Humane Sagar / ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ
·4 months ago·2 min read

Key Points
ପୁଅର ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ମାଆ ଶେଫାଳି ସୁନା । ଆଶାର ବାଡ଼ିକୁ ହରାଇ ମାଆ ମର୍ମାହତ ଥିବା ବେଳେ ପୁଅର ମୃତ୍ୟୁ ପାଇଁ ସେ ଏକାଧିକ ଜଣଙ୍କୁ ଦାୟୀ କରିଛନ୍ତି ।
ଭୁବନେଶ୍ଵର: ପରପାରିରେ ହ୍ୟୁମାନ ସାଗର । ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି । ସୋମବାର ରାତି ୯ଟା ୮ରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ଆଖି ବୁଜିଛନ୍ତି ହ୍ୟୁମାନ ସାଗର । ହ୍ୟୁମାନଙ୍କ ଦେହାନ୍ତ ପରେ ଏମ୍ସ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ପୁଅର ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ମାଆ ଶେଫାଳି ସୁନା । ଆଶାର ବାଡ଼ିକୁ ହରାଇ ମାଆ ମର୍ମାହତ ଥିବା ବେଳେ ପୁଅର ମୃତ୍ୟୁ ପାଇଁ ସେ ଏକାଧିକ ଜଣଙ୍କୁ ଦାୟୀ କରିଛନ୍ତି । ଏପରିକି ହ୍ୟୁମାନ ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଷ୍ଟେଜ୍ ଶୋ' କରାଯାଉଥିଲା ବୋଲି କହିଛନ୍ତି ଶେଫାଳି ସୁନା ।
ଏଥିସହ ପଢ଼ନ୍ତୁ: ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ୩ ପିଢ଼ି; ହ୍ୟୁମାନ୍ ଥିଲେ ଓଡ଼ିଶାର 'ଅରିଜିତ ସିଂହ'
ହ୍ୟୁମାନ ସାଗରଙ୍କ ମାଆ ଶେଫାଳି କହିଛନ୍ତି, "ହ୍ୟୁମାନଙ୍କୁ ଧୋକା ଦିଆ ଯାଇଛି । ମୋ ପୁଅକୁ ମାରି ଦିଆଯାଇଛି । ୨ରୁ ୩ ମାସ ହେଲା ପୁଅ ଆସୁନଥିଲା, ସେ ମାନସିକ ଅବସାଦ (ଡିପ୍ରେସନ୍)ରେ ଥିଲା ।"
ହ୍ୟୁମାନଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା ଓ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଓ ଷ୍ଟେଜ୍ ଶୋ' ଆୟୋଜକଙ୍କୁ ଦାୟୀ କରିଛନ୍ତି ଶେଫାଳି ସୁନା । ଏସବୁ ପାଇଁ ଶେଫାଳି ଏକାଧିକ ଜଣଙ୍କୁ ଦୋଷ ଦେଇଛନ୍ତି । ଅର୍ପିତା ଚୌଧୁରୀ, ପପୁ, ପ୍ରଶାନ୍ତଙ୍କୁ ଖୋଲାଖୋଲି ଦୋଷ ଦେଇଛନ୍ତି ହ୍ୟୁମାନଙ୍କ ମାଆ ।
ଏଥିସହ ପଢ଼ନ୍ତୁ: ଆଉ ନାହାନ୍ତି ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର !
ସେପଟେ ହ୍ୟୁମାନଙ୍କ ମାଆ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ସହ କାମ କରୁଥିବା ସହଯୋଗୀ । ସେମାନେ କହିଛନ୍ତି, "ଚିକିତ୍ସା ପରେ ହ୍ୟୁମାନ ସୁସ୍ଥ ହେଉଥିଲେ । ଡାକ୍ତରଙ୍କ କହିବା ଅନୁସାରେ ହ୍ୟୁମାନ ଘରେ ଔଷଧ ଖାଉ ନଥିଲେ । କିନ୍ତୁ ହ୍ୟୁମାନ୍ ଔଷଧ ନ ଖାଇ ସବୁବେଳେ ଖାଉଥିବା ନେଇ କହୁଥିଲେ ।"
ହ୍ୟୁମାନଙ୍କ ଦେହାନ୍ତ ପରେ ଚିକିତ୍ସା ଓ ଷ୍ଟେଜ୍ ଶୋ'କୁ ନେଇ ମାଆ ଆଣିଥିବା ଗମ୍ଭୀର ଅଭିଯୋଗ ତାଙ୍କ ସମର୍ଥକଙ୍କୁ ମଧ୍ୟ ହତ୍ବାକ କରିଛି । ୩୪ ବର୍ଷ ବୟସରେ ହ୍ୟୁମାନ ସମସ୍ତଙ୍କୁ ଶୋକ ସାଗରରେ ବୁଡ଼ାଇ ଦେଇ ଚାଲି ଯାଇଛନ୍ତି ଆରପାରିକୁ ।
ସଙ୍ଗୀତ ସହ ୩ ପିଢ଼ି
ଓଡ଼ିଶାର 'ଅରିଜିତ ସିଂହ' ଭାବେ ପରିଚିତ ଥିଲେ ହ୍ୟୁମାନ ସାଗର । ରୋମାଣ୍ଟିକ ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିଲେ, ଦୁଃଖ ସଙ୍ଗୀତରେ ବଖାଣୁଥିଲେ ଧୋକ୍କା ଖାଇଥିବା ପ୍ରେମିକର ହୃଦୟର କଥା । ୧୯୯୦ ମସିହା ନଭେମ୍ବର ୨୫ରେ ବଲାଙ୍ଗିରର ଟିଟିଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ ସାଗର ।
ସଙ୍ଗୀତ ସହ ପରିବାର ଜଡ଼ିତ ଥିବାରୁ ପିଲାଟି ଦିନରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସ୍କୁଲ୍ରୁ କଲେଜ ଏପରିକି ରାଜ୍ୟସ୍ତରରେ ଗୀତ ଗାଇ ସେ ପାଇଥିଲେ ପୁରସ୍କାର । କଲେଜ ସମୟରେ ସେ ତାଙ୍କ ସ୍ଵର ପାଇଁ ଲାଇମ୍ ଲାଇଟ୍ରେ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories