Bollywood News / କିଏ ଏହି ଝିଅ ? କାହିଁକି କାହାକୁ ନକହି ଲୁଚିକି ବାହା ହେଇଗଲେ ଜୁବିନ୍...
·5 months ago·2 min read

Key Points
ଫ୍ୟାନ୍ସଙ୍କୁ ଦେଲେ ବଡ଼ ସରପ୍ରାଇଜ
ଲୁଚିଛପି ବାହା ହୋଇଗଲେ ଜୁବିନ୍ ନୌଟିଆଲ
ପତ୍ନୀ ସାଜିଲେ ପିଲାଦିନର ପ୍ରେମିକା
ଲୁଚିଛପି ବାହା ହୋଇଗଲେ ଜୁବିନ୍ ନୌଟିଆଲ
ପତ୍ନୀ ସାଜିଲେ ପିଲାଦିନର ପ୍ରେମିକା
ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ସିଙ୍ଗର ଜୁବିନ୍ ନୌଟିଆଲ। କେବଳ ଖୁସି ଖବର ନୁହେଁ, ଏହାସହ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଲୁଚିଛପି ବିବାହ କରିଛନ୍ତି ଜୁବିନ୍। ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ବିବାହ କରିଛନ୍ତି । ତାଙ୍କ ବିବାହ ନେଇ ଧିରେ ଧିରେ ଖବର ସାମ୍ନାକୁ ଆସୁଛି । ଦୀର୍ଘ ବର୍ଷ ଧରି ଜୁବିନ୍ ନୌଟିୟାଲ୍ ଭାରତୀୟ ସଙ୍ଗୀତ ଜଗତରେ ରାଜ କରୁଛନ୍ତି । ଅନେକ ହିଟ୍ ଗୀତ ସହିତ ନିଜ ପାଇଁ ଏକ ଦୃଢ଼ ସ୍ଥାନ ସୃଷ୍ଟି କରିଛନ୍ତି ଜୁବିନ୍ । Raatan Lambiyan, Akh Lad jaave, Kaabil Hoon ଭଳି ଗୀତଗୁଡ଼ିକ ତାଙ୍କୁ ଘରେ ଘରେ ପରିଚିତ କରାଇଛି । ଲୋକପ୍ରିୟତା ସତ୍ତ୍ୱେ, ଗାୟକ ନିଜର ବ୍ୟକ୍ତିଗତ ଜୀବନକୁ ସ୍ପଟଲାଇଟ୍ ଠାରୁ ଦୂରରେ ରଖିଛନ୍ତି।
ପୂର୍ବରୁ ଜୁବିନଙ୍କ ବିବାହ ନେଇ କାହା ପାଖରେ କୌଣସି ସୂଚନା ନଥିଲା । ଜୁବିନ ନୌଟିଆଲ ଉତ୍ତରାଖଣ୍ଡରେ ନିଜ ସଂପର୍କୀୟଙ୍କ ଉପସ୍ଥିତିରେ ପିଲାଦିନର ବାନ୍ଧବୀଙ୍କ ହାତ ଧରିଛନ୍ତି । ପିଲାଦିନର ପ୍ରେମିକା ସାଜିଛନ୍ତି ଜୁବିନଙ୍କ ପତ୍ନୀ । ଇଟାଇମ୍ସ ଅନୁଯାୟୀ, ‘ଜୁବିନଙ୍କ ବିବାହ ଧୁମଧାମରେ ହୋଇନାହିଁ, ବରଂ ସେ ଏକ ସରଳ ଏବଂ ପାରମ୍ପରିକ ବିବାହ ଉତ୍ସବର ଆୟୋଜନ କରିଥିଲେ । ସେ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୁପ୍ତ ରଖିବାକୁ ପସନ୍ଦ କରନ୍ତି । ଜୁବିନ ନିଜର ବିବାହକୁ ଗ୍ରାଣ୍ଡ ନକରି, ସଂପର୍କୀୟ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରେମିକାଙ୍କୁ ଜୀବନସାଥି କରିଛନ୍ତି ।
.ଜୁବିନଙ୍କ ପତ୍ନୀ କିଏ ?
ପ୍ରଶଂସକମାନେ ଜୁବିନଙ୍କ ପତ୍ନୀ କିଏ, ତାହା ଜାଣିବାକୁ ଉତ୍ସାହିତ। ରିପୋର୍ଟ ଅନୁସାରେ, ସେ ତାଙ୍କର ପିଲାଦିନର ବନ୍ଧୁ। ଏଠାରେ ଉଲ୍ଲେଖନୀୟ ଯେ, ଜୁବିନ୍ ଚଳିତବର୍ଷ ଭାଲେଣ୍ଟାଇନ୍ସ ଡେରେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ପ୍ରେମିକାଙ୍କ ସଂପର୍କରେ ହିଣ୍ଟ ଦେଇଥିଲେ। ଏହା ପରେ ପ୍ରଶଂସକମାନେ ଜାଣିବାକୁ ପାଇଲେ ଯେ, ଜୁବିନ ପ୍ରେମ କରୁଛନ୍ତି ଏବଂ ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଦୀପିକାଙ୍କୁ କୁହାଯାଇଥିଲା ଅନଫ୍ରଫେସନାଲ; ଏବେ ସମର୍ଥନରେ ବାହାରିଲେ କଙ୍ଗନା
କଣ୍ଠଶିଳ୍ପୀ ଜୁବିନ୍ ନୌଟିଆଲ୍ ବହୁତ ପରିଶ୍ରମ କରି ଇଣ୍ଡଷ୍ଟ୍ରିରେ ଏତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜୁବିନ୍ ଅନେକ ହିଟ୍ ଗୀତ ଦେଇଛନ୍ତି। ତାଙ୍କର ଗ୍ଲୋବାଲ୍ ହିଟ୍ ଗୀତଗୁଡ଼ିକର ତାଲିକା ବହୁତ ଲମ୍ବା । ଏଥିମଧ୍ୟରେ ରାତ୍ ଲମ୍ବିଆ, ଲୁଟ୍ ଗଏ, ହମନବା ମେରେ, ତୁମ୍ ହି ଆନା, ବେୱଫା ତେରା ମାସୁମ୍ ଚେହରା ଏବଂ ତୁଝେ କିତନା ଚାହନେ ଲଗେ ହମ୍ ଅନ୍ତର୍ଭୁକ୍ତ । ତାଙ୍କର ସୁମଧୁର ସ୍ୱର ଏବଂ ସୁନ୍ଦର ଚେହେରା ସହିତ ଜୁବିନ୍ ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories