Videos
|
Entertainment

Jason Unfollow Vijay / ନିର୍ବାଚନ ଜିତିବା ପରେ ବିଜୟଙ୍କୁ ଅନଫଲୋ କଲେ ପୁଅ, ଏମିତି କହୁଛନ୍ତି ଫ୍ୟାନ୍ସ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ନିର୍ବାଚନ ଜିତିବା ପରେ ବିଜୟଙ୍କୁ ଅନଫଲୋ କଲେ ପୁଅ, ଏମିତି କହୁଛନ୍ତି ଫ୍ୟାନ୍ସ...
Jason Unfollow Vijay

Key Points

ବିଜୟଙ୍କୁ ଅନଫଲୋ କଲେ ପୁଅ ଜେସନ
ସୋସିଆଲ ମିଡିଆରେ ଚର୍ଚ୍ଚା
ଏମିତି କହୁଛନ୍ତି ଫ୍ୟାନ୍ସ
ପ୍ରତ୍ୟେକ ଦିନ ଥାଲାପତି ବିଜୟଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି। କେଉଁ ଦିନ ତାଙ୍କ ଫ୍ୟାମିଲିକୁ ନେଇ ହେଉ ଅବା ସେ ହିରୋରୁ ରାଜନୀତିକୁ ଆସିଥିବା ସେ ଧାରାକୁ ନେଇ ହେଉ। କିନ୍ତୁ ପୁଣି ଏକ ଖବର ସାମ୍ନାକୁ ଆସିଛି ଯାହା ବିଜୟଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କଥା ମଧ୍ୟ କହିଛନ୍ତି। ତାଙ୍କ ବିଜୟରେ ଆଉ ଏକ ରୋଚକ କଥା ହେଉଛି, ସେ ପ୍ରଥମ ଥର ଦଳ ଗଢ଼ି ନିର୍ବାଚନ ଲଢ଼ିଥିଲେ। ଆଉ ପ୍ରଥମ ଥରରେ ହିଁ ବିଜୟୀ ହୋଇଛନ୍। ଏମିତିରେ ତାଙ୍କୁ ନେଇ ସବୁଠୁ ଚର୍ଚ୍ଚା।

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଥାଲାପତି ବିଜୟ ଆଗରେ । ବିଜୟଙ୍କ ଦଳ ଟିଭିକେ ଇତିହାସ ରଚିବାକୁ ଯାଉଛି । ନିର୍ବାଚନ ଫଳାଫଳ ପରେ ବିଜୟଙ୍କ କ୍ରେଜ ଦ୍ୱିଗୁଣା ବଢ଼ିଯାଇଛି। ଫିଲ୍ମ ପରେ ଏବେ ରାଜନୀତି ମୈଦାନରେ ଚହଳ ସୃଷ୍ଟି କରିଛନ୍ତି ବିଜୟ ଥାଲାପତି। ନିକଟରେ ଚେନ୍ନାଇରେ ଆୟୋଜିତ ପ୍ରଯୋଜକ କଳ୍ପତି ଏସ୍. ସୁରେଶଙ୍କ ପୁଅଙ୍କ ବିବାହ ଭୋଜିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ବିଜୟ ୧୯୯୯ ମସିହାରେ ସଙ୍ଗୀଥା ସୋର୍ଣ୍ଣଲିଙ୍ଗମଙ୍କୁ ବିବାହ କରିଥିଲେ। ବିଜୟଙ୍କ ଗୋଟିଏ ଫିଲ୍ମ ଦେଖିବା ପରେ, ୟୁକେରେ ରହୁଥିବା ସଙ୍ଗୀଥା ତାଙ୍କୁ ଭେଟିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଅବଶ୍ୟ ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥିଲେ। ସେମାନଙ୍କ ସନ୍ତାନ ପୁଅ ଜେସନ ସଞ୍ଜୟ ଏବଂ ଝିଅ ଦିବ୍ୟା ସାଶା ମଧ୍ୟ ଲାଇମଲାଇଟରୁ ଦୂରରେ ରହିଆସିଛନ୍ତି। ଦିବ୍ୟା ତାଙ୍କ ପାଠପଢ଼ାରେ ଧ୍ୟାନ ଦେଇଥିବା ବେଳେ, ଜେସନ ଫିଲ୍ମ ନିର୍ମାଣରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ହେଲେ ଏହାରି ମଧ୍ୟରେ ପ୍ରାୟ ୨୦ ବର୍ଷ ପରେ ସଙ୍ଗୀଥା ଫେବୃଆରୀ ୨୦୨୬ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଚେଙ୍ଗାଲପଟୁ ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ ହୋଇଥିଲା। ରିପୋର୍ଟ ଅନୁଯାୟୀ, ସଙ୍ଗୀଥା ତାଙ୍କ ଛାଡ଼ପତ୍ର ଆବେଦନରେ କହିଥିଲେ ଯେ, ସେ ଏପ୍ରିଲ ୨୦୨୧ରେ ବିଜୟଙ୍କ କଥିତ ବିବାହ ବାହାର ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ଯାହା "ଗଭୀର ଭାବପ୍ରବଣ ଯନ୍ତ୍ରଣା ଏବଂ ମାନସିକ ଯନ୍ତ୍ରଣା" ଦେଇଥିଲା।ଏହାସହ ବାସସ୍ଥାନ ଏବଂ ଆର୍ଥିକ ସହାୟତା ପାଇଁ ଅନୁରୋଧ ସହ। ବିଶ୍ୱାସଘାତକତା, ମାନସିକ ନିର୍ଯାତନା ଏବଂ ବିଶ୍ୱାସ ହରାଇବା ଭଳି ସମସ୍ୟାଗୁଡ଼ିକ ଉଲ୍ଲେଖ କରାଯାଇଥିବା ଅଭିଯୋଗ ହୋଇଛି। ଯଦିଓ ମାମଲା ଏବେ ବି ପରିବାର ଅଦାଲତରେ ବିଚାରାଧୀନ ଅଛି ଏବଂ ବିଜୟ କିମ୍ବା ସଙ୍ଗୀଥା ଏନେଇ କୌଣସି ସାର୍ବଜନୀନ ମନ୍ତବ୍ୟ ଦେଇନାହାଁନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ମୁହଁ ଖୋଲିଲେ ତ୍ରିଶା: କହିଲେ, ବିଜୟ ହେଉଛନ୍ତି ମୋର...

ତେବେ କେବଳ ଯେ, ରାଜନୈତିକ ଘଟଣାକ୍ରମକୁ ନେଇ ବିଜୟ ବର୍ତ୍ତମାନ ଚର୍ଚ୍ଚାରେ ନାହାଁନ୍ତି। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କାରଣ ଅନେକ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି, ବିଜୟଙ୍କ ପୁଅ ଜେସନ ସଞ୍ଜୟ ଇନଷ୍ଟାଗ୍ରାମରେ ବିଜୟଙ୍କୁ ଫଲୋ କରୁନାହାଁନ୍ତି। ତଥାପି, ସେ କେବେ ତାଙ୍କୁ ଫଲୋ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିଜୟ ପ୍ଲାଟଫର୍ମରେ କାହାକୁ ଫଲୋ କରନ୍ତି ନାହିଁ। ସେହିଭଳି, ଜେସନ ସଞ୍ଜୟ କେବଳ ୩୮ ଜଣଙ୍କୁ ଫଲୋ କରନ୍ତି।

ସୂଚନାଯୋଗ୍ୟ ଯେ, ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣଲିଙ୍ଗମ ନିକଟରେ ତାଙ୍କର ୨୬ ବର୍ଷର ବୈବାହିକ ସମ୍ପର୍କ ପରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ଏହି ମାମଲାରେ ସେ ବିଜୟଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିବା ପରେ ତ୍ରିଷାଙ୍କ ସହ ବିଜୟଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି । ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଅଭିନେତା ଏବଂ ଅଭିନେତ୍ରୀ ନିଜ ନିଜର କାମରେ ବ୍ୟସ୍ତ ଅଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories