Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିଲକୁ ଯାଇ ଚାଷୀଙ୍କ ସହ ଫସଲ କାଟିଲେ ହେମା ମାଳିନୀ

Ritu Das
Browse all articles by Ritu Das
·2 years ago·1 min read
ବିଲକୁ ଯାଇ ଚାଷୀଙ୍କ ସହ ଫସଲ କାଟିଲେ ହେମା ମାଳିନୀ

ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ବି ସେତିକି ଜୋର ଧରୁଛି । ଏଥିରେ ପଛରେ ପଡ଼ିନାହାନ୍ତି ବଲିଉଡ ଅଭିନେତ୍ରୀ ହେମା ମାଳିନୀ। ପ୍ରାର୍ଥୀମାନେ ନିଜ ଢଙ୍ଗରେ ପ୍ରଚାର କରିବାକୁ ଯାଇ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖାଯାଉଛି । ପ୍ରଚାର କରିବାକୁ ଯାଇ ଜମିରେ ଗହମ କାଟୁଛନ୍ତି ହେମା ମାଳିନୀ । ଗହମ କାଟିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକଙ୍କ ଭୋଟ ହାତେଇବାକୁ ସମସ୍ତେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। 

ମଥୁରା ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ ପାଇଥିବା ହେମା ମାଳିନୀ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଲୋକଙ୍କ ଭେଟିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଗୁରୁବାର ଏକ ଗାଁକୁ ଯାଇ ସେଠିକାର ମହିଳା ଚାଷୀଙ୍କ ସହ କଥା ହୋଇଥିଲେ ଏବଂ ଗହମ ବିଲରେ ପଶି ଫସଲ କାଟିଥିଲେ । ଏହାକୁ ସେ ଏକ୍ସରେ ସେୟାର କରିବା ସହ ଲେଖିଛନ୍ତି ଯେ, ‘ ମୋତେ ଦେଖି ଏଠିକାର ମହିଳା ମାନେ ବେଶ ଖୁସି ହୋଇଯାଇଥିଲେ ଏବଂ ମୋ ସହ ଫଟୋ ଉଠାଇବାକୁ କହିଥିଲେ’ ।
ହେମା ମାଳିନୀ ୨୦୧୪ରୁ ମଥୁରାରେ ଜିତି ଆସୁଛନ୍ତି । ସେଠାରେ ତାଙ୍କର ଲୋକପ୍ରିୟତା ରହିଛି । ସେଠିକାର ଲୋକଙ୍କ ପାଇଁ ସେ ବିକାଶମୂଳକ କାମ କରିଥିବାରୁ ଏଥର ମଧ୍ୟ ମଥୁରାରୁ ସେ ଜିତିବେ ବୋଲି ଚର୍ଚ୍ଚା ହେଉଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hema Malini went to | Argus News