Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମୁଁ ମାଳଦ୍ବୀପ ଗସ୍ତର ଟିକେଟ ବାତିଲ କରିଛି

Ritu Das
Browse all articles by Ritu Das
·2 years ago·1 min read
ମୁଁ ମାଳଦ୍ବୀପ ଗସ୍ତର ଟିକେଟ ବାତିଲ କରିଛି

ଅର୍ଗସ ବ୍ୟୁରୋ: ଭାରତ ସମ୍ପର୍କରେ ମାଳଦ୍ବୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏହାର ଦୃଢ଼ ବିରୋଧ କରୁଛନ୍ତି। ‌ଦେଶ ସାରା ‘ବଏକଟ୍‌ ମାଳଦ୍ବୀପ’ ଟ୍ରେଣ୍ଡ ଜାରି ରହିଛି। ମାଳଦ୍ବୀପକୁ ବୁଲିବାକୁ ଯୋଜନା କରିଥିବା ହଜାର ହଜାର ଭାରତୀୟ ଟିକେଟ୍‌ ବାତିଲ କରୁଥିବା ଦେଖିବାକୁ ମିଳିଛି। ଏବେ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ନିଜର ମାଳଦ୍ବୀପ ଗସ୍ତ ବାତିଲ କରିଥିବା ଜଣାପଡ଼ିଛି।
ଲଗାତାର ୭୫ଦିନ କାମ କରିବା ପରେ ଛୁଟି କଟାଇବା ପାଇଁ ମାଳଦ୍ବୀପ ଯିବେ ବୋଲି ଟିକେଟ କାଟିଥିଲେ ନାଗାର୍ଜୁନ। ହେଲେ ଏବେ ବିବାଦ ହେବାରୁ ନାଗାର୍ଜୁନ ଲାକ୍ଷାଦ୍ବୀପ ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, “ମୁଁ ବିଗ୍ ବସ୍ ଏବଂ ‘ନା ସାମି ରାଙ୍ଗା’ ପାଇଁ ୭୫ଦିନ ଲଗାତାର କାମ କରିଥିଲି। ଛୁଟି ମିଳିବା ପରେ ମାଳଦ୍ବୀପ ଯିବାକୁ ଟିକେଟ କାଟିଥିଲେ ବି ବର୍ତ୍ତମାନ ମୁଁ ମୋର ମାଲଦ୍ୱୀପ ଯାତ୍ରାକୁ ବାତିଲ କରିଛି। ଆସନ୍ତା ସପ୍ତାହରେ ଲାକ୍ଷାଦ୍ବୀପ ଯିବାକୁ ଯୋଜନା କରୁଛି। ଭୟ କିମ୍ବା ଅନ୍ୟ କିଛି କାରଣରୁ ମୁଁ ଏହାକୁ ବାତିଲ କରି ନାହିଁ, ଯେଉଁଭଳି ଭାବେ ମାଳଦ୍ବୀପର ମନ୍ତ୍ରୀମାନେ ମନ୍ତବ୍ୟ ଦେଇଥିଲେ ସେଥିପାଇଁ ପାଇଁ ଟିକେଟ ବାତିଲ କରିଛି। ସେମାନେ ଯାହା ମନ୍ତବ୍ୟ ଦେଇଥିଲେ ତାହା ଠିକ ନୁହେଁ। ମୋଦୀଜୀ ଆମ ପ୍ରଧାନମନ୍ତ୍ରୀ। ୧.୫ବିଲିୟନ ଲୋକଙ୍କ ନେତୃତ୍ବ ସେ ନେଉଛନ୍ତି। ତାଙ୍କୁ ଏଭଳି କହି ମାଳଦ୍ବୀପ ଠିକ କରିନାହିଁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
I have canceled | Argus News