Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପୁଣି କଣ ଗୋବିନ୍ଦା-ସୁନୀତାଙ୍କ ମଧ୍ୟରେ କିଛି ଠିକ ଚାଲିନି!

Ritu Das
Browse all articles by Ritu Das
·11 months ago·2 min read
ପୁଣି କଣ ଗୋବିନ୍ଦା-ସୁନୀତାଙ୍କ ମଧ୍ୟରେ କିଛି ଠିକ ଚାଲିନି!

Key Points

ପୁଣି କଣ ଗୋବିନ୍ଦା-ସୁନୀତାଙ୍କ ମଧ୍ୟରେ କିଛି ଠିକ ଚାଲିନି!

ଗୋବିନ୍ଦା କଣ ଛାଡ଼ପତ୍ର ଦେବେ ସୁନୀତାଙ୍କୁ!

ମନ୍ଦିରରେ ବସି କାନ୍ଦୁଛନ୍ତି ଗୋବିନ୍ଦାଙ୍କା ସ୍ତ୍ରୀ

ମୋ ଘର ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ମୋ ମା' ତାକୁ କେବେ ଛାଡ଼ିବେନି

ବଲିଉଡରେ ବିବାହ ବିଚ୍ଛେଦ ଖବର ପ୍ରାୟତଃ ଶୁଣିବାକୁ ମିଳେ। ନତାଶା-ହାର୍ଦ୍ଦିକ, ଅରବାଜ ମଲାଇକା, ହ୍ରିତିକ ସୁଜାନ ଭଳି ବଡ଼ ବଡ଼ ଷ୍ଟାର କପଲଙ୍କର ଡିଭର୍ସ ହୋଇସାରିଛି। ଏବେ କିଛି ଦିନ ହେଲା ଚର୍ଚ୍ଚାରେ ଥିଲେ ଯେ, ବଲିଉଡରେ ଷ୍ଟାର କପଲ ଯୋଡ଼ି ଗୋବିନ୍ଦା-ସୁନୀତା ଅଲଗା ହେଉଛନ୍ତି। ଯଦିଓ ଉଭୟ ଏହାକୁ ଗୁଜବ ବୋଲି କହିଥିଲେ। ଆଉ ଏହା ଭିତରେ ସୁନୀତାଙ୍କର କାନ୍ଦିବା ଭିଡିଓ ଫ୍ୟାନ୍ସଙ୍କୁ ଟିକେ ଅଡ଼ୁଆରେ ପକାଇଛି। କଣ ପାଇଁ ସୁନୀତା ମନ୍ଦିରରେ ବସି ଏତେ ଜୋରସେ କାନ୍ଦୁଛନ୍ତି। ଏହାର ରହସ୍ୟ କଣ? ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ତାଙ୍କର ବୋଲ୍ଡ ଷ୍ଟାଇଲ ପାଇଁ ଜଣାଶୁଣା। ସୁନିତା ଯେକୌଣସି ବିଷୟରେ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଲୋକମାନେ ତାଙ୍କର ଏହି ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି। ଏବେ, ସୁନୀତା ତାଙ୍କର ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି ଏବଂ ତାଙ୍କର ପ୍ରଥମ ବ୍ଲଗରେ ସେ ଘର ଭାଙ୍ଗିବା ବିଷୟରେ କହିଛନ୍ତି।



ଏହି ସମୟରେ, ସେ ଲୋକମାନଙ୍କୁ ମା' କାଳୀଙ୍କ ଦର୍ଶନ ମଧ୍ୟ କରାଇଥିଲେ। ଗୋବିନ୍ଦାଙ୍କ ପତ୍ନୀ ସୁନିତା ନିକଟରେ ୟୁଟ୍ୟୁବରେ ତାଙ୍କର ପ୍ରଥମ ବ୍ଲଗ ଶେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି- ‘ଲୋକମାନେ ବହୁତ ଟଙ୍କା ଛାପିଛନ୍ତି, ଏବେ ମୋର ଟଙ୍କା ଛାପିବାର ପାଳି।’ ସୁନିତା ମା’ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଆନ୍ତି, ଯାହା ତାଙ୍କ ପାଇଁ ବହୁତ ପ୍ରିୟ। ସୁନୀତା ବ୍ଲଗରେ କହିଛନ୍ତି- ‘ମୋ ମାଆ ମୋତେ ପିଲାଦିନରୁ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ନେଇଯାଉଥିଲେ। ସେହି ମନ୍ଦିର ମୋ ପାଇଁ ବହୁତ ପ୍ରିୟ। ଯେତେବେଳେ ମୁଁ ଗୋବିନ୍ଦାଙ୍କୁ ଭେଟିଥିଲି, ମୁଁ ମହାଲକ୍ଷ୍ମୀ ମନ୍ଦିର ମାତାଙ୍କ ପାଖକୁ ଯାଇଥିଲି ଆଉ ମା'ଙ୍କୁ ମୋ ମନର କଥା ଜଣାଇଥିଲି, ଯେ ମୁଁ ଗୋବିନ୍ଦାଙ୍କ ସହିତ ବିବାହ କରିବି। ମାଆ ମୋର ସମସ୍ତ ଇଚ୍ଛା ପୂରଣ କରିଛନ୍ତି। ମୁଁ ବିବାହ କରିଛି, ମୋତେ ଦୁଇଟି ଭଲ ସନ୍ତାନ ଦେଇଛନ୍ତି।’ ଜୀବନ ସମସ୍ତେ ଭଲ ଭାବେ ବଞ୍ଚିବା ଦରକାର ଆଉ ନିଜକୁ ସମୟ ଦେବା ଦରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁନିତା ତାଙ୍କ ବ୍ଲଗରେ ଏହା ମଧ୍ୟ କହିଛନ୍ତି ଯେ ସେ ଏକ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ସେ କହିଛନ୍ତି- ‘କଥା ହେଉଛି ପୂଜା କରିବା ସତ୍ତ୍ୱେ, ସବୁକିଛି ପାଇବା ସହଜ ନୁହେଁ। ଜୀବନରେ ସବୁବେଳେ କିଛି ଉତ୍ଥାନ-ପତନ ଆସେ। ଯଦି ମୁଁ ଆଜି କିଛି ଖରାପ ଦେଖୁଛି, ତେବେ ମୋର ମାଆଙ୍କ ଉପରେ ଏତେ ବିଶ୍ୱାସ ଅଛି ଯେ ଯଦି କେହି ମୋ ଘର ଭାଙ୍ଗିବାକୁ ଚେଷ୍ଟା କରେ, ତେବେ ମାଆ କାଳୀ ତାଙ୍କୁ ଛାଡିବେ ନାହିଁ। ଜଣେ ଭଲ ବ୍ୟକ୍ତି, ଜଣେ ଭଲ ମହିଳାଙ୍କୁ ଆଘାତ କରିବା ଭଲ କଥା ନୁହେଁ। ଆଜି ପରିସ୍ଥିତି ଯାହା ହେଉ କିମ୍ବା ଯିଏ ମୋ ପରିବାରକୁ ଭାଙ୍ଗିବାକୁ ଚେଷ୍ଟା କରେ, ମାଆ ସେମାନଙ୍କୁ ଛାଡିବେ ନାହିଁ, ସେମାନେ ମୋର ହେଉ କିମ୍ବା ଅପରିଚିତ।’ ଏହି ସମୟରେ ସୁନିତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ସେ ବହୁତ ଜୋରସେ କାନ୍ଦିଥିଲେ। ଆଉ ସେହି ସମୟର ଫଟୋ ଏବେ ଭାଇରାଲ ହେଉଛି। ତେବେ ଏହା ୟୁଟ୍ୟୁବ ଚ୍ୟାନେଲରେ ଫଲୋର୍ସ ବଢ଼ାଇବା ଲାଗି କି କଣ ଫ୍ୟାନ୍ସମାନେ ବର୍ତ୍ତମାନ ସୁଦ୍ଧା କନଫ୍ୟୁଜନରେ ଅଛନ୍ତି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Sponsored
is-something-wrong-between-govinda-and-sunita-again | Argus News