Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ନିଜର କେଶ ପାଇ ଏଭଳି କହିଲେ ହିନା ଖାନ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନିଜର କେଶ ପାଇ ଏଭଳି କହିଲେ ହିନା ଖାନ...

ଅର୍ଗସ ବ୍ୟୁରୋ:  ଖୁସିରେ ଅଛନ୍ତି ଅଭିନେତ୍ରୀ ହିନା ଖାନ। ତାଙ୍କ ଖୁସିର କାରଣ ଜାଣିଲେ ଆପଣ ବି ଖୁସି ହୋଇଯିବେ। ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟ ଲାଗି ଚିକିତ୍ସିତ ହେଉଥିବା ଅଭିନେତ୍ରୀ ହିନା ଖାନ୍‌ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏହାର ଭିଡିଓ ସେୟାର କରିଛନ୍ତି। ନିଜର ହଜେଇଥିବା କେଶ ଫେରି ପାଇଛନ୍ତି ହିନା ଖାନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଯେଉଁ କେଶ କାଟି ଲଣ୍ଡା ହୋଇଯାଇଥିଲେ ହିନା ଖାନ, ସେହି କେଶ ଫେରିପାଇଛନ୍ତି।'ୟେ ରିସ୍ତା କ୍ୟା କେହଲାତା ହୈ' ଟିଭି ଶୋ ଲାଗି ହିନା ଦର୍ଶକୀୟ ଆଦୃତି ପାଇଥିଲେ। ସେ ମଧ୍ୟ 'ଖତରୋଁ କେ ଖିଲାଡି ସିଜନ୍‌-୮' ଓ 'ବିଗବସ୍‌-୧୧' ଭଳି ଟିଭି ରିଆଲିଟି ଶୋରେ ଭାଗ ନେଇଥିଲେ।  ଗତ ମାସରେ ହିନା ଏକ ଭିଡିଓ ଶେୟାର କରିଥିଲେ। ସେଥିରେ ତାଙ୍କୁ ନିଜ କେଶ କାଟୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ସେ ଏକ ଦୀର୍ଘ ବାର୍ତ୍ତା ଲେଖି ସେଥିରେ କେଶରୁ ଏକ ଓ୍ୱିଗ୍‌ କରିବାକୁ ଯୋଜନା କରୁଥିବା ଦର୍ଶାଥିଲେ।

ହିନା ଖାନ ଏକ ଓ୍ୱିଗ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି। ସବୁଠୁ ବଡ କଥା ହେଲା ସେହି ଓ୍ୱିଗ୍‌ ତାଙ୍କ ନିଜ କେଶରେ ତିଆରି। ସ୍ତନ କର୍କଟରେ ପୀଡିତ ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବା ଲାଗି ଭିଡିଓର କ୍ୟାସନରେ ହିନା ଏକ ଦୀର୍ଘ ବାର୍ତ୍ତା ଲେଖିଛନ୍ତି।  ହିନା କହିଛନ୍ତି, ମୋତେ କର୍କଟ ହୋଇଥିବା ନେଇ ସାମ୍ନାକୁ ଆସିବା ପରେ ମୋର କେଶ ଝଡିଯିବ ବୋଲି ଜାଣିଥିଲି। ତେଣୁ କେଶ ଦୀର୍ଘ, ସୁସ୍ଥ ଥିବା ଅବସ୍ଥାରେ ମୋ ନିଜ ହିସାବରେ ତାକୁ କାଟିଦେଲି। ସେହି କେଶରୁ ଏକ ଓ୍ୱିଗ କରିବାକୁ ମୁଁ ନିଷ୍ପତ୍ତି ନେଲି ଯାହାକି ମୋତେ ଏହି ଆହ୍ୱାନଭରା ସମୟରେ ଆରାମ ଦେବ। ଏହା ଏକ ସଶକ୍ତ ନିଷ୍ପତ୍ତି ଥିଲା ବୋଲି ମୁଁ କହିବି। ଏଥିନେଇ ମୁଁ ଗର୍ବ କରୁଛି।

ସମାନ ସଂଘର୍ଷ ଦେଇ ଯାଉଥିବା ସବୁ ସାହସୀ ମହିଳାଙ୍କୁ ମୁଁ ଏହି ସ୍ୱତନ୍ତ୍ର ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯଦି ଆପଣମାନେ ମୋର ନିଷ୍ପତ୍ତି ସହ ସହମତ ତେବେ ସମାନ କାମ କରିବାକୁ ଆପଣଙ୍କୁ ମୁଁ ପରାମର୍ଶ ଦେବି। ଏହାଦ୍ୱାରା ଅତି କମରେ ଗୋଟିଏ ଜିନିଷ ଆପଣମାନଙ୍କ ଲାଗି ସହଜ ହୋଇଯିବ ଏବଂ ଆପଣମାନେ ଆରାମ ଅନୁଭବ କରିବେ। ମୁଁ ଏହି ଓ୍ୱିଗକୁ ପିନ୍ଧିବା ପରେ କୌଣସି ପ୍ରକାରେ ନିଜର କେଶ ମୋତେ ପୁଣି ମିଳିଯାଇଥିବା ଭଳି ଅନୁଭବ କରୁଛି। ଏହା କେବଳ ଏକ ପର୍ଯ୍ୟାୟ। ଏହି ପର୍ଯ୍ୟାୟ ଦେଇ ଯିବାକୁ ହେବ ବୋଲି ମୁଁ ଆଗରୁ ଜାଣିଥିଲି। ତେଣୁ ପରିସ୍ଥିତିକୁ ସାମାନ୍ୟ କରିବାକୁ ନିଜ ତରଫରୁ ନିଷ୍ପତ୍ତି ନେଇଥିଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ ମୁଁ ଏହାକୁ ବ୍ୟବହାର କରୁଥିବାବେଳେ ଆପଣମାନଙ୍କ ସହ ଶେୟାର କରିବାକୁ ଏହା ଏକ ଭଲ କାହାଣୀ ହେବ ବୋଲି ଭାବିଲି। ତେବେ ହିନା ଖାନ ଯେଉଁଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି, ଏଭଳି ସମୟରେ ସେ ନିଜେ ଏତେ ଷ୍ଟ୍ରଙ୍ଗ ହୋଇ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Hina Khan sports new wig made with her own hair | Argus News