Videos
|
Entertainment

ହାରିସନ୍‌ ଫର୍ଡ ପିନ୍ଧିଥିବା ଟୋପି ୫ ଲକ୍ଷ ପାଉଣ୍ଡରେ ନିଲାମ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ହାରିସନ୍‌ ଫର୍ଡ ପିନ୍ଧିଥିବା ଟୋପି ୫ ଲକ୍ଷ ପାଉଣ୍ଡରେ ନିଲାମ

ଅର୍ଗସ ବ୍ୟୁରୋ:  କ୍ୟାପ ବା ଟୋପି । ପୁଅମାନଙ୍କର ଭାରି ପ୍ରିୟ। ଆଜି କାଲି ପୁଅ ହୁଅନ୍ତୁ ଅବା ଝିଅ। ଟୋପି ପିନ୍ଧି ନିଜକୁ ଏକ ଫ୍ୟାସନଲେବୁଲ ଲୁକ ଦିଅନ୍ତି ସମସ୍ତେ। ତେବେ ଜାଣନ୍ତି କି, ଏପରି ଏକ ଟୋପି ରହିଛି ଯାହାକୁ ପିନ୍ଧିବାକୁ ଲୋକଙ୍କ ମଧ୍ୟରେ ମାଡଗୋଡ। ଶେଷରେ ଏହି ଟୋପିକୁ ନିଲାମ କରାଗଲା। ବିଶ୍ୱାସ ହେଉନାହିଁ ନା, କିନ୍ତୁ ଏହା ସତ। ହଲିଉଡ ଫିଲ୍ମ 'ଇଣ୍ଡିଆନା ଜୋନ୍ସ' ଫିଲ୍ମ ଫ୍ରାଞ୍ଚାଇଜର ୨ୟ ଭାଗ 'ଟେମ୍ପଲ ଅଫ୍‌ ଡୁମ୍‌'ରେ ଅଭିନେତା ହାରିସନ୍‌ ଫର୍ଡ ପିନ୍ଧିଥିବା ଟୋପି ପ୍ରାୟ ୫ ଲକ୍ଷ ପାଉଣ୍ଡରେ ନିଲାମ ହୋଇଛି। ଧୂସର ରଙ୍ଗର ଏହି ଫେଲ୍ଟ ଫେଡୋରା ଟୋପି ଖାସକରି 'ଟେମ୍ପଲ୍‌ ଅଫ୍‌ ଡୁମ୍‌' ପାଇଁ ନିର୍ମିତ ହୋଇଥିଲା। ଲସ୍‌ ଆଞ୍ଚେଲସ୍‌ ସ୍ଥିତ ନିଲାମ ଘରେ ଏଡି ଟୋପି ୬୩୦,୦୦୦ ଡଲାରରେ ବିକ୍ରି ହୋଇଛି।

ଏହି ଟୋପିକୁ ନେବା ପାଇଁ ଅନେକ ଲୋକ ଚାହୁଁଥିଲେ। ଶେଷରେ ଯିଏ ଅଧିକ ଟଙ୍କା ଦେଇଛି ଏହା ତାର ହୋଇଛି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଏମିତି କଣ ରହିଛି ଏହି ଟୋପିରେ, ଯେଉଁଥି ପାଇଁ ଏହା ଏତେ ଦାମରେ ନିଲାମ ହୋଇଛି।କହିବାକୁ ଗଲେ ନିଲାମ ଗୃହ ଅନୁସାରେ ଏହି ଟୋପି ପ୍ରଯୋଜକ ଜର୍ଜ ଲୁକାସଙ୍କ ଭିଜୁଆଲ ଇଫେକ୍ଟସ କେନ୍ଦ୍ରରେ ଫଟୋଗ୍ରାଫିରେ ମଧ୍ୟ ବ୍ୟବହୃତ ହୋଇଥିଲା। ଏହାର ଭିତର ପରସ୍ତରେ ସୁନାରେ 'ଆଇଜେ' (ଇଣ୍ଡିଆନା ଜୋନ୍ସ ) ଉଲ୍ଲେଖ ହୋଇଛି। ୧୯୮୪ ମସିହାରେ ମୁକ୍ତିପ୍ରାପ୍ତ ଫିଲ୍ମ 'ଡିନ୍‌ ଫେରାନଡିନି'ରେ ଷ୍ଟଣ୍ଟ ଲାଗି ଅଭିନେତା ଫର୍ଡଙ୍କ ବଡି-ଡବଲ ମଧ୍ୟ ଟୋପିକୁ ବ୍ୟବହାର କରିଥିଲେ। ପ୍ରଥମ ଇଣ୍ଡିଆନା ଜୋନ୍ସ ଫିଲ୍ମ 'ରେଡର୍ସ ଅଫ୍‌ ଦ ଲଷ୍ଟ ଆର୍କ'ରେ ପ୍ରଦର୍ଶିତ ମୂଳ ଟୋପିର ଏହା ଉନ୍ନତ ଭର୍ସନ ଥିଲା। ଲଣ୍ଡନ ସ୍ଥିତ ହର୍ବଟ ଜନସନ ହ୍ୟାଟ୍‌ କମ୍ପାନି ଏହାକୁ ପ୍ରସ୍ତୁତ କରିଥିଲା। ଇଣ୍ଡିଆନା ଜୋନ୍ସ ଫ୍ରାଞ୍ଚାଇଜରେ ଜୋନ୍ସ ଜଣେ ରୋମାଞ୍ଚକର ପ୍ରତ୍ନତତ୍ତ୍ୱବିତ୍‌ ଭୂମିକା ନିର୍ବାହ କରିଛନ୍ତି। ଫିଲ୍ମ ଆରମ୍ଭରେ ସେ ଏକ ଟୋପିରେ ନଜର ଆସିଛନ୍ତି। ପରେ ଧିରେ ଧିରେ ଏହି ଟୋପିଟି ଫେମସ ହେବାକୁ ଲାଗିଥିଲା।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: