Videos
|
Entertainment

ଜାଣନ୍ତୁ ଅମିତାଭ ବଚ୍ଚନଙ୍କ ଫିଟନେସ୍‌...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାଣନ୍ତୁ ଅମିତାଭ ବଚ୍ଚନଙ୍କ ଫିଟନେସ୍‌...

ଅର୍ଗସ ବ୍ୟୁରୋ:  କୁହାଯାଏ ସମୟ ବଢ଼ିବା ସହ ଧିରେ ଧିରେ ମଣିଷକୁ ବାର୍ଦ୍ଦକ୍ୟ ଗ୍ରାସ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ବିଗ୍‌ ବିଙ୍କ ଫିଟନେସ କେମିତି ଏବେ ପର୍ଯ୍ୟନ୍ତ ଫିଟ୍‌ ଅଛି। ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଛନ୍ତି। ନିଜକୁ ଫିଟ୍ ରଖିବା ପାଇଁ ସେ ଖାଦ୍ୟଠାରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ସବୁଥିରେ କଠୋର ନିୟମ ପାଳନ କରନ୍ତି। ସେ ନିଜେ ଏହା ପ୍ରକାଶ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗୋଟିଏ ପତ୍ରରୁ ହିଁ ନିଜ ଦିନ ଆରମ୍ଭ କରନ୍ତି। ତେବେ ସେ କେଉଁ ପତ୍ର ଆସନ୍ତୁ ଜାଣିବା। ଆଉ ମାତ୍ର କିଛି ଦିନ ପରେ ଅମିତାଭ ବଚ୍ଚନ ୮୨ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ବିଗ ବି ତୁଳସୀ ପତ୍ର ଖାଆନ୍ତି। ସେ ପ୍ରୋଟିନ୍ ଶେକ୍, ବାଦାମ, ପଇଡ ଏବଂ ଦଲିୟା ନିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଜଳଖିଆ ସହିତ ପଇଡ ପାଣି, ଅଁଳା ରସ, ଖଜୁରୀ ମଧ୍ୟ ଖାଆନ୍ତି। ନିଜକୁ ଫିଟ୍ ରଖିବା ସହିତ ଅମିତାଭ ମାନସିକ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଖୁବ ସଚେତନ।

ସେ ଠିକ୍ ୮ ଘଣ୍ଟା ଶୋଇଥାଆନ୍ତି। ଅମିତାଭ ତାଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ମଧ୍ୟ ନିଅନ୍ତି। ସେ ମଧ୍ୟାହ୍ନ ଭୋଜନରେ ଡାଲି, ପନିପରିବା ଏବଂ ରୁଟି ଖାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ତିନୋଟି ଜିନିଷଠାରୁ ଦୂରେଇ ରୁହନ୍ତି। ସେ ଆମିଷ, ମିଠା, ଭାତ ଖାଆନ୍ତି ନାହିଁ। ଅଭିନେତା କହିଛନ୍ତି ଯେ ଯେତେବେଳେ ସେ ଯୁବକ ଥିଲେ ଏସବୁ ଖାଉଥିଲେ। କିନ୍ତୁ ଏହି ବୟସରେ ନିଜକୁ ଫିଟ୍ ରଖିବା ପାଇଁ ଏହିସବୁ ଜିନିଷ ଛାଡି ଦେଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Inside Amitabh Bachchan's workout routine at 81 | Argus News