KBC Show / KBC ସୋ'ର ବିବାଦକୁ ନେଇ କ୍ଷମା ମାଗିଲେ ଇଶିତ୍
·5 months ago·2 min read

Key Points
କ୍ଷମା ମାଗିଲେ ଇଶିତ ଭଟ୍ଟ
କହିଲେ ଅମିତାଭଙ୍କୁ ସେ ସମ୍ମାନ କରନ୍ତି
KBC ସୋ' ରେ ନିଜର ବ୍ୟବହାର ପାଇଁ ବିବାଦରେ ଫସିଥିଲେ

KBCରେ ସୋ' ରେ ନିଜର ଓଭର କନ୍ଫିଡେନ୍ସ ପାଇଁ ବିବାଦରେ ଫସିଥିଲେ ୧୦ ବର୍ଷର ବାଳକ ଇଶିତ ଭଟ୍ଟ । ଅମିତାଭ ବଚ୍ଚନଙ୍କ ପ୍ରତି ତାଙ୍କର କଥାବାର୍ତ୍ତାର ଶୈଳୀକୁ ନେଇ ସୋସିଆଲ ମିଡିଆରେ ଏକ ବଡ ବିବାଦ ଉପୁଜିଥିଲା । ଯାହାକୁ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ କ୍ଷମା ମାଗିଛନ୍ତି । କହିଛନ୍ତି, ସେ ଅମିତାଭ ବଚ୍ଚନଙ୍କୁ ସମ୍ମାନ କରନ୍ତି, ଏବଂ କୌନ ବନେଗା କରୋଡପତିର ପୁରା ଟିମ୍କୁ ବହୁତ ସମ୍ମାନ କରନ୍ତି ।
ଇଶିତ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି, KBC ସୋ'ରେ ସେ ନିଜର ବ୍ୟବହାର ପାଇଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛନ୍ତି । ମୁଁ ଜାଣିଛି ମୋର କଥା ଅନେକ ଜଣଙ୍କୁ କଷ୍ଟ ଦେଇଛି, ନିରାଶ କରିଛି । ଆଉ ଏହାକୁ ନେଇ ମୁଁ ସତରେ ପଶ୍ଚାତାପ କରୁଛି । ସେହି ସମୟରେ ମୁଁ ବହୁତ ଡରିଯାଇଥିଲି । ଆଉ ସେଥିପାଇଁ ଏମିତି ଭୁଲ କଥାବାର୍ତ୍ତା କରି ଦେଇଥିଲି । ଅସଭ୍ୟ ହେବା ମୋର ଉଦ୍ଦେଶ୍ୟ ନଥିଲା, ମୁଁ ଅମିତାଭ ବଚ୍ଚନ ସାର ଏବଂ କେବିସି ଟିମ୍ର ସବୁ ସଦସ୍ୟଙ୍କୁ ସମ୍ମାନ କରେ । ମୁଁ କଥା ଦେଉଛି, ଆଗାମୀ ଦିନରେ ମୁଁ ବିନମ୍ର, ଚିନ୍ତାଶୀଳ ରହିବି । ଏହା ସହ ନିଜକୁ 'The KBC Boy' କହି ଭିଡିଓ ସମାପ୍ତ କରିଥିଲେ ଇଶିତ।
ଅଧିକ ପଢନ୍ତୁ : ଅମିତାଭଙ୍କୁ ଇସିତ୍ କହିଲେ “ମୋତେ ରୁଲ୍ ଜଣା, ଆପଣ ବୁଝେଇବା ଦରକାର ନାହିଁ”
ତେବେ ଇଶିତ ଭଟ୍ଟ ଗତ କିଛିଦିନ ତଳେ କେବିସି ସୋ'ରେ ଆସିଥିଲେ । ଏହି ସୋ'ରେ ସେ ଖୁବ ଓଭର କନ୍ଫିଡେନ୍ସର ସହ ସବୁ ଉତ୍ତର ଦେଉଥିଲେ । ବିଗ୍ ବି ତାଙ୍କୁ ସୋ'ର ନିୟମ ବୁଝେଇବାକୁ ଆରମ୍ଭ କରିବାରୁ ସେ କହିଥିଲେ, ମତେ ସୋ'ର ନିୟମ ଜଣାଅଛି, ସମୟ ବର୍ବାଦ ନକରି ସୋ' ଆରମ୍ଭ କରନ୍ତୁ ବୋଲି କହିଥିଲେ । ପୁଣି ପ୍ରଶ୍ନର ଉତ୍ତର ବିନା ବିକଳ୍ପରେ ଦେବାସହ ବିକଳ୍ପ ଗୁଡିକୁ ନଦେଖାଇବା ପାଇଁ ମଧ୍ୟ କହୁଥିଲେ।
ଇଶିତ୍ଙ୍କର ଏପରି ବ୍ୟବହାରକୁ ନେଇ ସୋସିଆଲ ଅନେକ ଲୋକ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଅମିତାଭଙ୍କ ପ୍ରତି ଏମିତି ବ୍ୟବହାର ନିନ୍ଦନୀୟ ବୋଲି କହିଥିଲେ । ହେଲେ ଇଶିତ୍ କ୍ଷମା ମାଗିବା ପରେ ଅନେକ ଲୋକ ତାଙ୍କର ସଚ୍ଚୋଟତା ଏବଂ ପରିପକ୍ୱତାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସେ ଭୁଲ କଲା ଏବଂ କ୍ଷମା ମାଗିଲା । ତାହା ସବୁଠୁ ବଡ କଥା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories