Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିବାହ କରିବେ ହିମାଂଶୁ କୋହଲି

Entertainment

ବିବାହ କରିବେ ହିମାଂଶୁ କୋହଲି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିବାହ କରିବେ ହିମାଂଶୁ କୋହଲି

ଅର୍ଗସ ବ୍ୟୁରୋ:  ବଲିଉଡ୍‌ର ଜଣାଶୁଣା ଅଭିନେତା ହିମାଂଶୁ କୋହଲି। ଅନେକ ଦିନ ଧରି କେଉଁଆଡେ ହଜିଯାଇଛନ୍ତି। ତାଙ୍କୁ ଦେଖିବାକୁ ମିଳୁନାହିଁ। କିନ୍ତୁ ହଠାତ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାଙ୍କ ମେହେନ୍ଦୀର ଫଟୋ। କୁହାଯାଉଛି କି ହିମାଂଶୁ କୋହଲି ବିବାହ କରିବାକୁ ଯାଉଛନ୍ତି। ହେଲେ କାହାକୁ ବିବାହ କରିବେ ହିମାଂଶୁ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ।

ଦୀର୍ଘ ଦିନ ଧରି ସେ ତାଙ୍କ ବୃତ୍ତିଗତ ଜୀବନ ବିଷୟରେ ଅଧିକ ଚର୍ଚ୍ଚାରେ ନାହାନ୍ତି। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଆସିଛି । ପ୍ରଥମେ ନେହା କକ୍କରଙ୍କ ସହିତ ତାଙ୍କର ସମ୍ପର୍କ ଭାଙ୍ଗିଥିଲା। ଉଭୟ ବିବାହ କରିବାକୁ ଯୋଜନା କରୁଥିଲେ, କିନ୍ତୁ ଏହା ପୂର୍ବରୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ସେମାନଙ୍କ ସମ୍ପର୍କ ଅପେକ୍ଷା ତାଙ୍କ ବ୍ରେକଅପ୍ ବିଷୟରେ ଅଧିକ ଆଲୋଚନା ହୋଇଥିଲା । ହେଲେ ଦୁହିଁଙ୍କ ସମ୍ପର୍କରେ ଫାଟ ପଡିଥିଲା। ନେହା କକ୍କର ରୋହନଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ହିମାଂଶୁ କୋହଲି ତାଙ୍କ ଡ୍ରିମ ଗର୍ଲକୁ ବିବାହ କରିବାକୁ ଯାଉଛନ୍ତି ।

ବର୍ତ୍ତମାନ ମେହେନ୍ଦୀ ସମାରୋହର ଫଟୋ ଭାଇରାଲ ହୋଇଛି । ହିମାଂଶୁ କୋହଲି ବିବାହ କରିବାକୁ ଯାଉଛନ୍ତି । ତାଙ୍କ ଘରେ ବିବାହ ରୀତିନୀତି ଆରମ୍ଭ ହୋଇଛି। ହିମାଂଶୁଙ୍କ ମେହେନ୍ଦୀ ସମାରୋହର ଫଟୋରେ ଏହା ଦେଖିବାକୁ ମିଳେ ଯେ ଥିମ୍ ଅନୁଯାୟୀ ହିମାଂଶ ସବୁଜ କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । ତାଙ୍କ ସାଙ୍ଗ ଏବଂ ପରିବାର ଲୋକ ନାଚୁଥିବାର ନଜର ଆସିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହିମାଂଶୁ ତାଙ୍କ ଭାବି ପତ୍ନୀଙ୍କ ନାମ ତାଙ୍କ ହାତରେ ଲେଖିଛନ୍ତି। ଅନ୍ୟ ଫଟୋରେ ସାଙ୍ଗମାନଙ୍କ ସହିତ ମଜା କରୁଥିବା ଦେଖାଯାଉଛି। ଅନ୍ୟପଟେ ସେ ନିଜ ପରିବାର ସହିତ ନାଚୁଥିବାର ଦେଖିବାକୁ ମିଳିଛି। ପରିବାର ସଦସ୍ୟମାନେ ହିମାଂଶୁଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି। ୧୨ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଯେଉଁଥିରେ କୁହାଯାଇଛି ଯେ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ କେବଳ ସ୍ୱତନ୍ତ୍ର ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗଦେବେ। କହିବାକୁ ଗଲେ ଯେ ୩୫ ବର୍ଷିୟ ହିମାଂଶ କୋହଲିଙ୍କ ଭାବି ପତ୍ନୀ ଇଣ୍ଡଷ୍ଟ୍ରିର ନୁହଁନ୍ତି । ନେହା କକ୍କରଙ୍କ ସହ ସମ୍ପର୍କ ପାଇଁ ହିମାଂଶ ପୂର୍ବରୁ ଚର୍ଚ୍ଚାରେ ରହିଆସିଛନ୍ତି।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Hemansh Kohli would be getting married in a private ceremony on November 12 in New Delhi | Argus News