Videos
|
Entertainment

ଷ୍ଟାର ହେବାକୁ ମୁମ୍ବାଇ ଆସିଥିଲେ କିନ୍ତୁ ଏବେ ଅଧାରେ ରହିଗଲା ସ୍ବପ୍ନ

Ritu Das
Browse all articles by Ritu Das
·2 years ago·2 min read
ଷ୍ଟାର ହେବାକୁ ମୁମ୍ବାଇ ଆସିଥିଲେ କିନ୍ତୁ ଏବେ ଅଧାରେ ରହିଗଲା ସ୍ବପ୍ନ

ଅର୍ଗସ ବ୍ୟୁରୋ: ଅନେକ ଲୋକ ଅଭିନେତା ହେବାର ସ୍ୱପ୍ନ ସହିତ ମୁମ୍ବାଇକୁ ଆସନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ କିଛି  ଷ୍ଟାର ହେବାକୁ ସକ୍ଷମ ହୋଇପାରନ୍ତି। ଏଭଳି ଜଣେ ଅଭିନେତା ଯାହାର ଅଭିନୟ ପ୍ରତି ଥିଲା ଦୁର୍ବଳତା। ସେ ବଲିଉଡର ଭର୍ସାଟାଇଲ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରିଥିଲେ। କିନ୍ତୁ ଏବେ ଜୀବନ ଏବଂ ଜୀବିକା ପାଇଁ ଫଳ ବିକ୍ରି କରୁଛନ୍ତି। 

ଆମେ କହୁଥିବା ଅଭିନେତା ଲୋକପ୍ରିୟ, ହିଟ୍ ଚଳଚ୍ଚିତ୍ରରେ ଅନେକ ପାର୍ଶ୍ୱ ଭୂମିକା ଗ୍ରହଣ କରିଛନ୍ତି, ତଥାପି, ଲକଡାଉନ ସମୟରେ ତାଙ୍କର ଆର୍ଥିକ ଅବସ୍ଥା ତାଙ୍କୁ ଫଳ ବିକ୍ରେତା ଭାବରେ କାମ କରିବାକୁ ପ୍ରେରିତ କରିଥିଲା। ସେ ଆଉ କେହି ନୁହଁ ସେ ହେଉଛନ୍ତି ସୋଲଙ୍କି ଦିଓ୍ବାକର। 

ଜି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ସୋଲାଙ୍କି ଦିୱାକର ପ୍ରକାଶ କରିଛନ୍ତି ଯେ ସେ ଥିଏଟରରେ  ମଧ୍ୟାନ୍ତରରେ ପାମ୍ପଡ ବିକ୍ରି କରୁଥିଲେ।  ସେ କହିଛନ୍ତି ଯେ ବଲିଉଡରେ ସେ ଅଧିକ କାମ ମିଳୁ ନ ଥିବାରୁ ବର୍ତ୍ତମାନ ଫଳ ବିକ୍ରୟ କରିବା ତାଙ୍କ ପାଇଁ ବାଧ୍ୟତାମୂଳକ କାର୍ଯ୍ୟ। ସେ କହିଛନ୍ତି, "ଯଦି ମୁଁ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ରୋଜଗାର କରେ ତେବେ ମୁଁ ଫଳ ବିକ୍ରୟ କରିବି ନାହିଁ। ଯଦି ମୁଁ ବର୍ଷସାରା ନିୟମିତ କାମ ପାଇଥାନ୍ତି  ମୋ ପରିବାରକୁ ବଞ୍ଚାଇବା ପାଇଁ ଯଥେଷ୍ଟ ପାରିଶ୍ରମିକ ପାଇଥାନ୍ତି। ଏକ ସୁଯୋଗ ଦେଇ ମୁଁ 1000 ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହେଁ। କିନ୍ତୁ ଏହା ମୋର ଦୁର୍ଭାଗ୍ୟ ଯେ ମୋତେ କେବେ ଫିଲ୍ମରେ ରୋଲ ମିଳେନି। ତେଣୁ ଏହା ମୋର ମଜବୁରି ଯେ ମୋତେ ଫଳ ବିକ୍ରୟ କରିବାକୁ ପଡିବ କାରଣ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ। 

ସୋଲାଙ୍କି ଦିୱାକର ଡ୍ରିମଗର୍ଲ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ଯେଉଁଥିରେ ଆୟୁଷ୍ମାନ ଖୁରାନା, ହ୍ବାଇଟ ଟାଇଗର ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ସୋନଚିଡୟା ଭଳି ମୁଭିରେ ମଧ୍ୟ ଅଭିନୟ କରିଛନ୍ତି। ସେ 2014 ମସିହାରେ ତିତିଲି ମୁଭିରୁ ନିଜର ଡେବ୍ୟୁ କରିଥିଲେ। ଏହି ମୁଭିରେ ସେ ଏକ ବିବାହ କାର୍ଡ ଲୋକ ଭୂମିକାରେ ଅଭିନୟ କରିଥିଲେ। ସେ ଅଭିଷେକ ବଚ୍ଚନଙ୍କ ଅଭିନୀତ `ବ୍ରିଦ' ଓ୍ବେବସିରିଜରେ ମଧ୍ୟ କାମ କରିଛନ୍ତି। ନିକଟରେ ସେ ଶାହିଦ କପୁରଙ୍କ ହିଟ୍ ଫିଲ୍ମ `ବ୍ଲଡିଡାଡି'ରେ ମଧ୍ୟ ନଜର ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୋଲାଙ୍କି ଦିୱାକର ବୃତ୍ତି ଅନୁଯାୟୀ ଫଳ ବିକ୍ରେତା ଏବଂ ଦିଲ୍ଲୀରେ 10 ବର୍ଷ ଧରି ଏହି କାର୍ଯ୍ୟ କରିଆସୁଛନ୍ତି। ସେ ବେଳେବେଳେ ଚଳଚ୍ଚିତ୍ରରେ ଛୋଟ ଭୂମିକା ଗ୍ରହଣ କରନ୍ତି। କୋଭିଡ -19 ସମୟରେ ANI ସହିତ କଥା ହେବାବେଳେ ସେ କହିଥିଲେ, “ଲକଡାଉନ୍ ବଢ଼ିଗଲା ଯେତେବେଳେ ମୋ ପରିବାରର ଆବଶ୍ୟକତାକୁ ପୁରା କରିବାକୁ ପଡ଼ିଲା। ଆଉ ମୋତେ ଲାଗୁନି ମୁଁ କିଛି ଲଜ୍ଜିତ ହେଲାଭଳି କାମ କରିଛି। ମୋତେ ଘର ଭଡ଼ା ଦେବାକୁ ବି ଟଙ୍କା ଦରକାର ଥିଲା।  ତେଣୁ ମୁଁ ଫଳ ବିକ୍ରୟ କରିବାକୁ ଫେରି ଆସିଛି। ଏବେ ସିନା କରୋନା ଭୂତାଣୁ ନାହିଁ କିନ୍ତୁ ପେଟକୁ ତ ଭୋକ ଲାଗୁଛି ନା। ଆଉ ମୁଁ ଯଦି କାମ ନ କରେ ଏହି ଚାଣ୍ଡାଳ ଭୋକ ନିଶ୍ଚିତ ଭାବେ ମୋତେ ଏବଂ ମୋର ଦୁଇ ପୁଅକୁ ହତ୍ୟା କରିବ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର