Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଭିଶେକଙ୍କ ପାଇଁ ମୁଁ ସବୁକିଛି ଛାଡିଥିଲି: ଐଶ୍ୱର୍ଯ୍ୟା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଭିଶେକଙ୍କ ପାଇଁ ମୁଁ ସବୁକିଛି ଛାଡିଥିଲି: ଐଶ୍ୱର୍ଯ୍ୟା

ଅର୍ଗସ ବ୍ୟୁରୋ:  ଥମୁନି ଐଶ୍ୱର୍ଯ୍ୟା - ଅଭିଷେକ ବିବାଦ।  କେତେବେଳେ ବିବାହ ବିଚ୍ଛେଦକୁ ନେଇ ତ ଆଉ କେତେବେଳେ କୌଣସି କାମକୁ ନେଇ। ଗୋଟେ ପରେ ଗୋଟେ ସତର ପେଡି ଖୋଳଉଛି। ତେବେ କିଏ ସତ କହୁଛି ତ ଆଉ କିଏ ମିଛ କହୁଛି ତାହା ଜଣାପଡୁନାହିଁ। ଏଭଳି ବିବାଦ ଭିତରେ ପୁଣି ଏକ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲାଣି। ଐଶ୍ୱର୍ଯ୍ୟା ରୟ ଅନେକ ସୁପରହିଟ ଏବଂ ବ୍ଲକ୍‌ବାଷ୍ଟର ଫିଲ୍ମ କରିଛନ୍ତି। ବଲିଉଡରେ ଏକ ସମୟରେ ତାଙ୍କର ଏପରି ଆକର୍ଷଣ ଥିଲା ଯେ ସେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ । ଆଉ ତାଙ୍କ ସୌନ୍ଦର୍ଯ୍ୟ ହେଉ ଅବା ତାଙ୍କ ଅଭିନୟ । ସମସ୍ତେ ଖୁବ ପ୍ରଶଂସା କରୁଥିଲେ। ତାଙ୍କୁ ୨୦୧୪ରେ ମୁକ୍ତିଲାଭ କରିଥିବା କମେଡି ଆକ୍ସନ ଫିଲ୍ମ ‘ହାପି ନ୍ୟୁ ଇୟର’ କରିବାକୁ ଅଫର ମିଳିଥିଲା କିନ୍ତୁ ଅଭିଷେକ ବଚ୍ଚନଙ୍କ କାରଣରୁ ସେ ଫିଲ୍ମକୁ ମନା କରିଦେଇଥିଲେ। ସେହି କାରଣ କ’ଣ, ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି। ଅନେକ ସଫଳ ଚଳଚ୍ଚିତ୍ର ଅଛି ଯାହା ତାଙ୍କୁ ଦିଆଯାଉଥିଲା କିନ୍ତୁ ସେ ଏହି ଫିଲ୍ମ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଏବଂ କିଛି ଫିଲ୍ମ ଥିଲା ଯାହା ସେ କରିବାକୁ ଚାହୁଁଥିଲେ କିନ୍ତୁ କିଛି ବାଧ୍ୟବାଧକତା କାରଣରୁ ମନାକରିଦେଇଥିଲେ।

ଅଭିନେତ୍ରୀ ଅଭିଷେକ ବଚ୍ଚନଙ୍କ ସହ ଅନେକ ଚଳଚ୍ଚିତ୍ର କରିଛନ୍ତି, ତେବେ ଫରାହ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହାପି ନ୍ୟୁ ଇୟର’ କରିବାକୁ ସେ କାହିଁକି ମନା କରିଦେଲେ? ଏକ ସାକ୍ଷାତକାର ସମୟରେ ଅଭିନେତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଅଭିଷେକ ବଚ୍ଚନଙ୍କୁ ଫିଲ୍ମ ଛାଡିବାର କାରଣ କହିଛନ୍ତି। ସେହି ଫିଲ୍ମରେ ଅଭିଷେକ ବଚ୍ଚନ ଅଭିନୟ କରିଛନ୍ତି। ସେଥିପାଇଁ ଐଶ୍ୱର୍ଯ୍ୟା ରାୟ ସେହି ଫିଲ୍ମ କରିବାକୁ ମନା କରିଦେଇଥିଲେ।

ଅନ୍ୟପଟେ ଦୁହିଁଙ୍କ ବିଚ୍ଛେଦ ଖବର ସୋସିଆଲ ମିଡିଆରେ ଘୁରିବୁଲୁଛି। ଦୁହେଁ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି ବୋଲି ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। କାହିଁକି ଅଲଗା ହେବେ ? ଏନେଇ ନା କୌଣସି ଖବର ଅଛି ନା ଦୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସୂଚନା ଦେଇଛନ୍ତି। କିନ୍ତୁ ଦୁହିଁଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନାହିଁ। ଦୁହେଁ ଅଲଗା ଅଲଗା ବିଭିନ୍ନ ସ୍ଥାନରେ ବୁଲୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ମନୋରଞ୍ଜନ ଖବର: 
 

Sponsored
I left everything for Abhishek: Aishwarya | Argus News