Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏଭଳି କହିଲେ ଶାଶୂ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏଭଳି କହିଲେ ଶାଶୂ

ଅର୍ଗସ ବ୍ୟୁରୋ:  ଥମୁନି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାଦ। ବଲିଉଡର ଚର୍ଚ୍ଚିତ ଯୋଡି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଗତ କିଛି ଦିନ ହେବ ଆଲୋଚନା ହେଉଛି। ଦମ୍ପତ୍ତିଙ୍କ ପାରିବାରିକ ସମସ୍ୟା ଅଛି ବୋଲି କୁହାଯାଉଛି। ଶୁଣିବାକୁ ମିଳୁଛି ଯେ କେବଳ ଅଭିଷେକଙ୍କ ସହ ନୁହେଁ ଶାଶୁ ଜୟା ବଚ୍ଚନ ଏବଂ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଗିଡି ଯାଇଛି। ନିକଟରେ ଜୟା ବଚ୍ଚନ ନିଜେ ତାଙ୍କ ସହିତ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ।

କେତେବେଳେ ଅଭିଷେକ କିଛି କହିଦେଉଛନ୍ତି ତ ଆଉ କେତେବେଳେ ଶ୍ୱଶୂର ଅମିତାଭ ବଚ୍ଚନ, ପୁଣି କେତେବେଳେ ଶାଶୂ ଜୟା ବଚ୍ଚନ। କିଛି ନା କିଛି ମନ୍ତବ୍ୟ ଦେଇ ବର୍ତ୍ତମାନ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଯୋଡିକୁ ଲୋକେ ଧିରେ ଧିରେ ମୁହଁ ଫେରାଇଲେଣି। ସମସ୍ତଙ୍କ ମୁହଁରେ ଗୋଟେ କଥା କି ଏହି ଯୋଡି କୁଆଡେ ଡିଭୋର୍ସ ଦେବାକୁ ଯାଉଛନ୍ତି। ହେଲେ ଡିଭୋର୍ସକୁ ନେଇ କେହି ବି କୌଣସି ମତ ଦେଇନଥିବାବେଳେ ଜୟା ବଚ୍ଚନ ଏହି ଯୋଡିକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ଭାଇରାଲ ହେଉଛି।

ପୁଅ ଅଭିଷେକଙ୍କ ବିବାହ ପରେ ଜୟା ବଚ୍ଚନ ଦେଇଥିବା ଏକ ସାକ୍ଷାତକାରରେ ବୋହୂ ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିଥିଲେ। ସେ କହିଥିଲେ, ଐଶ୍ୱର୍ଯ୍ୟାଙ୍କ ପିଠି ପଛରେ ସେ ରାଜନୀତି କିମ୍ବା ଷଡଯନ୍ତ୍ର କରନ୍ତି ନାହିଁ। ଐଶ୍ୱର୍ଯ୍ୟା ଏବଂ ମୋର ସମ୍ପର୍କ ହେଉଛି ବନ୍ଧୁଭଳି। ଯଦି ସେ କିଛି କୁହନ୍ତି ଆଉ ମୋତେ ଭଲ ଲାଗେ ନାହିଁ, ମୁଁ ଏହାକୁ ତାଙ୍କ ମୁହଁରେ କହିଥାଏ। ମୁଁ ତାଙ୍କ ପିଠି ପଛରେ ରାଜନୀତି କରେ ନାହିଁ। ଯଦି ସେ ମୋ ସହ ସହମତ ନୁହଁନ୍ତି, ତେବେ ସେ ଏହାକୁ ନିଜେ ପ୍ରକାଶ କରିଦିଅନ୍ତି। ସେ ଆହୁରି ମଧ୍ୟ କହିଥିଲେ, ଆମେ ଘରେ ବସି କଥାବାର୍ତ୍ତା କରିବାକୁ ଭଲ ଲାଗେ। କିନ୍ତୁ କେବଳ ଆମେ ଦୁହେଁ। ତଥାପି, ତାଙ୍କ ପାଖରେ ଅଧିକ ସମୟ ନଥାଏ। ଐଶ୍‌ ଯାହା ବି କରନ୍ତି, ଆମେ ଏହାକୁ ଉପଭୋଗ କର। ତାଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ।

ଐଶ୍ୱର୍ଯ୍ୟା ରାୟ ଝିଅ ଆରାଧ୍ୟାଙ୍କ ସହ ‘ଜଲସା’ ବାହାରେ ନଜର ଆସିଥିଲେ। ସେତେବେଳେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଲୋକମାନେ ଭାବିଥିଲେ ଯେ ପରିବାରରେ ସବୁକିଛି ଠିକ ଅଛି । କିନ୍ତୁ କିଛି ଦିନ ପରେ ଗଣପତି ଦରବାରରେ ଐଶ୍‌ଙ୍କୁ ଏକୁଟିଆ ଦେଖିବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଭିଡିଓଗୁଡିକ ଭାଇରାଲ ହେବା ପରେ ଲୋକମାନେ ପୁନର୍ବାର ଜୟା ବଚ୍ଚନଙ୍କ ସାକ୍ଷାତକାରକୁ ମନେ ପକାଇଛନ୍ତି। ଯେଉଁଥିରେ ସେ ତାଙ୍କ ବୋହୂ ବିଷୟରେ କହିଥିଲେ। ଏସବୁ ଚର୍ଚ୍ଚା ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସତ ସାମ୍ନାକୁ ଆସିପାରିନାହିଁ। କି ଏହି ଯୋଡି ବି କୌଣସି ମତ ଦେଇନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

Sponsored