|
logo
Live

Argus News - ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ୩ ପିଢ଼ି; ହ୍ୟୁମାନ୍ ଥିଲେ ଓଡ଼ିଶାର 'ଅରିଜିତ ସିଂହ'

Entertainment

Humane Sagar / ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ୩ ପିଢ଼ି; ହ୍ୟୁମାନ୍ ଥିଲେ ଓଡ଼ିଶାର 'ଅରିଜିତ ସିଂହ'

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ୩ ପିଢ଼ି; ହ୍ୟୁମାନ୍ ଥିଲେ ଓଡ଼ିଶାର 'ଅରିଜିତ ସିଂହ'

Key Points

କେବଳ ସଙ୍ଗୀତରେ ଯେ ହ୍ୟୁମାନ ଉତ୍ତମ ଥିଲେ ତା' ନୁହେଁ ଭଲ ପାଠ ବି ପଢ଼ୁଥିଲେ । କଲେଜ୍ ପାଠପଢ଼ା ପରେ ମେଡିକାଲ୍ ଏଣ୍ଟ୍ରାନ୍ସରେ ସେ କୃତକାର୍ଯ୍ୟ ହୋଇ MBBS କରିବାକୁ ନାଁ ଲେଖାଇଥିଲେ । MBBS ପଢ଼ିବା ବେଳେ ତାଙ୍କୁ ଲାଗିଲା ଏହା ତାଙ୍କ ଲକ୍ଷ୍ୟ ନୁହେଁ ।

ଭୁବନେଶ୍ଵର: ତାଙ୍କ ସ୍ଵର ଶୁଣିଲେ କ୍ଳାନ୍ତ ଶରୀରରେ ଫୁର୍ତ୍ତି ଆସିଯାଏ । ବିଶାଦ ମନରେ ଖେଳିଯାଏ ଆନନ୍ଦ । ୧୭ ବର୍ଷର ସଙ୍ଗୀତମୟ ଜୀବନରେ ସେ ଛାଡ଼ି ଯାଇଛନ୍ତି ଅନେକ ଛାପ । ଜେଜେବାପା, ବାପା ଓ ସେ- ତିନି ପିଢ଼ି ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ।

ଅସୁସ୍ଥ ହ୍ୟୁମାନ ସାଗର ଆରପାରିକୁ ଚାଲି ଯାଇଛନ୍ତି । ୨୦୧୨ରେ ଟିଭି ରିୟଲିଟି ଶୋ "ଭଏସ୍ ଅଫ୍ ଓଡ଼ିଶା"ରୁ ଆରମ୍ଭ ହୋଇଥିଲା ହ୍ୟୁମାନଙ୍କ ସଙ୍ଗୀତମୟ ଜୀବନ । ହ୍ୟୁମାନଙ୍କ ଜେଜେ ଥିଲେ ଲୋକ ସଂଗୀତ ନିର୍ଦ୍ଦେଶକ । ତାଙ୍କ ବାପା ରେଡିଓରେ ଗୀତ ଗାଆନ୍ତି । ଆଉ ପୁଅ ହ୍ୟୁମାନ ସମସ୍ତଙ୍କ ଭଳି ସ୍ଵରର ଯାଦୁରେ ପ୍ରତିଟି ଓଡ଼ିଆଙ୍କୁ ବାନ୍ଧି ରଖିଥିଲେ ।

ଏଥିସହ ପଢ଼ନ୍ତୁ: ଆଉ ନାହାନ୍ତି ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର !

ସଙ୍ଗୀତ ସହ ୩ ପିଢ଼ି

ଓଡ଼ିଶାର 'ଅରିଜିତ ସିଂହ' ଭାବେ ପରିଚିତ ଥିଲେ ହ୍ୟୁମାନ ସାଗର । ରୋମାଣ୍ଟିକ ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିଲେ, ଦୁଃଖ ସଙ୍ଗୀତରେ ବଖାଣୁଥିଲେ ଧୋକ୍କା ଖାଇଥିବା ପ୍ରେମିକର ହୃଦୟର କଥା । ୧୯୯୦ ମସିହା ନଭେମ୍ବର ୨୫ରେ ବଲାଙ୍ଗିରର ଟିଟିଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ ସାଗର ।

ସଙ୍ଗୀତ ସହ ପରିବାର ଜଡ଼ିତ ଥିବାରୁ ପିଲାଟି ଦିନରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ସ୍କୁଲ୍‌ରୁ କଲେଜ ଏପରିକି ରାଜ୍ୟସ୍ତରରେ ଗୀତ ଗାଇ ସେ ପାଇଥିଲେ ପୁରସ୍କାର । କଲେଜ ସମୟରେ ସେ ତାଙ୍କ ସ୍ଵର ପାଇଁ ଲାଇମ୍ ଲାଇଟ୍‌ରେ ଥିଲେ ।

ଏଥିସହ ପଢ଼ନ୍ତୁ: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ

MBBS ପାଇଁ ସଙ୍ଗୀତରେ ବ୍ରେକ୍ !

କେବଳ ସଙ୍ଗୀତରେ ଯେ ହ୍ୟୁମାନ ଉତ୍ତମ ଥିଲେ ତା' ନୁହେଁ ଭଲ ପାଠ ବି ପଢ଼ୁଥିଲେ । କଲେଜ୍ ପାଠପଢ଼ା ପରେ ମେଡିକାଲ୍ ଏଣ୍ଟ୍ରାନ୍ସରେ ସେ କୃତକାର୍ଯ୍ୟ ହୋଇ MBBS କରିବାକୁ ନାଁ ଲେଖାଇଥିଲେ । MBBS ପଢ଼ିବା ବେଳେ ତାଙ୍କୁ ଲାଗିଲା ଏହା ତାଙ୍କ ଲକ୍ଷ୍ୟ ନୁହେଁ । ଫଳରେ ପ୍ରଥମ ବର୍ଷ MBBS ପାଠରୁ ଡାକ୍ତରୀ ପଢ଼ା ଛାଡ଼ି ଦେଇଥିଲେ ।


ସେତେବେଳେ ହ୍ୟୁମାନଙ୍କୁ ନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ତାଙ୍କ ପରିବାର । କିନ୍ତୁ ତାଙ୍କ ଭିତରେ ସଙ୍ଗୀତକୁ ନେଇ ଥିବା ରୁଚି ତାଙ୍କୁ ଆଗକୁ ଟାଣି ନେଇଥିଲା । ଆଉ ସଙ୍ଗୀତକୁ ବୃତ୍ତି କରି ପ୍ରତିଘାତ ସତ୍ତ୍ଵେ ଆଗକୁ ମାଡ଼ି ଚାଲିଥିଲେ ହ୍ୟୁମାନ ସାଗର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Humane Sagar: ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ୩ ପିଢ଼ି; ହ୍ୟୁମାନ୍ ଥିଲେ ଓଡ଼ିଶାର 'ଅରିଜିତ ସିଂହ' | Argus News