Videos
|
Entertainment

Intimate Scene Viral / ଅନ୍ତରଙ୍ଗ ଦୃଶ୍ୟ ସମୟରେ ହରାଇଲେ ନିୟନ୍ତ୍ରଣ, କରି ଚାଲିଲେ ଚୁମ୍ବନ

Bikash Mohanty
Browse all articles by Bikash Mohanty
·3 weeks ago·2 min read
ଅନ୍ତରଙ୍ଗ ଦୃଶ୍ୟ ସମୟରେ ହରାଇଲେ ନିୟନ୍ତ୍ରଣ,  କରି ଚାଲିଲେ ଚୁମ୍ବନ
ARSHI KHAN

Key Points

 ଅନ୍ତରଙ୍ଗ ଦୃଶ୍ୟର ବଡ଼ ଖୁଲାସା କଲେ ଅଭିନେତ୍ରୀ ଅର୍ଶୀ ଖାନ।
 ଅନ୍ତରଙ୍ଗ ଦୃଶ୍ୟ ସମୟରେ ଜଣେ ଅଭିନେତା ନିୟନ୍ତ୍ରଣ ହରାଇଲେ
ଏବଂ ତାଙ୍କୁ  ଜୋରରେ ଚୁମ୍ବନ କରି ଚାଲିଲେ
ୱେବ୍ ସିରିଜରେ ଆଉ ସେ କାମ କରିବେ ନାହିଁ 
ଅନ୍ତରଙ୍ଗ ଦୃଶ୍ୟ ଥିବାରୁ ସେ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ଥି
ମୁମ୍ବାଇ,୧୨/୦୯: ଅନ୍ତରଙ୍ଗ ଦୃଶ୍ୟର ବଡ଼ ଖୁଲାସା କଲେ ଅଭିନେତ୍ରୀ ଅର୍ଶୀ ଖାନ। କହିଲେ ଅନ୍ତରଙ୍ଗ ଦୃଶ୍ୟ ସମୟରେ ଜଣେ ଅଭିନେତା ନିୟନ୍ତ୍ରଣ ହରାଇଲେ ଏବଂ ତାଙ୍କୁ  ଜୋରରେ ଚୁମ୍ବନ କରି ଚାଲିଲେ। ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଅର୍ଶୀ ଖାନ ଏବେ ନିଜ କାମକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଗ୍ ବସ୍‌ରୁ ବାହାରିବା ପରେ ତାଙ୍କୁ ଅନେକ ୱେବ୍ ସିରିଜ୍ ଓ ଶୋ’ରେ କାମ କରିବାକୁ ଅଫର୍ ମିଳିଥିଲା। କିନ୍ତୁ ଅନେକ ପ୍ରସ୍ତାବରେ ଅନ୍ତରଙ୍ଗ ଓ ବୋଲ୍ଡ ଦୃଶ୍ୟ ଥିବାରୁ ସେ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି।

ଅର୍ଶୀ ନିଜ କ୍ୟାରିୟର୍ ଏବଂ ୱେବ୍ ସିରିଜ୍‌ରୁ ମିଳିଥିବା ଅଫର୍‌ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଗ୍ ବସ୍ ଛାଡ଼ିବା ପରେ ୱେବ୍ ସିରିଜ୍‌ର ଅନେକ ଅଫର୍ ତାଙ୍କ ପାଖକୁ ଆସିଥିଲା। ବିଭିନ୍ନ ପ୍ରକାର କାହାଣୀ ଓ ଭୂମିକା ଥିଲେ ମଧ୍ୟ ଅନେକ ପ୍ରୋଜେକ୍ଟରେ ଅନ୍ତରଙ୍ଗ ଦୃଶ୍ୟ ରହିଥିବାରୁ ସେ ସେଥିରେ କାମ କରିବାକୁ ମନା କରିଥିବା କହିଛନ୍ତି। ଆଜିକାଲି ୱେବ୍ ସିରିଜ୍‌ରେ ଇଣ୍ଟିମେଟ୍ ସିନ୍‌ର ବ୍ୟବହାର ବଢ଼ିଛି। ସେ ନିଜେ ମଧ୍ୟ କିଛି ସିରିଜ୍‌ରେ ଏଭଳି ଦୃଶ୍ୟ କରିଛନ୍ତି। କିନ୍ତୁ ସେହି ଅଭିଜ୍ଞତା ପରେ ତାଙ୍କ ପାଖକୁ ସମାନ ପ୍ରକାରର ଅଫର୍ ଅଧିକ ଆସିବା ଆରମ୍ଭ ହୋଇଥିଲା। ଫଳରେ ଏଭଳି ଭୂମିକାରୁ ଦୂରେଇ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ଅର୍ଶୀ ଆହୁରି କହିଛନ୍ତି ଯେ କିଛି ପ୍ରୋଜେକ୍ଟରେ ତାଙ୍କୁ ଅନ୍ତରଙ୍ଗ ଦୃଶ୍ୟକୁ ଭିନ୍ନ ଢଙ୍ଗରେ ଶୁଟ୍ କରାଯିବ ବୋଲି କୁହାଯାଇଥିଲା। ଉଦାହରଣ ଦେଇ ସେ କହିଥିଲେ, ତାଙ୍କୁ କେବଳ ବିଛଣା ପାଖରେ ଠିଆ ହେବାକୁ କୁହାଯାଇଥିଲା। ସେହିପରି ତାଙ୍କୁ ସ୍କର୍ଟ ପିନ୍ଧିବାକୁ କୁହାଯାଇ ଏଡିଟିଂ ଜରିଆରେ ଏକ ଅନ୍ତରଙ୍ଗ ଦୃଶ୍ୟର ଭ୍ରମ ସୃଷ୍ଟି କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଅନ୍ୟ ଏକ ଦୃଶ୍ୟରେ ବିଛଣା ହଲୁଥିବା ଦେଖାଇବାର ପ୍ରସ୍ତାବ ମଧ୍ୟ ଦିଆଯାଇଥିବା ସେ କହିଛନ୍ତି।

