Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଶେଷରେ ସର୍ଭାଇକାଲ କ୍ୟାନସରରେ ହାରିଗଲେ ଝନକ ଫେମ ଡଲି ସୋହି

Ritu Das
Browse all articles by Ritu Das
·2 years ago
ଶେଷରେ ସର୍ଭାଇକାଲ କ୍ୟାନସରରେ ହାରିଗଲେ ଝନକ ଫେମ ଡଲି ସୋହି

ଅର୍ଗସ ବ୍ୟୁରୋ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଦୁଃଖଦ ଖବବ। ଝନକ ଫେମ ‘କଲଶ’, ‘ହିଟଲର ଦିଦି’, ‘ଦେବୋଁ କେ ଦେବ ମହାଦେବ’ ଭଳି ଅନେକ ହିଟ୍ ଟିଭି ସୋ’ରେ କାମ କରିଥିବା ଅଭିନେତ୍ରୀ ଡଲି ସୋହିଙ୍କର ଆଜି ପରଲୋକ ହୋଇଛି । ମାତ୍ର ୪୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ସେ ଗର୍ଭାଶୟ କର୍କଟ ( ସର୍ଭାଇକାଲ କ୍ୟାନ୍ସର) ସହ ଲଢ଼େଇ କରୁଥିଲେ। 

ସବୁଠୁ ବଡ ଦୁଃଖ ହେଉଛି ମାତ୍ର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗୁରୁବାର ରାତିରେ ତାଙ୍କ ଭଉଣୀ ଅମନଦୀପ ସୋହିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଆଜି ଭୋର ପାଖାପାଖି ୪ଟା ସମୟରେ ଡଲି ସୋହିଙ୍କର ନିଧନ ହୋଇଛି । ଏକାବେଳକେ ଦୁଇ ଭଉଣୀଙ୍କର ମୃତ୍ୟୁକୁ ନେଇ ଟେଲି ଦୁନିଆଁରେ ଶୋକର ଛାୟା ଖେଳିଯାଇଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jhanak fame | Argus News