|
logo
Live
Argus News App
GET APP

Argus News - ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ

Sports

India vs South Africa / ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ

Key Points

ଡିସେମ୍ବର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ମ୍ୟାଚ୍ ପାଇଁ ଡିସେମ୍ବର ୧ରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
କଟକ: ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । କଟକର ବାରବାଟୀ ଗ୍ରାଉଣ୍ଡରେ ଖେଳାଯିବ ପ୍ରଥମ ଟି-ଟ୍ଵେଣ୍ଟି ମ୍ୟାଚ୍ । ଡିସେମ୍ବର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ମ୍ୟାଚ୍ ପାଇଁ ଡିସେମ୍ବର ୧ରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ମ୍ୟାଚ୍ ନେଇ ସୋମବାର ଜିଲ୍ଲା ପ୍ରଶାସନ ସହ ଓସିଏ ଅଧିକାରୀଙ୍କ ବୈଠକ ବସିଥିଲା । ବୈଠକ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ଆସନ୍ତା ଡିସେମ୍ବର ୧ରୁ ଅନଲାଇନ୍‌ରେ ମ୍ୟାଚ୍ ଟିକେଟ୍ ବିକ୍ରି କରାଯିବ । "Zomato District ଆପ୍‌ରେ ବିକ୍ରି ହେବ ଅନଲାଇନ୍ ଟିକେଟ୍ ।

ଏଥିସହ ପଢ଼ନ୍ତୁ: 'ଫାଶୀ ଦଣ୍ଡାଦେଶ ଅନ୍ତରୀଣ ସରକାରର ଉଗ୍ରବାଦୀ ଏଜେଣ୍ଡା': ଶେଖ ହସିନା

ସଞ୍ଜୟ ବେହେରା କହିଛନ୍ତି, "ଓସିଏ ସହ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ୩ ଓ ୪ ତାରିଖରେ ଅଫଲାଇନ୍‌ ଟିକେଟ୍ ବିକ୍ରି କରାଯିବ । ୫ ଓ ୬ ତାରିଖ ଦୁଇଦିନ ସର୍ବସାଧାରଣଙ୍କ ଲାଗି କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ । ମୋଟ ୬ଟି କାଉଣ୍ଟରରେ ଲୋକଙ୍କ ଲାଗି ବିକ୍ରି ହେବ ଟିକେଟ୍ ।"

ଏବେ ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳ ଦ୍ଵିପାକ୍ଷିକ ଟେଷ୍ଟ ସିରିଜ୍ ଖେଳୁଛି । ଏହା ପରେ ନଭେମ୍ବର ୩୦ରୁ ଡିସେମ୍ବର ୬ ମଧ୍ୟରେ ଭାରତ ସହ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ମ୍ୟାଚ୍ ଖେଳିବ ।

ଏଥିସହ ପଢ଼ନ୍ତୁ: ଡିସେମ୍ବର ୧୫ରେ ନୁହେଁ...ଏହି ଦିନ ହେବ ଆଇପିଏଲ ନିଲାମ

ଡିସେମ୍ବର ୯ରୁ ବାରବାଟୀରୁ ଆରମ୍ଭ ହେବ ଟି-ଟ୍ଵେଣ୍ଟି ଲଢ଼େଇ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ୫ଟି ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳାଯିବ । ଏବେ ଭାରତୀୟ ଟି-ଟ୍ଵେଣ୍ଟି ଦଳର ନେତୃତ୍ଵ ସୂର୍ଯ୍ୟକୁମାର ଯାଦବ ନେଉଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା T20 ସୂଚୀ

ପ୍ରଥମ ଟି-ଟ୍ଵେଣ୍ଟି - ବାରବାଟୀ ଷ୍ଟାଡିୟମ୍, କଟକ - ସନ୍ଧ୍ୟା ୭ଟା
ଦ୍ଵିତୀୟ ଟି-ଟ୍ଵେଣ୍ଟି - ଚଣ୍ଡିଗଡ଼ (ମୁଲ୍ଲାନପୁର) - ସନ୍ଧ୍ୟା ୭ଟା
ତୃତୀୟ ଟି-ଟ୍ଵେଣ୍ଟି - ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ୍, ଧର୍ମାଶାଳା - ସନ୍ଧ୍ୟା ୭ଟା
ଚତୁର୍ଥ ଟି-ଟ୍ଵେଣ୍ଟି - ଏକନା କ୍ରିକେଟ ଷ୍ଟାଡିୟମ୍‍, ଲକ୍ଷ୍ନୌ - ସନ୍ଧ୍ୟା ୭ଟା
ପଞ୍ଚମ ଟି-ଟ୍ଵେଣ୍ଟି - ନରେନ୍ଦ୍ର ମୋଦି ଷ୍ଟାଡିୟମ୍‍, ଅହମଦାବାଦ - ସନ୍ଧ୍ୟା ୭ଟା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs South Africa: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ | Argus News