ମୁଁ ବଞ୍ଚିଛି: ପୁନମ ପାଣ୍ଡେ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ମୃତ୍ୟୁ ଖବର କାଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କୁହାଯାଉଥିଲା ଯେ ସର୍ଭିକାଲ କ୍ୟାନ୍ସରରେ ପୁନମ ପାଣ୍ଡେଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଆଜି ଇନଷ୍ଟାରେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ମୁଁ ଜୀବିତ ଅଛି। ଆଜି ଏହି ଖବର ସମସ୍ତଙ୍କୁ ଚକିତ କରିଛି।
ମାତ୍ର ୩୨ ବର୍ଷ ବୟସରେ ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ପୁନମ ପାଣ୍ଡେଙ୍କ ମ୍ୟାନେଜର ଏହି ସୂଚନା ଦେଇଥିଲେ। ଫେବ୍ରୁଆରି ୧ ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଥିଲା। ଏହି ମୃତ୍ୟୁଖବରକୁ କିନ୍ତୁ ବଲିଉଡର ଅଭିନେତା ଅଭିନେତ୍ରୀମାନେ ବିଶ୍ବାସ କରିପାରୁ ନ ଥିଲେ। କିନ୍ତୁ ପୁନମ କହିଛନ୍ତି ଯ, ଦେଶରେ ପ୍ରାୟ ମହିଳା ଜାଣି ନ ଥିଲେ ଯେ, ସର୍ଭିକାଲ କ୍ୟାନସର କଣ। ମହିଳାମାନଙ୍କୁ ସଚେତନ କରିବାକୁ ଏହା ମୋ ପକ୍ଷରୁ ଏକ ବାର୍ତ୍ତା ଥିଲା। ମିଳିମିଶି ଏଭଳି ରୋଗକୁ ଦେଶରୁ ଦୂର କରିବା।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର