Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କେମୋଥେରାପି ପୂର୍ବରୁ କେଶ କାଟିଲେ ହିନା ଖାନ୍, ଭିଡିଓ ଭାଇରାଲ...

Banajyotshna Ray
Browse all articles by Banajyotshna Ray
·2 years ago·2 min read
କେମୋଥେରାପି ପୂର୍ବରୁ କେଶ କାଟିଲେ ହିନା ଖାନ୍, ଭିଡିଓ ଭାଇରାଲ...

ଅର୍ଗସ ବ୍ୟୁରୋ:  ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ତାଙ୍କୁ କିଏ ବା ନଜାଣେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ହେଉ ଅବା ତାଙ୍କର ସୁନ୍ଦରତା ପାଇଁ ହେଉ ସେ ଖୁବ ଚର୍ଚ୍ଚାରେ ଥାନ୍ତି। କିନ୍ତୁ  ବର୍ତ୍ତମାନ କର୍କଟ ଚିକିତ୍ସା ପାଇଁ କେମୋଥେରାପି ପୂର୍ବରୁ କେଶ କାଟୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯାହା ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଦୁଃଖର ଛାଇ ଖେଳିଯାଇଛି। ହିନା ଖାନ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ଆପଣମାନେ ମୋ ମାଆର କାନ୍ଦିବା ଆୱାଜ୍ ଶୁଣିପାରୁଥିବେ । ସେ ମୋତେ ଏହି ରୂପରେ କେବେ ଦେଖିବେ ବୋଲି କଳ୍ପନା ବି କରିନଥିଲେ । ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ପାଇଁ ବିଶେଷ କରି କର୍କଟ ରୋଗ ସହ ସଂଘର୍ଷ କରୁଥିବା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ।

‘ୟେ ରିସ୍ତା କ୍ୟା କେହେଲାତା ହୈ’ ସିରିଏଲର ଅକ୍ଷରା ଚରିତ୍ର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିପାରିଥିଲେ । ଏହାସହ ଖତରୋ କେ ଖିଲାଡି, ବିଗ୍‌ ବସ୍‌ ପରି ବଡ ବଡ ସୋ ମଧ୍ୟ କରିଥିଲେ ହିନା ଖାନ।  ନିକଟରେ ହିନା ଷ୍ଟେଜ୍ ୩ ସ୍ତନ କର୍କଟ ରୋଗ ସହ ସଂଘର୍ଷ କରୁଥିବା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଥିଲା ।ଆଉ ,ବେ ହିନା ନିଜେ କେଶ କାଟୁଥିବାର ଭିଡିଓ ସେୟାର କରିଛନ୍ତି। ଅଧିକାଂଶ ବ୍ୟକ୍ତିଙ୍କ ପାଇଁ କେଶ ମୁକୁଟ ସଦୃଶ ଯାହାକୁ ସୋମାନେ କେବେ କାଟିବାକୁ ଚାହାଁନ୍ତି ନାହିଁ ।

ଏଭଳି କଠିନ ସଂଘର୍ଷ ସମୟରେ ବି ଆମକୁ ନିଜ ଗୌରବ, ନିଜ ମୁକୁଟ ହରାଇବାକୁ ପଡ଼ିଥାଏ । ଆପଣ ଜିତିବାକୁ ଚାହୁଁଥିଲେ ଏଭଳି କଠିନ ନିଷ୍ପତ୍ତି କରିବାକୁ ପଡ଼ିଥାଏ ।’ ବୋଲି ହିନା ଖାନ କହିଛନ୍ତି। ଏହାସହ ଫ୍ୟାନ୍ସମାନେ କହିଛନ୍ତି ହିନା ଖାନ ଖୁବ ଷ୍ଟ୍ରଙ୍ଗ। ସେ ଖୁବ ଶୀଘ୍ର ଭଲ ହୋଇ ପୁଣି ଥରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ ଆସିବେ । ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ବୋଲି ମେସେଜ କରିଛନ୍ତି। ,ଭଳି ଖବର ପରେ ହିନା ମଧ୍ୟ ନିଜକୁ ଆହୁରି ଷ୍ଟ୍ରଙ୍ଗ ଅନୁଭବ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hina Khan smiles as she cuts hair for chemotherapy | Argus News