Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜବ ଶୁଣି ଆସୁଛି

Entertainment

୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜବ ଶୁଣି ଆସୁଛି

Ritu Das
Browse all articles by Ritu Das
·1 year ago·2 min read
୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜବ ଶୁଣି ଆସୁଛି

ଅର୍ଗସ ବ୍ୟୁରୋ: ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ରେ ଚଳିତ ଥର ସିନେମା ‘ଦୋ ପତ୍ତି’ର ଟିମ ସାମିଲ ହୋଇ ଖୁବ ଧୁମ ମଚାଇଛନ୍ତି। ଏହି ସୋ’ରେ କପିଲ କାଜୋଲଙ୍କୁ ପଚାରିଥିଲେ ଏଯାଏ ତୁମେ ତୁମ ବିଷୟରେ ସବୁଠାରୁ ବଡ଼ ଗୁଜବ କ’ଣ ଶୁଣିଛ। ଏହି କଥା ଶୁଣି କାଜୋଲ ଏମିତି କହିଲେ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାଜୋଲ କହିଲେ କିଛି ଶସ୍ତା ଟିଆରପି ପାଇଁ ଲୋକ କିଛି ବି କରିପାରନ୍ତି। କାହାର ପର୍ସନାଲ ଲାଇଫରେ ପଶି ସ୍ବାମୀସ୍ତ୍ରୀଙ୍କର ଡିଭର୍ସ ହେବାର ଗୁଜବ କରନ୍ତି। ନଚେତ ଯଦି ସ୍ବାମୀ ବି ଭଲ ଅଭିନେତା ହୋଇଥିବେ ତାହେଲେ ତାଙ୍କର ଆଉ କାହା ସହ ଆଫେୟାର୍ସ ଚାଲିଛି ବୋଲି କୁହନ୍ତି। 

ମୋ କଥା ତ ସମ୍ପୂର୍ଣ୍ଣ ଅଲଗା। ‘୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜବ ଶୁଣି ଆସୁଛି। ଏମିତି କି ଦିନେ ମୋ ମା’ଙ୍କୁ କେହିଜ‌ଣେ ଫୋନ କରି କହିଥିଲେ, ‘ଆପଣଙ୍କ ଝିଅଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।’ ଏହି ଖବର ପାଇବା ପରେ ମା’ ବ୍ୟସ୍ତ ହୋଇଯାଇଥିଲେ। ମୁଁ ବି କୌଣସି କାମରେ ବ୍ୟସ୍ତ ଥିବାରୁ ଫୋନ ଉଠାଇ ପାରି ନଥିଲି। ପରେ ଫୋନ କରି ମା’ଙ୍କ ସହ କଥା ହେବାପରେ ସେ ଆଶ୍ବସ୍ତି ଅନୁଭବ କରିଥିଲେ।

ମୋର ମୃତ୍ୟୁର ଗୁଜବ ସୋସିଆଲ ମିଡିଆ ଆସିବା ପୂର୍ବରୁ ସାମ୍ନାକୁ ଆସି ସାରିଛି। ଯାହାକୁ ନେଇ ମୋ ମା’ ସବୁବେଳେ ଦୁଃଖୀ ହୋଇଯାଇଥାଆନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ମୋର ମୃତ୍ୟୁ ହୋଇଥିବା କୁହାଯାଉଛି। ମୋ ସମ୍ପର୍କରେ ଉଠୁଥିବା ଗୁଜବ ଖବରକୁ ମୋ‌ତେ କେବେ ଗୁଗୁଲରେ ସର୍ଚ୍ଚ କରିବାକୁ ପଡ଼ିନାହିଁ। ମୋର ସମ୍ପର୍କୀୟମାନେ ମୋ ସମ୍ପର୍କ‌ରେ ଯାହା ଗୁଜବ ଶୁଣନ୍ତି ସେମାନେ ମୋ ପାଖକୁ ତାହା ପଠାଇ ଦେଇଥାଆନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାଜୋଲଙ୍କ କର୍ମମୟ ଜୀବନ କଥା କହିଲେ ନିକଟରେ ତାଙ୍କର ଅଭିନୀତ ସିନେମା ‘ଦୋ ପତ୍ତି’ ରିଲିଜ ହୋଇଛି। ଯାହାକୁ ବହୁଲୋକ ପସନ୍ଦ କରୁଛନ୍ତି। ଲିଡ ରୋଲରେ ଟେଲି ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ ହଙ୍କ ଶାହିର ଶେଖ ଅଭିନୟ କରିଛନ୍ତି। ଆଉ ତାଙ୍କ ଅଭିନୟ ଏହି ମୁଭିରେ ଅତି ଚମତ୍କାର ହୋଇଛି। 
ଏଥିରେ କୃତି ଟ୍ବିନ ଷିଷ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଏହି ଥ୍ରିଲର ଚଳଚ୍ଚିତ୍ରର ଡାଇରେକ୍ସନ ଏବଂ ପ୍ରଡ୍ୟୁସର ଦାୟିତ୍ବରେ ଅଛନ୍ତି କନିକା ଢିଲୋଁ। ଲୋ ବଜେଟ ମୁଭି ହୋଇଥିଲେ ବି ଫିଲ୍ମର ଷ୍ଟୋରୀ ଲାଇନ ଜବରଦସ୍ତ ହୋଇଛି। 

ଫିଲ୍ମରେ କାଜୋଲ ପୋଲିସ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କୁ ହାତରେ ବନ୍ଧୁକ ଧରି ଖାକି ପୋଷାକରେ ଦେଖିବାକୁ ମିଳିଛି। ସସ୍‌ପେନ୍ସ ଓ ଥ୍ରୀଲରରେ ଭରପୁର ଏହି ଚଳଚ୍ଚିତ୍ରରେ କାଜୋଲ ଚମତ୍କାର ପଞ୍ଜାବୀ ଭାଷା କହୁଥିବା ଶୁଣିବାକୁ ମିଳିଛି। ନେଟଫ୍ଲିକ୍ସରେ ଏହି ମୁଭିକୁ ଥରଟିଏ ନିଶ୍ଚିତ ଦେଖନ୍ତୁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored