Videos
|
Entertainment

ଆଉ ଏକ ରୋଗରେ ପୀଡିତ ହିନା ଖାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଆଉ ଏକ ରୋଗରେ ପୀଡିତ ହିନା ଖାନ

ଅର୍ଗସ ବ୍ୟୁରୋ:  ପୁଣି ଏକ ରୋଗ ମାଡଢି ବସିଲା ହିନା । ହିନା ଖାନ। ଟିଭିର ସବୁଠାରୁ ଜଣାଶୁଣା ଅଭିନେତ୍ରୀ  । ବର୍ତ୍ତମାନ ସେ ଯେଉଁ ଖରାପ ସମୟ ଦେଇ ଗତି କରୁଛନ୍ତି ତାହା ବଖାଣିବା କଷ୍ଟସାଧ୍ୟ। ହେଲେ ଏଭଳି ସମୟରେ ଆଉ ଏକ ଦୁଃଖ ତାଙ୍କ ଉପରେ ମାଡିଆସିଛି। ଅଭିନେତ୍ରୀଙ୍କୁ ବ୍ରେଷ୍ଟ କ୍ୟାନସର ପରେ ଆଉ ଏକ ରୋଗ ହୋଇଛି। ଯାହାକୁ ନେଇ ନିଜେ ହିନା ସେୟାର କରିଛନ୍ତି। ଏହାପରେ ଫ୍ୟାନ୍ସଙ୍କ ମହଲରେ ଚିନ୍ତା ବଢ଼ିଛି। କୁହାଯାଉଛି ଯେ, ଅଭିନେତ୍ରୀ ଯେଉଁ କେମୋଥେରାପି ନେଉଥିଲେ, ତାହା ପାର୍ଶ୍ୱ ପ୍ରତିକ୍ରିୟା । ଏବେ କଣ ହେବ, କେମିତି ଭଲ ହେବେ ଅଭିନେତ୍ରୀ ପରିବାର ଲୋକେ ଚିନ୍ତାଗ୍ରସ୍ତ।

ହିନା ଖାନ ବହୁତ ଷ୍ଟ୍ରଙ୍ଗ । ସେ ତାଙ୍କର ସ୍ୱାସ୍ଥ୍ୟଗତ ନେଇ ସମସ୍ତ ଅପଡେଟ୍‌ ଦେଉଥିଲେ। ହିନା ଖାନ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ସହିତ ଲଢ଼ୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସେ ମ୍ୟୁକୋସିଟିସରେ ପୀଡିତ ଅଛନ୍ତି। ମୁଁ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶକୁ ଫଲୋ କରୁଛି। ଯଦି ଆପଣଙ୍କ ମଧ୍ୟରୁ କେହି ଏହା ଦେଇ ଗତି କରିଛନ୍ତି କିମ୍ୱା କୌଣସି ଉପଯୋଗୀ ପ୍ରତିକାର ଜାଣିଛନ୍ତି ତେବେ ଦୟାକରି ପରାମର୍ଶ ଦିଅନ୍ତୁ। କାହିଁକି ନା ମୁଁ ଖାଇବା ପିଇବା କିଛି କରିପାରୁନି। ଏହା ମୋତେ ସାହାଯ୍ୟ କରିବ।

ହିନା ଖାନ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ଦୟାକରି ପରାମର୍ଶ ଦିଅନ୍ତୁ। ଦୟାକରି ପ୍ରାର୍ଥନା କର। ଅଭିନେତ୍ରୀଙ୍କ ପଦ ପରେ ଅନେକ ପ୍ରଶଂସକ ମଧ୍ୟ ପରାମର୍ଶ ଦେଉଛନ୍ତି ଏବଂ ତାଙ୍କ ରିକଭରି ପାଇଁ ପ୍ରାର୍ଥନା କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, 'ଶୀଘ୍ର ସୁସ୍ଥ ହୁଅ। ତୁମ ପାଇଁ ପ୍ରାର୍ଥନା କରୁଛି। ଟିଭିର ସବୁଠାରୁ ଜଣାଶୁଣା ଅଭିନେତ୍ରୀ ହିନା ଖାନ। ଅଭିନେତ୍ରୀଙ୍କ ଏକ ନୂଆ ପୋଷ୍ଟ ପ୍ରଶଂସକଙ୍କୁ ଦୁଃଖ ଦେଇଛି। କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ହିନା ଏବେ ନୂଆ ରୋଗରେ ଆକ୍ରାନ୍ତ ହୋଇଥିବା ପୋଷ୍ଟରେ କହିଛନ୍ତି। ହିନା କହିଛନ୍ତି ଯେ, ତାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ଏବଂ ସେ ଯଥାଶୀଘ୍ର ଭଲ ହୋଇଯାଆନ୍ତୁ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: