Videos
|
Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ

Ritu Das
Browse all articles by Ritu Das
·2 years ago
ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଫୁଡ ପଏଜନ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାହ୍ନବୀ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି। 

ଜାହ୍ନବୀ ଚେନ୍ନାଇ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରୁଥିବାବେଳେ ସେ ଏୟାରପୋର୍ଟରେ କିଛି ଖାଇଥିଲେ। ଘରକୁ ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ବହୁତ ଦୁର୍ବଳ ଅନୁଭବ କରିଥିଲେ। ତାଙ୍କ ଅସୁସ୍ଥତା ଏବଂ ଦୁର୍ବଳତା ଯୋଗୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଏକ ସୂତ୍ରରୁ ପ୍ରକାଶ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Janhabi was | Argus News