Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଉଚ୍ଚ ସ୍ବରରେ ସଙ୍ଗୀତ ଶୁଣୁଥିଲେ ହରାଇବେ ଶ୍ରବଣଶକ୍ତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଉଚ୍ଚ ସ୍ବରରେ ସଙ୍ଗୀତ ଶୁଣୁଥିଲେ ହରାଇବେ ଶ୍ରବଣଶକ୍ତି

ଅର୍ଗସ ବ୍ୟୁରୋ : ସଂଙ୍ଗୀତ ସମସ୍ତଙ୍କର ପସନ୍ଦ । ମନ ଭଲ ନଲାଗିଲେ ସମସ୍ତେ ସଂଙ୍ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି। ହେଲେ କିଏ କିଏ ଉଚ୍ଚ ସ୍ବରରେ ସଂଙ୍ଗୀତ ଶୁଣିଥାନ୍ତି, ତ କିଏ କିଏ କମ ସ୍ବରରେ । କିନ୍ତୁ ଆପଣ ଜାଣିଛନ୍ତି କି , ଉଚ୍ଚ ସ୍ବରରେ ସଙ୍ଗୀତ ଶୁଣିବା ଦ୍ବାରା ଶ୍ରବଣ ଶକ୍ତି ଖରାପ ହୋଇଥାଏ । ଅନେକ ସମୟରେ ଶ୍ରବଣଶକ୍ତି ହରାଇବାକୁ ମଧ୍ୟ ପଡିଥାଏ । ଏହା ଏକ ବିରଳ ରୋଗ ବୋଲି ଡାକ୍ତର ସତର୍କ କରାଇଛନ୍ତି । ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଳକା ୟାଗ୍ନିକ ମଧ୍ୟ ଏହି ରୋଗର ଶିକାର ହୋଇଛନ୍ତି । ଗତ କିଛିଦିନ ତଳେ ସେ ଇନଷ୍ଟାଗ୍ରାମରେ ନିଜ ସ୍ବାସ୍ଥ୍ୟ ସମସ୍ୟା ଉପରେ ଜଣାଇଥିଲେ । ପରେ ଧିରେଧିରେ ତାଙ୍କର ସମ୍ପୁର୍ଣ୍ଣ ଶୁଣିବା ବନ୍ଦ ହୋଇ ଯାଇଥିଲା । 

ଅଧିକ ପଢନ୍ତୁ : ଶ୍ରବଣ ଶକ୍ତି କମିବାର ଏହାର ମୁଖ୍ୟ କାରଣ ଜନ୍ମଗତ ହୋଇପାରେ

ତେବେ ଏହି ପରୀକ୍ଷା ନିରୀକ୍ଷା ପରେ ତାହା ଏକ ବିରଳ ଭୂତାଣୁ ଜନିତ ସ୍ନାୟବିକ ଶ୍ରବଣହୀନତା ବୋଲି ଜଣାପଡିଥଇଲା । ଏବେ ଚିକିତ୍ସା ପରେ ଧିରେଧିରେ ତାଙ୍କ ଶ୍ରବଣଶକ୍ତି ସେ ଫେରି ପାଉଛନ୍ତି । ଏହାପରେ ସେ ସଙ୍ଗୀତପ୍ରେମୀ ମାନଙ୍କୁ ଉଚ୍ଚସ୍ବରରେ ଗୀତ ନଶୁଣିବା ପାଇଁ ଆହ୍ବାନ ଦେଇଛନ୍ତି । 
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ , ଆମ କର୍ଣ୍ଣ ଗହ୍ବରରେ ବିଭିନ୍ନ କୋଷ ଓ କ୍ଷୁଦ୍ର ଲୋମରାଶି ରହିଛି, ଯାହା ଆମକୁ ଶୁଣିବାରେ ସାହାଯ୍ୟ କରିଥାଏ । ଆମ କାନ ପାଇଁ ୭୦ ଡେସିବଲ୍ ତୀବ୍ରତାର ଶବ୍ଦ ନିରାପଦ । ଏହାଠାରୁ ଅଧିକ ହେଲେ କାନ ପାଇଁ ଖରାପ ବୋଲି କହିଛନ୍ତି ବିଶେଷଜ୍ଞ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If you listen to loud music, you will lose your hearing | Argus News