Videos
|
Entertainment

ଇଶାଙ୍କ ନେକଲେସକୁ ପ୍ରସ୍ତୁତ କରିଛନ୍ତି ୪ ହଜାର କାରିଗର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଇଶାଙ୍କ ନେକଲେସକୁ ପ୍ରସ୍ତୁତ କରିଛନ୍ତି ୪ ହଜାର କାରିଗର

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଇଶା ଅମ୍ୱାନୀ। ଖାସ୍‌ କରି ତାଙ୍କ ନେକ୍‌ଲେସ୍‌ ଆଉ ଲେହେଙ୍ଗାକୁ ନେଇ ଖୁବ ଚର୍ଚ୍ଚାରେ ଇଶା। ଅନନ୍ତ ଓ ରାଧିକା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ କରିଛନ୍ତି ଗ୍ରାଣ୍ଡ ଓ୍ୱେଡିଂ। ଏହି ବିବାହରେ ଅନେକ ସେଲେବ୍ରେଟି ନଜର ଆସିଥିଲେ। ଇଶା ଅମ୍ୱାନୀ ନିଜ ଲୁକ୍ସକୁ ନେଇ ଖୁବ ଚର୍ଚ୍ଚାରେ। ପୁରା ଫଙ୍ଗସନରେ ତାଙ୍କ ଲୁକ୍ସ ରହିଥିଲା ଦମଦାର। ସାନ ଭାଇର ବିବାହ ଦିନ ସେ ନିଜ ଲୁକ୍ସରେ ଲୁଟିଛନ୍ତି ସମସ୍ତଙ୍କ ନଜର। ଅନନ୍ତ-ରାଧିକା ବିବାହରେ ଇଶା ଲେହେଙ୍ଗାକୁ ମ୍ୟାଚ କରି ଏକ ଭାରୀ ଡାଇମଣ୍ଡ ନେକଲେସ୍‌ ପିନ୍ଧିଛନ୍ତି। ଏହି ନେକଲେସରେ ଲାଇଟ୍‌ ଫିଙ୍କ, ବ୍ଲୁ, ଗ୍ରୀନ ଏବଂ ଅରେଞ୍ଜ କଲରର ଦାମୀ ଡାଇମଣ୍ଡ ଲାଗିଛି। ନେକଲେସର ନାଁ ଗାର୍ଡେନ ଅଫ୍‌ ଲଭ୍‌। ଏହାକୁ ଡିଜାଇନ୍‌ କରିଛନ୍ତି କାନ୍ତିଲାଲ ଛୋଟେଲାଲ।

ତେବେ ଖାସ୍‌ କଥା ହେଉଛି ଏହି ଲଗଜୁରୀ ନେକଲେସକୁ ପ୍ରସ୍ତୁତ କରିବାକୁ ୪ ହଜାର କାରିଗର ଅନେକ ଘଣ୍ଟାର ସମୟ ନେଇଥିଲେ। ଏହି ଡ଼େକଲେସର ମଝିରେ ହାର୍ଟସେପର ଲାଗିଛି ଏକ ବ୍ଲୁ ଡାଇମଣ୍ଡ। ଯାହା ନେକଲେସକୁ ଆହୁରି ସୁନ୍ଦର କରୁଛି। ବିଳାସପୂର୍ଣ୍ଣ ଟଅିପଲ ଟନ୍‌ ରେଶମରୁ ନିର୍ମିତ ଏହି ଲେହେଙ୍ଗାରେ ସୂକ୍ଷ୍ମ ଗୋଲାପୀ, ହଳଦିଆ ଏବଂ ସବୁଜ ରଙ୍ଗର ପେଷ୍ଟେଲ ରହିଛି। ପେଷ୍ଟେଲ ପିଚ ଲେହେଙ୍ଗାରେ ଜାରଡୋଜି ହ୍ୟାଣ୍ଡ ଏମ୍ୱ୍ରୋଡୋରୀ କରାଯାଇଛି। ଏହା ନକ୍ସି ଏବଂ ସାଧା ସୁନାରେ ନିର୍ମିତ ଏକ ବହୁ ରଙ୍ଗର ବ୍ଲାଉଜ ସହିତ ଯୋଡି ହୋଇଛି ଯାହା ସ୍ଫଟିକ ପରି ଉଜ୍ଜ୍ୱଳ। ତେବେ ଇଶା ଅମ୍ୱାନୀଙ୍କ ଲେହେଙ୍ଗା ଏବଂ ନେକଲେସର ଦାମ୍‌ କେତେ ସେକଥା ଜଣାନାହିଁ। ଏହା ଦେଶର ସବୁଠାରୁ ଲୋକପ୍ରିୟ ଓ୍ୱେଡିଂ। ଇଶା ଅମ୍ୱାନୀଙ୍କ ଏହା ପିନ୍ଧି ଖୁବ ସୁନ୍ଦର ମଧ୍ୟ ଲାଗୁଥିଲେ। ସୋସିଆଲ ମିଡିଆରେ ଇଶାଙ୍କର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: