Kangana Ranaut / ଦୀପିକାଙ୍କୁ କୁହାଯାଇଥିଲା ଅନଫ୍ରଫେସନାଲ; ଏବେ ସମର୍ଥନରେ ବାହାରିଲେ କଙ୍ଗନା
·5 months ago·3 min read

Key Points
ଦିନକୁ ୮ ଘଣ୍ଟା କାମ କରିବା ଦାବିକୁ ନେଇ ହୋଇଥିଲା ବିବାଦ
ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଆଣିଥିଲେ ଏହି ଦାବି
ଏବେ ସମର୍ଥନ କଲେ କ୍ଵିନ୍ କଙ୍ଗନା ରଣାୱତ୍
ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଆଣିଥିଲେ ଏହି ଦାବି
ଏବେ ସମର୍ଥନ କଲେ କ୍ଵିନ୍ କଙ୍ଗନା ରଣାୱତ୍
ଦୀପିକା ପାଦୁକୋନ ଦିନକୁ ୮ ଘଣ୍ଟା କାମ କରିବା ଦାବି ପରେ ତାଙ୍କୁ ଗତ ବର୍ଷ ଦୁଇଟି ଫିଲ୍ମରୁ କାଢି ଦିଆଯାଇଥିଲା । ଏବେ ବଲିଉଡ ଅଭିନେତ୍ରୀ ଏବଂ ସାