Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯନ୍ତ୍ରଣାରେ ଛଟପଟ ହିନା ଖାନ

Entertainment

ଯନ୍ତ୍ରଣାରେ ଛଟପଟ ହିନା ଖାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଯନ୍ତ୍ରଣାରେ ଛଟପଟ ହିନା ଖାନ

ଅର୍ଗସ ବ୍ୟୁରୋ: ଯନ୍ତ୍ରଣାରେ ଛଟପଟ ହିନା ଖାନ। ହିନା ଇନଷ୍ଟାଗ୍ରାମରେ ଆଲ୍ଲାଙ୍କୁ ସ୍ମରଣ କରୁଥିବା ଏକ ଷ୍ଟୋରୀ ସେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହେଉଛନ୍ତି।  ପୋଷ୍ଟରେ ଲେଖିଛନ୍ତି, 'ଆଲ୍ଲା ବ୍ୟତୀତ ଅନ୍ୟ କେହି ତୁମର ଯନ୍ତ୍ରଣା ଦୂର କରିପାରିବେ ନାହିଁ... ପ୍ଲିଜ ଆଲ୍ଲା, ପ୍ଲିଜ। ଏହି ସହ ଇମୋଜି ମଧ୍ୟ ଲଗାଇଛନ୍ତି। ଯେବେଠାରୁ ହିନାଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଅଭିନେତ୍ରୀଙ୍କ ଏହି ରୋଗ ବିଷୟରେ ଜାଣିଥିଲେ, ସମସ୍ତେ ତାଙ୍କ ସମର୍ଥନରେ ବାହାରିଛନ୍ତି। ହିନା ଖାନ ବର୍ତ୍ତମାନ ସ୍ତନ କର୍କଟରେ ପୀଡିତ।

କିଛି ଦିନ ହେବ କେଶ କାଟିବାର ଏକ ଭିଡିଓ ସେୟାର କରିଥିଲେ। ଆଉ ଏବେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ହିନା। ଏ ପୋଷ୍ଟ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ହିନାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ କିଭଳି ଅଛି ତାକୁ ଜାଣିବାକୁ ଇଛୁକ। ହେଲେ ହିନାଙ୍କର ତୃତୀୟ ଷ୍ଟେଜ ଚାଲିଥିବାବେଳେ ହିନା ବର୍ତ୍ତମାନ କଷ୍ଟରେ ଥିବା ପୋଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Argus Whatsapp Channel Mobile Top
Sponsored
Hina Khan prays for strength amid breast cancer battle | Argus News