Trisha Opens Up Relationship / ମୁହଁ ଖୋଲିଲେ ତ୍ରିଶା: କହିଲେ, ବିଜୟ ହେଉଛନ୍ତି ମୋର...
·1 hour ago·2 min read

Key Points
ମୁହଁ ଖୋଲିଲେ ଅଭିନେତ୍ରୀ ତ୍ରିଷା
ବିଜୟଙ୍କ ସହ ଅଛି ଭଲ ସମ୍ପର୍କ
ନିର୍ବାଚନ ଜିତିବା ପରେ ପ୍ରଥମ ଥର ମୁହଁ ଖୋଲିଲେ ଅଭିନେତ୍ରୀ

ଶେଷରେ ମୁହଁ ଖୋଲିଲେ ସାଉଥ ଅଭିନେତ୍ରୀ ତ୍ରିଷା କୃଷ୍ଣନ। ଥାଲାପତି ବିଜୟଙ୍କ ସହ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ। ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ନିର୍ବାଚନ ଜିତିବା ପରେ ଦୁହିଁଙ୍କୁ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି। ହାଟ୍ରିକ ବିଜୟ କଲେ ଥାଲାପତି ବିଜୟ। ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଥାଲାପତି ବିଜୟ ଆଗରେ । ବିଜୟଙ୍କ ଦଳ ଟିଭିକେ ଇତିହାସ ରଚିବାକୁ ଯାଉଛି । ନିର୍ବାଚନ ଫଳାଫଳ ପରେ ବିଜୟଙ୍କ କ୍ରେଜ ଦ୍ୱିଗୁଣା ବଢ଼ିଯାଇଛି। ଫିଲ୍ମ ପରେ ଏବେ ରାଜନୀତି ମୈଦାନରେ ଚହଳ ସୃଷ୍ଟି କରିଛନ୍ତି ବିଜୟ ଥାଲାପତି। ନିକଟରେ ଚେନ୍ନାଇରେ ଆୟୋଜିତ ପ୍ରଯୋଜକ କଳ୍ପତି ଏସ୍. ସୁରେଶଙ୍କ ପୁଅଙ୍କ ବିବାହ ଭୋଜିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
ଏହି ଘଟଣାଟି ସେତିକିବେଳେ ସାମ୍ନାକୁ ଆସିଛି, ଯେତେବେଳେ ବିଜୟଙ୍କ ବ୍ୟକ୍ତିଗତ ଜୀବନରେ ବିବାଦ ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣଲିଙ୍ଗମ ନିକଟରେ ତାଙ୍କର ୨୬ ବର୍ଷର ବୈବାହିକ ସମ୍ପର୍କ ପରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ଏହି ମାମଲାରେ ସେ ବିଜୟଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିବା ପରେ ତ୍ରିଷାଙ୍କ ସହ ବିଜୟଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି । ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଅଭିନେତା ଏବଂ ଅଭିନେତ୍ରୀ ନିଜ ନିଜର କାମରେ ବ୍ୟସ୍ତ ଅଛନ୍ତି । ତାମିଲ ସିନେମାର ଏହି ଲୋକପ୍ରିୟ ଯୋଡ଼ିଙ୍କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଏବେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
‘ଘିଲ୍ଲୀ’ ପରେ ଏହି ଯୋଡି ‘ଥିରୁପାଚି’, ‘ଆଥି’ ଏବଂ ‘କୁରୁଭି’ ଭଳି ଚଳଚ୍ଚିତ୍ରରେ ନିଜର ଜାଦୁ ଦେଖାଇଛନ୍ତି । ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ୨୦୨୩ରେ ଲୋକେଶ କାନାଗରାଜଙ୍କ ଫିଲ୍ମ ‘ଲିଓ’ରେ ଏହି ଦୁଇଜଣଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ସଫଳତା ପାଇଥିଲା । ନିଜର ବୈବାହିକ ବିବାଦ ଏବଂ ଚେଟିଂ ଅଭିଯୋଗ ଉପରେ ବିଜୟ ପରୋକ୍ଷରେ ପ୍ରତିକ୍ରିୟା ରଖିଥିଲେ ମଧ୍ୟ ତ୍ରିଷା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ଥାଲାପତିଙ୍କ ହାଟ୍ରିକ ବିଜୟ, କେତେ ସମ୍ପତ୍ତି ରଖିଛନ୍ତି ବିଜୟ ?
.କଣ କହିଲେ ତ୍ରିଷା?
ତାମିଲ ସିନେମାର ସବୁଠାରୁ ହିଟ୍ ଅନ୍-ସ୍କ୍ରିନ୍ ଯୋଡି ଭାବେ ପରିଚିତ ବିଜୟ ଏବଂ ତ୍ରିଷା ପ୍ରଥମ କରି ୨୦୦୪ରେ ‘ଘିଲ୍ଲୀ’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏକ ପୁରୁଣା ସାକ୍ଷାତକାରରେ ତ୍ରିଷା ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, “ଆରମ୍ଭରୁ ବିଜୟଙ୍କ ସହ ମୋର ଅଧିକ କଥାବାର୍ତ୍ତା ନଥିଲା କାରଣ ସେ ଜଣେ ବହୁତ ଶାନ୍ତ ଏବଂ ରିଜର୍ଭ ପ୍ରକୃତିର ବ୍ୟକ୍ତି । ସେ କେବଳ ନିଜ କାମ ସହ କାମ ରଖନ୍ତି । କିନ୍ତୁ ‘ଘିଲ୍ଲୀ’ ଟିମ୍ ଯୋଗୁଁ ଆମେ ଭଲ ବନ୍ଧୁ ହୋଇପାରିଲୁ । ବିଜୟ ଜଣେ ଅତ୍ୟନ୍ତ ଦୟାଳୁ ଏବଂ ଶାଳୀନ ବ୍ୟକ୍ତି । ସେ ମୋ ପାଇଁ ସବୁବେଳେ ସ୍ପେଶାଲ୍ ରହିବେ କାରଣ ତାଙ୍କ ସହ ମୁଁ ମୋ କ୍ୟାରିୟରର ବଡ଼ ବଡ଼ ହିଟ୍ ଫିଲ୍ମ ଦେଇଛି । ସେ ସେଟରେ ବହୁତ ପ୍ରଫେସନାଲ୍ ଏବଂ ମୁଁ କେବେ ତାଙ୍କୁ ରାଗିଥିବାର ଦେଖିନାହିଁ,” ବୋଲି ତ୍ରିଷା କହିଥିଲେ ।
ଏଥିସହ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories