Videos
|
Entertainment

ଲେନ୍ସ ହେଲା କାଳ, ଚାଲିଗଲା ଅଭିନେତ୍ରୀଙ୍କ ଆଖି...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଲେନ୍ସ ହେଲା କାଳ, ଚାଲିଗଲା ଅଭିନେତ୍ରୀଙ୍କ ଆଖି...

ଅର୍ଗସ ବ୍ୟୁରୋ:  '' ମୁଁ ଲେନ୍ସ ପିନ୍ଧିଲେ ଭାରି ସୁନ୍ଦର ଦେଖାଯାଏ। ସେଥିପାଇଁ ଭଳି ଭଳି ଲେନ୍ସ ପିନ୍ଧେ। ହେଲେ ମୁଁ କଣ ଜାଣିଥିଲି ମୋ ସହ ଏମିତି ହୋଇଯିବ ବୋଲି। ସବୁଦିନ ପରି ସେଦିନ ମଧ୍ୟ ମୁଁ ମେକଅପ୍‌ ହେବା ପୂର୍ବରୁ ଲେନ୍ସ ପିନ୍ଧିବାକୁ ବସିଲି।  ଲେନ୍ସ ଲଗାଇବା ମାତ୍ରେ ମୋର ଆଖି ନଷ୍ଟ ହୋଇଗଲା। ଯନ୍ତ୍ରଣା ଆରମ୍ଭ ହେଲା, ପୋଡିବା ଆରମ୍ଭ ହେଲା ଏବଂ କିଛି ସମୟ ପରେ ମୁଁ ଦେଖିପାରିଲି ନାହିଁ।''ଲେନ୍ସ ପିନ୍ଧି ଦୃଷ୍ଟି ଶକ୍ତି ହରାଇଛନ୍ତି ଅଭିନେତ୍ରୀ ଜସ୍ମିନ୍‌ ଭସିନ୍‌। କାନ୍ଦି କାନ୍ଦ ନିଜ ଦୁଃଖ ବଖାଣିଲେ ଅଭିନେତ୍ରୀ , କହିଲେ ମୁଁ ଆଉ ଦେଖିପାରୁନି। ମୋସହ ଏସବୁ କଣ ହୋଇଗଲା। ନା ମୁଁ ଦେଖିପାରୁଛି ନା ମୁଁ ଏହି ଯନ୍ତ୍ରଣା ହେତୁ ରାତିରେ ଶୋଇପାରୁଛି ।

ଆଜିର ଯୁବପିଢ଼ି ଆଖିରେ ଲେନ୍ସ ଲଗେଇବାକୁ ବହୁତ ପସନ୍ଦ କରିଥାନ୍ତି । ସେଥିପାଇଁ ସେମାନେ ବହୁତ ସମୟରେ ଲେନ୍ସର ବ୍ୟବହାର କରିଥାନ୍ତି। ତେବେ ଏହି ଲେନ୍ସ ଯୁବପିଢିଙ୍କ ପାଇଁ କେତେ କ୍ଷତିକାର ହୋଇଥାଏ ତାହା ଅନେକ ଜାଣନ୍ତି କିନ୍ତୁ ଆଉ କିଛି ଜଣ ସଚେତନ ରହିନଥାନ୍ତି । ତେବେ ଏହି ଲେନ୍ସକୁ ନେଇ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଖବର ଯାହା ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ ଏବଂ ନିଜ ଆଖିରେ ଲେନ୍ସ ଲଗେଇବାକୁ ଭୟ କରିବେ । ଲେନ୍ସ ପାଇଁ କିପରି ଜଣେ ଅଭିନେତ୍ରୀ ନିଜ ଦୃଷ୍ଟିଶକ୍ତି ହରାଇଲେ ।

ଟେଲି ଅଭିନେତ୍ରୀ ଜସ୍ମିନ୍‌ ଭସିନ୍‌। ବର୍ତ୍ତମାନ ସେ ବହୁତ କଠିନ ସମୟ ଦେଇ ଗତି କରୁଛନ୍ତି। ଜସ୍ମିନ କହିଛନ୍ତି ଯେ ଜୁଲାଇ ୧୭ରେ ସେ ଏକ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ଯାଇଥିଲେ। ଏହି ସମୟରେ, ଯେତେବେଳେ ସେ ପ୍ରସ୍ତୁତ ହେଉଥିଲେ, ସେ ଲେନ୍ସ ପିନ୍ଧିଥିଲେ। ସେ ଲେନ୍ସ ଲଗାଇବା ମାତ୍ରେ ତାଙ୍କ ଆଖି ପୋଡିବାକୁ ଲାଗିଲା। ମୁଁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ଚାହୁଁଥିଲି କିନ୍ତୁ କାମ ହେତୁ ମୁଁ ସେହି ସମୟରେ ଯାଇପାରିଲି ନାହିଁ। ପ୍ରଥମେ ମୁଁ ଇଭେଣ୍ଟକୁ ଗଲି ଏବଂ ପରେ ଡାକ୍ତରଙ୍କ ପାଖକୁ ଯିବାକୁ ସ୍ଥିର କଲି। ଜସ୍ମିନ୍‌ କହିଛନ୍ତି ଯେ, ମୁଁ ପୂରା ଇଭେଣ୍ଟରେ ଚଷମା ପିନ୍ଧି ରଖିଥିଲି, ମୋ ଟିମ୍ ଏହି କାର୍ଯ୍ୟକ୍ରମରେ ମୋତେ ସାହାଯ୍ୟ କରୁଥିଲା କାରଣ କିଛି ସମୟ ପରେ ମୁଁ କିଛି ଦେଖିପାରିଲି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘଟଣା ପରେ ଅଭିନେତ୍ରୀଙ୍କୁ ସେହି ରାତିରେ ଆଖି ବିଶେଷଜ୍ଞଙ୍କ ନିକଟକୁ ଯିବାକୁ ପଡିଲା। ସେଠାରେ ଡାକ୍ତର କହିଥିଲେ ଯେ ତାଙ୍କ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଛି। ଏହାପରେ ଅଭିନେତ୍ରୀଙ୍କ ଆଖିରେ ବ୍ୟାଣ୍ଡେଜ ଲଗାଯାଇଥିଲା। ଏହାପରେ ଅଭିନେତ୍ରୀ ମୁମ୍ୱାଇ ଫେରିଥିଲେ ଏବଂ ତାହାର ଚିକିତ୍ସା କରୁଛନ୍ତି। ଏବେବି ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। ଏହି ପରିସ୍ଥିତି ବିଷୟରେ ସେ କହିଥିଲେ ଯେ ମୁଁ ତଥାପି ବହୁତ ଯନ୍ତ୍ରଣା ଭୋଗୁଛି। ଡାକ୍ତରମାନେ କହିଥିଲେ ଯେ ମୁଁ ଚାରିରୁ ପାଞ୍ଚ ଦିନ ଭଲ ହୋଇଯିବି। କିନ୍ତୁ ସେପର୍ଯ୍ୟନ୍ତ ମୋତେ ଆଖିର ଯତ୍ନ ନେବାକୁ ପଡିବ।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Jasmine Bhasin diagnosed with corneal damage | Argus News