Videos
|
Entertainment

Youtuber / ଭାରତର ସବୁଠାରୁ ଧନୀ ୟୁଟ୍ୟୁବର ତନ୍ମୟ, ସମ୍ପତ୍ତି ୬୬୫ କୋଟି

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଭାରତର ସବୁଠାରୁ ଧନୀ ୟୁଟ୍ୟୁବର ତନ୍ମୟ, ସମ୍ପତ୍ତି ୬୬୫ କୋଟି

Key Points

ଭାରତର ସବୁଠାରୁ ଧନୀ ୟୁଟ୍ୟୁବର
ସମ୍ପତ୍ତି ୬୬୫ କୋଟି

ଫ୍ୟାନ୍ସ କହୁଛନ୍ତି ଏହା କଣ ସମ୍ଭବ ?

ବଦଳୁଛି ସମୟ ବଦଳୁଛି ଅଭ୍ୟାସ। ଦିନକୁ ଦିନ ଲୋକେ ଆଉ ଚାକିରି ପଛରେ ନଗୋଡ଼ାଇ ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରୁଛନ୍ତି। ୟୁଟ୍ୟୁବ ବର୍ତ୍ତମାନ ସମୟରେ ରୋଜଗାରର ଏକ ମାଧ୍ୟମ ପାଲଟିଗଲାଣି। ଯାହାକୁ ଦେଖିବ ସୋ ଭିଡିଓ କରି ପୋଷ୍ଟ କରିବାରେ ବ୍ୟସ୍ତ। କିନ୍ତୁ ଆପଣ ଜାଣନ୍ତି କି ଏହି ୟୁଟ୍ୟୁବରୁ ଅନେକ ଲୋକ ରୋଜଗାର କରି ଧନୀ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ହେଉଛନ୍ତି, ପ୍ରସିଦ୍ଧ କମେଡିୟାନ୍ ଓ ୟୁଟ୍ୟୁବର୍ ତନ୍ମୟ ଭଟ୍ଟ । ତନ୍ମୟ ଭଲ ଭଲ କମେଡି ଭିଡିଓ ବନାନ୍ତି। ଯାହାଦ୍ୱାରା ତାଙ୍କର ୟୁଟ୍ୟୁବ ମାଧ୍ୟମରେ ଭଲ ଟଙ୍କା ଆୟ ହେଉଛି।


ଏକ ରିପୋର୍ଟରେ ଭାରତର ସବୁଠାରୁ ଧନୀ ୟୁଟ୍ୟୁବର୍ ବୋଲି କୁହାଯାଇଛି ତାଙ୍କୁ କୁହାଯାଇଛି । ଟେକ୍ ଇନ୍ଫର୍ମର୍-ଏର MyJar ବ୍ଲଗ୍ ରିପୋର୍ଟ ଅନୁଯାୟୀ, ତନ୍ମୟଙ୍କର ମୋଟ ସମ୍ପତ୍ତି ୬୬୫ କୋଟି ଟଙ୍କା, ଯାହା ସେମାନଙ୍କୁ ତାଲିକାର ଶୀର୍ଷରେ ସ୍ଥାନ ଦେଇଛି। ଏହି ରିପୋର୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯିବା ପରେ ତନ୍ମୟ ଏକ୍ସ୍ ରେ ତାଙ୍କ ନିଆରା ଶୈଳୀରେ ପ୍ରତିକ୍ରିୟା ଦେଇଛନ୍ତି। ତନ୍ମୟ କହୁଛନ୍ତି ଯେ, ଏସବୁ ମିଛ। ହେଲେ ରିପୋର୍ଟ କହୁଛି ଏହା ସତ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ପୁଣି ବିବାଦରେ ୟୁଟ୍ୟୁବର ଏଲଭିଶ ଯାଦବ: ଥାନାରେ ମାମଲା ରୁଜୁ


ରିପୋର୍ଟରେ ସେ ଶୀର୍ଷ ସ୍ଥାନରେ ଥିବା ଦାବିରେ ତନ୍ମୟ ଲେଖିଛନ୍ତି, “ଭାଇ ଏତେ ପଇସା ହୋଇଥିଲେ ମୁଁ ୟୁଟ୍ୟୁବ୍ ମେମ୍ବରସିପ୍ ବିକ୍ରି କରି ନ ଥାନ୍ତି।” (Bhai itne paise hote toh main YouTube membership nahi bech raha hota)। ଏହି ପୋଷ୍ଟ୍ ଫ୍ୟାନ୍‌ମାନଙ୍କୁ ହସାଇ ଦେଇଛି ଏବଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ରିପୋର୍ଟ ଅନୁଯାୟୀ, ତନ୍ମୟଙ୍କ ପରେ ଦ୍ୱିତୀୟ ସ୍ଥାନରେ ଟେକ୍ନିକାଲ୍ ଗୁରୁଜି (ଗୌରବ ଚୌଧରୀ) ୩୫୬ କୋଟି ଟଙ୍କା ସହ, ଯାହା ତନ୍ମୟଙ୍କ ସମ୍ପତ୍ତିର ପ୍ରାୟ ଅଧିକାଂଶ। ଏହାସହ ଭାରତର ସବୁଠାରୁ ଧନୀ ୟୁଟ୍ୟୁବରମାନଙ୍କର ତାଲିକା ପ୍ରକାଶ ପାଇଛି।

୧. ତ୍ମନେ ଭଟ୍ଟ– ୬୬୫ କୋଟି
୨. ଗୌରବ ଚୌଧରୀ (ଟେକ୍ନିକାଲ୍ ଗୁରୁଜି) – ୩୫୬ କୋଟି
୩. ସମୟ ରାଇନା – ୧୪୦ କୋଟି
୪. କ୍ୟାରିମିନତି (ଅଜୟ ନଗର) – ୧୩୧ କୋଟି
୫. ଭୁବନ୍ ବାମ୍ (BB Ki Vines) – ୧୨୨ କୋଟି
୬. ଆମିତ୍ ଭଡ଼ନା – ୮୦ କୋଟି
୭. ଟ୍ରିଗର୍ଡ୍ ଇନ୍ସାନ୍ – ୬୫ କୋଟି
୮. ଧ୍ରୁବ୍ ରାଠି – ୬୦ କୋଟି
୯. ରଣବୀର ଆଲ୍ଲାହବାଡ଼ିଆ (BeerBiceps) – ୫୮ କୋଟି
୧୦. ସୌରଭ ଜୋଶି – ୫୦ କୋଟି


କେବଳ ସେତିକି ନୁହେଁ, ଏହି ୟୁଟ୍ୟୁବରମାନେ ମଧ୍ୟ ବଡ଼ ବଡ଼ ଚାକିରିଆଙ୍କୁ ପଛରେ ପକାଇ ଭଲ ଟଙ୍କା ରୋଜଗାର କରୁଛନ୍ତି। ଅନେକ ଲୋକ ସେମାନଙ୍କର ଭିଡିଓ ଦେଖନ୍ତି ଏବଂ ମନୋରଞ୍ଜନର ଏକ ମାଧ୍ୟମ ଭାବରେ ଖୁସି ହୁଅନ୍ତି। 


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories