ସ୍ବାମୀଙ୍କ ଠାରୁ ଅଲଗା ହେଲେ ଇଶା ଦିଓଲ

ଅର୍ଗସ ବ୍ୟୁରୋ: ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଅଲିଅଳି ଝିଅ ତଥା ବଲିଉଡର ଅଭିନେତ୍ରୀ ଇଶା ଦିଓଲ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେବାର ଘୋଷଣା କରି ଦେଇଛନ୍ତି। ଅନେକ ଦିନ ହେବ ଇଶା ଓ ଭରତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ଯାଇଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ଏହାକୁ କିଛିଲୋକ ଗୁଜବ ବୋଲି କହୁଥିବା ବେଳେ ଇଶା ଏ ଖବରକୁ ସ୍ପଷ୍ଟ କରି ପୂର୍ଣ୍ଣଛେଦ ପକାଇଛନ୍ତି।
ତେବେ ୧୧ବର୍ଷର ବୈବାହିକ ଜୀବନକୁ ଭାଙ୍ଗି ଦେବା ଘଟଣାକୁ ନେଇ ଇଶା କହିଛନ୍ତି, ‘ଏହି ନିଷ୍ପତ୍ତି ଆମ ଦୁଇ ସ୍ବାମୀ-ସ୍ତ୍ରୀଙ୍କ ସହମତିରେ ନିଆଯାଇଛି। ତେବେ ଆମର ଏ ନିଷ୍ପତ୍ତିର ପ୍ରଭାବ ଯେମିତି ପିଲାଙ୍କ ଉପରେ ନ ପଡ଼େ ସେଥିପାଇଁ ବି ଭରତ ଓ ମୁଁ ଚିନ୍ତା କରିଛୁ। ଦୁଇପିଲା ସବୁବେଳେ ଆମର ପ୍ରାଥମିକତା ଥିଲେ ଓ ରହିବେ ମଧ୍ୟ। ତେଣୁ ମୋର ସମସ୍ତଙ୍କ ଅନୁରୋଧ ବ୍ୟକ୍ତିଗତ କଥାକୁ ବ୍ୟକ୍ତିଗତ ଭାବେ ରଖିବାକୁ ଦିଅନ୍ତୁ। ଅଯଥା ଅପପ୍ରଚାର କରନ୍ତୁ ନାହିଁ।’
୨୦୨୩ ଜୁନ ମାସରେ ଇଶା ସ୍ବାମୀ ଭରତଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରି ୧୧ତମ ବିବାହବାର୍ଷିକର ଶୁଭକାମନା ଦେଇଥିଲେ। ଦୁହିଁଙ୍କ ବିବାହ ୨୦୧୨ରେ ହୋଇଥିଲା। ଇଶାଙ୍କ ବିବାହକୁ ନେଇ ଧର୍ମେନ୍ଦ୍ର ଓ ହେମା ମାଲିନୀ ଖବୁ ଖୁସି ଥିଲେ। ଧୁମଧାମରେ ଝିଅର ବିବାହ କରିଥିଲେ। କିନ୍ତୁ ଏହି ବିବାହ ୧୧ବର୍ଷ ପରେ ଭାଙ୍ଗି ଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର