Videos
|
Entertainment

ବିଗ ବିଙ୍କ ସହ କାମ କରିବାକୁ ମନା କରିଥିଲେ ହିରୋଇନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଗ ବିଙ୍କ ସହ କାମ କରିବାକୁ ମନା କରିଥିଲେ ହିରୋଇନ

ଅର୍ଗସ ବ୍ୟୁରୋ:  ଅମିତାଭ ବଚ୍ଚନ । ତାଙ୍କ ନାଁ ହିଁ କାଫି ତାଙ୍କ ପରିଚୟ ପାଇଁ। ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ ଥିଲେ, ଯିଏ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ସେ ଅଭିନେତ୍ରୀ ଜଣଙ୍କ ଏମିତି ସେମିତି ଅଭିନେତ୍ରୀ ନୁହଁନ୍ତି। ଜଣେ ଆଗ ଧାଡିର ଅଭିନେତ୍ରୀ। ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଭେଟେରାନ ତଥା ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ। ତାଙ୍କୁ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ମଧ୍ୟ କୁହାଯାଏ। ବିଗ୍‌ ବି ଶ୍ରୀଦେବୀଙ୍କୁ ମନାଇବା ପାଇଁ ଏମିତି କୌଶଳ ଆପଣାଇ ଥିଲେ, ଶେଷରେ ଅଭିନେତ୍ରୀ ଅଭିନୟ ପାଇଁ ରାଜି ହୋଇଥିଲେ।Sridevi: The Eternal Screen Goddess ପୁସ୍ତକରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକ ସ୍ବର୍ଗତ କୋରିଓଗ୍ରାଫର ସରୋଜ ଖାନ ଲେଖିଥିଲେ। ସରୋଜ ଖାନ ୧୯୯୨ ଚଳଚ୍ଚିତ୍ର ‘ଖୁଦା ଗୱା’ରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କୁ କୋରିଓଗ୍ରାଫ କରିଥିଲେ। ଶ୍ରୀଦେବୀ ଫିଲ୍ମ ‘ଖୁଦା ଗୱା’ରେ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ଅବଶ୍ୟ, ବିଗ ବି’ଙ୍କ ଏକ କୌଶଳ ଦେଖି ଶ୍ରୀଦେବୀ ଅଭିନୟ ପାଇଁ ରାଜି ହୋଇଥିଲା।

ସରୋଜ କହିଥିଲେ, ଶ୍ରୀଦେବୀଙ୍କୁ ମନାଇବା ପାଇଁ ଅମିତାଭ ବଚ୍ଚନ ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ ପଠାଇଥିଲେ। ଏହା ପରେ ଟ୍ରକରୁ ଶ୍ରୀଦେବୀଙ୍କ ଉପରେ ଫୁଲ ବର୍ଷା ହୋଇଥିଲା। କିନ୍ତୁ ଗୋଲାପ ବର୍ଷା ସତ୍ତ୍ୱେ ଶ୍ରୀଦେବୀ ରାଜି ହୋଇ ନ ଥିଲେ। ଏହା ପରେ ସେ ନିର୍ମାତାମାନଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ‘ଖୁଦା ଗୱା’ରେ ଉଭୟ ମା’ ଏବଂ ଝିଅ ଭୂମିକାରେ ଅଭିନୟ କରିବେ। ନିର୍ମାତାମାନେ ଶ୍ରୀଦେବୀଙ୍କ ଏହି ବିବୃତ୍ତିକୁ ଗ୍ରହଣ କରିଥିଲେ ଏବଂ ଅମିତାଭ ବଚ୍ଚନ ଏବଂ ଶ୍ରୀଦେବୀଙ୍କ ଯୋଡି ଖୁଦା ଗାୱାରେ ଦେଖିବାକୁ ମିଳିଥିଲା। ଏହି ଦୁଇ ଯୋଡିଙ୍କୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
 

heroine refused to work with amitabh bachchan | Argus News