Videos
|
Entertainment

ଜୟାଙ୍କୁ ବିବାହ କରିବା କେତେ କଷ୍ଟ ଥିଲା, କହିଲେ ଅମିତାଭ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜୟାଙ୍କୁ ବିବାହ କରିବା କେତେ କଷ୍ଟ ଥିଲା, କହିଲେ ଅମିତାଭ...

ଅର୍ଗସ ବ୍ୟୁରୋ:  'କନ ବନେଗା କରୋଡ ପତି’ ର ୧୫ ତମ ସିଜନ ଚାଲିଛି । ଏଠାରେ ଅନେକ ଲୋକ ଭଲ ପ୍ରଦର୍ଶନ କରି ଟଙ୍କା ଜିତି ଘରକୁ ନେଉଛନ୍ତି । ଏବେ ପର୍ଯ୍ୟନ୍ତ ଏକ କୋଟି ଟଙ୍କା ନିଜ ନାରେ କରିଥିବା ଲୋକ ମଧ୍ୟ ଦେଖିବାକୁ ମିଳିଛି । ଏହି KBC ସୋରେ ଯେଁଭଳି ଭାରେ ଅମିତାଭ ପ୍ରଶ୍ନ ପଚାରୁଛନ୍ତି ଏବଂ କଣ୍ଟେନ୍ସଷ୍ଟଙ୍କ ସହିତ କଥା ହେଉଛନ୍ତି ତାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି ।

'କନ ବନେଗା କରୋଡ ପତି ୧୫' କୁ ନେଇ ଖୁବ ଚର୍ଚ୍ଚାରେ ରହିଛି। ଏବେ ନିକଟରେ କେବିସିର ହଟ ସିଟରେ ପତ୍ନୀଙ୍କ ସହ ଆଉ କଣେ ପ୍ରତିଯୋଗୀ ବସିଥିଲେ। ଗେମରେ ଆଗକୁ ଆଗକୁ ଯିବା ସମୟରେ ବିଗ ବି ଖେଳର ଆରମ୍ଭ କରିଥିଲେ।

ସବୁଥର ପରି ଏଥର ମଧ୍ୟ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କ ସହ ଖୁବ ମଜା କରିଥିଲେ। ବିଗ ବି ପ୍ରଶ୍ନ କରନ୍ତି ଏବଂ ପ୍ରତିଯୋଗୀ ଏହାର ଉତ୍ତର ଦିଅନ୍ତି। ଏହି ସମୟରେ ପ୍ରତିଯୋଗୀ ବିଗ ବିଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। କି ସେ ଜୟା ବଚ୍ଚନଙ୍କୁ ବିବାହ କରିବା ପାଇଁ କଣ କରିଥିଲେ। ଅମିତାଭ ବଚ୍ଚନ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ କି, ସେ କିଛି କରିନାହାନ୍ତି। ଏହାସହ ସେ ଏହା ମଧ୍ୟ କହିଥିଲେ , ଆମେ ମିସିକି କାମ କରୁଥିଲୁ। ଆଉ ଗୋଟେ ଦିନ ଆମେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲୁ। ଆଉ ବିବାହ କରିନେଲୁ । ହୁଏତ ଅମିତାଭ ବଚ୍ଚନଙ୍କ ଲଭ ଷ୍ଟୋରୀ ନରମାଲ ଥିଲା। କିନ୍ତୁ ଉଭୟଙ୍କ ପ୍ରେମ ଖୁବ ଗଭୀର। ଏବେବି ଦୁହେଁ ଏକାଠି ଅଛନ୍ତି। ଆଉ ଖୁବ ଖୁସିରେ ଅଛନ୍ତି।

 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: