Jay Bhanushali / ଆମେ ଅଲଗା ହେଉଛି, ଆମ କାହାଣୀର ଖଳନାୟକ ହେଉଛନ୍ତି...
·6 months ago·2 min read

Key Points
ବିବାହର ୧୪ବର୍ଷ ପରେ ଅଲଗା ହେଲେ ଜୟ ଭାନୁଶାଳୀ-ମାହି
ସେୟାର କଲେ ପୋଷ୍ଟ, ଫ୍ୟାନ୍ସ କହିଲେ ଏମିତି
ସେୟାର କଲେ ପୋଷ୍ଟ, ଫ୍ୟାନ୍ସ କହିଲେ ଏମିତି
ଶେଷରେ ସତରେ ହେଲେ ଅଲଗା। ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ବିବାହର ୧୪ ବର୍ଷ ପରେ ଅଲଗା ହେଲେ ଜୟ ଭାନୁଶାଳୀ ଓ ମାହି। ଆଉ କହିଲେ କିଏ ଥିଲେ ତାଙ୍କ କାହାଣୀର ଭିଲେନ। ଯେଉଁ ଖବର ବର୍ତ୍ତମାନ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାସହ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି କାହା ପାଇଁ ହେଲେ ଅଲଗା। ଯେଉଁ ଖବର ଅନେକ ଦିନ ଧରି ଚର୍ଚ୍ଚାରେ ଥିଲା ତାହା ଆଜି ସତ ହୋଇଛି। ପ୍ରସିଦ୍ଧ ଟିଭି ଦମ୍ପତି ଜୟ ଭାନୁଶାଳୀ ଏବଂ ମାହି ଭିଜ ଶେଷରେ ଛାଡପତ୍ର ନେଇଛନ୍ତି। ଜୟ ଭାନୁଶାଳୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରି ଛାଡପତ୍ରକୁ ନିଶ୍ଚିତ କରିଛନ୍ତି।
ଜୟ ଭାନୁଶାଳୀ ଏବଂ ମାହି ଭିଜ 2011 ରେ ବିବାହ କରିଥିଲେ। ଟିଭିରେ ସେମାନଙ୍କୁ ଏକ ପାଓ଼୍ବାରଫଉଲ ଦମ୍ପତି ଭାବରେ ବିବେଚନା କରାଯାଉଥିଲା। ସେମାନେ ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଏକ 6 ବର୍ଷର ଝିଅ, ତାରା ମଧ୍ୟ ଅଛି। ତାରା ବ୍ୟତୀତ, ଜୟ ଏବଂ ମାହି ଖୁସି ଏବଂ ରାଜବୀରଙ୍କ ପିତାମାତା ମଧ୍ୟ ଅଟନ୍ତି, ଯେଉଁମାନେ ପାଳିତ ହୋଇଛନ୍ତି।ପୋଷ୍ଟରେ ଅଭିନେତା ଲେଖିଛନ୍ତି, “ଆମେ ଆଉ ଏକାଠି ନ ରହିପାରୁ, କିନ୍ତୁ ଏହି ନିଷ୍ପତ୍ତିରେ କୌଣସି ଭୁଲ କିମ୍ୱା ଦୋଷ ନାହିଁ। ଏଥିରେ କୌଣସି ନକାରାତ୍ମକତା ନାହିଁ। ଆମେ ଚାହୁଁଛୁ ଯେ ଲୋକମାନେ ବୁଝିବା ପୂର୍ୱରୁ, ଆମେ ନାଟକ ଅପେକ୍ଷା ଶାନ୍ତି ଏବଂ ବୁଝାମଣାକୁ ବାଛିଛୁ। ଆମେ ପରସ୍ପରକୁ ସମ୍ମାନ କରିବୁ, ପରସ୍ପରକୁ ସମର୍ଥନ କରିବୁ ଏବଂ ବନ୍ଧୁ ହୋଇ ରହିବୁ। ଆମେ ଆଗକୁ ବଢ଼ିବା ସହିତ ଆପଣଙ୍କ ସମସ୍ତଙ୍କଠାରୁ ସମ୍ମାନ, ପ୍ରେମ ଏବଂ ବୁଝାମଣା ମଧ୍ୟ ଆଶା କରୁଛୁ।”
ଏଥିସହ ପଢ଼ନ୍ତୁ: ଏକାଠି ହେଲେ ସେଲିବ୍ରିଟି, ଏହି କାରଣ ପାଇଁ ଝଗଡ଼ା ହେଲେ ଆଲିଆ-ଭିକି
ସେମାନଙ୍କ ଅଲଗା ହେବାର ଗୁଜବ ବହୁତ ଦିନ ଧରି ଶିରୋନାମା ପାଲଟିଥିଲା, କିନ୍ତୁ ଏବେ ଜୟ ଶେଷରେ ତାଙ୍କର ନୀରବତା ଭାଙ୍ଗି ମାହି ଭିଜଙ୍କ ସହିତ ତାଙ୍କର ଛାଡପତ୍ରକୁ ନିଶ୍ଚିତ କରିଛନ୍ତି। ମାହି ଏବଂ ଜୟଙ୍କ 14 ବର୍ଷର ବିବାହ ଶେଷ ହୋଇଛି। ପୋଷ୍ଟ ଶେୟାର କରି ଜୟ ଲେଖିଛନ୍ତି, “ଆମ ସମ୍ପର୍କରେ କୌଣସି ଖଳନାୟକ ନାହାନ୍ତି।”ଜୟ ଭାନୁଶାଳୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଲମ୍ୱା ପୋଷ୍ଟ ସେୟାର କରିଛନ୍ତି। ଅଭିନେତା ଲେଖିଛନ୍ତି, “ଆଜି ଆମେ ଜୀବନର ଏହି ଯାତ୍ରାରେ ଭିନ୍ନ ପଥ ବାଛିବାକୁ ନିଷ୍ପତ୍ତି ନେଉଛୁ, କିନ୍ତୁ ଆମେ ସର୍ୱଦା ପରସ୍ପର ସହିତ ରହିବୁ। ଶାନ୍ତି, ଆଗକୁ ବଢ଼ିବା, ଦୟା ଏବଂ ମାନବିକତା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।” ଆମେ ସବୁବେଳେ ଆମର ପିଲା, ତାରା, ଖୁସି ଏବଂ ରାଜବୀରଙ୍କ ପାଇଁ ଭଲ ପିତାମାତା ଏବଂ ସର୍ବୋତ୍ତମ ବନ୍ଧୁ ହେବୁ ଏବଂ ସେମାନଙ୍କ ମଙ୍ଗଳ ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories