ସୁହାନୀଙ୍କ ମୃତ୍ୟୁ ଖବର ମୁଁ ବିଶ୍ୱାସ କରିପାରୁନି: ଜାୟରା ୱାସିମ

ଅର୍ଗସ ବ୍ୟୁରୋ: ଆଉ ନାହାନ୍ତି ସୁହାନୀ। ଆଜି ବଲିଉଡ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ୨୦୧୬ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ସୁହାନୀ। ତାଙ୍କୁ ବବିତା ଫୋଗଟ୍ଙ୍କ ପିଲା ବେଳର ଭୂମିକା ମିଳିଥିଲା। ଏବେ ତାଙ୍କୁ ୧୯ବର୍ଷ ବୟସ ହୋଇଥିବା ବେଳେ ଏତେ କାମ ବୟସରେ ତାଙ୍କର ଦେହାନ୍ତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୁପରଷ୍ଟାର ଆମୀର ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଅଭିନେତ୍ରୀ ଜାୟରା ୱାସିମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଲେଖିଛନ୍ତି ଯେ, “ମୁଁ ସୁହାନୀଙ୍କ ମୃତ୍ୟୁ ବିଷୟରେ ଶୁଣିବା ପରେ ଏହାକୁ ସହଜରେ ବିଶ୍ୱାସ କରିପାରୁନାହିଁ। ଏହି ଖବର ମିଛ ହୋଇଥାନ୍ତା କି। ଏହି ଖବର ଶୁଣିବା କ୍ଷଣି ମୁଁ ତାଙ୍କ ସହ ବିତାଇଥିବା ସବୁ ମୁହୂର୍ତ୍ତ ମୋ ଆଖି ଆଗକୁ ଚାଲି ଆସିଥିଲା। ସେ ବହୁତ ଭଲ ଥିଲେ। ମୁଁ କଳ୍ପନା କରିପାରୁ ନାହିଁ ଯେ ତାଙ୍କ ପିତାମାତା ଉପରେ କ’ଣ ବିତୁଥିବା। ମୁଁ ପ୍ରାର୍ଥନା କରୁଛି ଯେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।
ହଠାତ ଏଭଳି ସୁହାନୀଙ୍କ ମୃତ୍ୟୁ ହେବା ସୁପରଷ୍ଟାର ଆମୀର ଖାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଆମୀର ଖାନଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରାଯାଇଛି। ଏହି ପୋଷ୍ଟରେ ଲେଖାଯାଇଛି, “ସୁହାନୀଙ୍କ ଦେହାନ୍ତ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ତାଙ୍କ ମାତା ପୂଜାଜୀ ଏବଂ ସମଗ୍ର ପରିବାର ପ୍ରତି ଆମର ସମବେଦନା ରହିଛି। ସୁହାନୀ ଜଣେ ପ୍ରତିଭାବାନ ଝିଅ ଥିଲେ। ସୁହାନୀଙ୍କ ବିନା ‘ଦଙ୍ଗଲ’ ଅସମ୍ପୂର୍ଣ୍ଣ ହୋଇଥାନ୍ତା। ସୁହାନୀ, ତୁମେ ସବୁବେଳେ ଆମ ହୃଦୟରେ ଉଜ୍ଜ୍ୱଳ ତାରା ପରି ରହିବ। ତୁମର ଅମର ଆତ୍ମାକୁ ଶାନ୍ତି ମିଳୁ।” ପ୍ରଶଂସକମାନେ ଆମୀର ଖାନଙ୍କ ଏହି ପୋଷ୍ଟରେ କମେଣ୍ଟ ଦେଇ ସୁହାନୀଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର