ୍ରେମ ଖରାପ ସମୟରେ ଖୁସି ହୁଏ ନାହିଁ। ବରଂ ଭଲ ସମୟରେ ଖୁସି ମନାଏ। ଏହା ସର୍ବଦା ସୁରକ୍ଷା କରେ, ସର୍ବଦା ବିଶ୍ୱାସ କରେ, ଆଶା କରେ। ପ୍ରେମ କେବେ ବିଫଳ ହୁଏ ନାହିଁ।

ଏହି ଷ୍ଟୋରୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ହାର୍ଦ୍ଦିକ ତାଙ୍କୁ ଅପମାନିତ କରୁଥିଲେ କି ? ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସେ ଏହି ପୋଷ୍ଟକୁ ସେୟାର କରିବା ମାତ୍ରେ, ନେଟିଜେନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି। ହାର୍ଦ୍ଦିକଙ୍କ ସହ ତାଙ୍କର ତିକ୍ତତା ସମ୍ପର୍କ ଏବଂ ଏହା ଛାଡପତ୍ର ହେବାର ପ୍ରକୃତ କାରଣ ଦର୍ଶାଇଥିବା ନେଇ ରିପୋର୍ଟର ଏକ ନିଶ୍ଚିତ କରିଥିଲେ। ନତାଶା ଏବଂ ହାର୍ଦ୍ଦିକ ଉଭୟ କିଛି ଦିନ ତଳେ ନିଜର ଛାଡପତ୍ରକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ସବୁ ଖବର ସାମ୍ନାକୁ ଆସୁଛି, ଏହାକୁ ଦେଖିବା ପରେ ଲାଗୁଛି ଯେ ଏହି ଛାଡପତ୍ର ଉଭୟଙ୍କ ସହମତିରେ ହୋଇନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Hardik Pandya's ex-wife Natasha Stankovic shares cryptic post after divorce | Argus News