ପଢନ୍ତୁ ଏହି ଖବର: ଏହି DJଙ୍କ ସହ ଅପୂର୍ବାଙ୍କ ଭିଡିଓ ହେଲେ ଭାଇରାଲ, ଜାଣନ୍ତୁ କିଏ ଏହି DJ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ପ୍ରସ୍ତାବ ଉପରେ ନିଜ ଆପତ୍ତି ଜଣାଇ ଅର୍ଶୀ କହିଛନ୍ତି ଯେ ସେ ଆଉ ଏଭଳି ଦୃଶ୍ୟ କରିବାକୁ ଚାହୁଁନାହାନ୍ତି। ଏହି କାରଣରୁ ସେ ଅନେକ ୱେବ୍ ସିରିଜ୍‌ର ଅଫର୍ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ଇଣ୍ଟିମେଟ୍ ସିନ୍ ନୁହେଁ, ଜଣେ ଟିଭି ଷ୍ଟାରଙ୍କ ସହ ଚୁମ୍ବନ ଦୃଶ୍ୟ କରିବା ପାଇଁ ମଧ୍ୟ ତାଙ୍କୁ ପ୍ରସ୍ତାବ ଦିଆଯାଇଥିବା ଅର୍ଶୀ କହିଛନ୍ତି। କିନ୍ତୁ ସେ ସେହି ପ୍ରସ୍ତାବକୁ ମଧ୍ୟ ମନା କରିଥିଲେ। ତାଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ଦୃଶ୍ୟଗୁଡ଼ିକୁ ଏପରି ଭାବରେ ଏଡିଟ୍ କରାଯିବ, ଯାହା ଅଶ୍ଳୀଳ ଲାଗିବ ନାହିଁ। ତଥାପି ଅର୍ଶୀ ଏଭଳି ଭୂମିକାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଅର୍ଶୀଙ୍କ ମତରେ, ନିର୍ଦ୍ଦେଶକ ଏକ ଦୃଶ୍ୟ କିପରି କରାଯିବ ସେନେଇ ନିର୍ଦ୍ଦେଶ ଦେଇପାରନ୍ତି, କିନ୍ତୁ ଜଣେ ଅଭିନେତା କେଉଁ ସୀମା ପର୍ଯ୍ୟନ୍ତ ଯିବେ, ତାହା ତାଙ୍କ ନିଜସ୍ୱ ନିଷ୍ପତ୍ତି। ତେଣୁ ନିଜ ପସନ୍ଦ ଓ ସୀମାକୁ ଗୁରୁତ୍ୱ ଦେଇ ସେ ଅନେକ ପ୍ରସ୍ତାବକୁ ‘ନା’ କହିଥିବା ସ୍ପଷ୍ଟ କରିଛନ୍ତି।

ବିଗ୍ ବସ୍‌ରୁ ଲୋକପ୍ରିୟତା ପାଇବା ପରେ ଅର୍ଶୀଙ୍କ ପାଖକୁ ଅନେକ କାମର ସୁଯୋଗ ଆସିଥିଲେ ମଧ୍ୟ, ଏବେ ସେ ନିଜ ପସନ୍ଦର ଭୂମିକାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଇଣ୍ଟିମେଟ୍ ଓ ବୋଲ୍ଡ ସିନ୍‌ରୁ ଦୂରେଇ ରହି ଆଗକୁ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିବା ତାଙ୍କ ଲକ୍ଷ୍ୟ ବୋଲି ଅର୍ଶୀଙ୍କ କଥାରୁ ସ୍ପଷ୍ଟ ହୋଇଛି।

Intimate Scene Turns Viral, Actors Seen Kissing Continuously | Argus News Odia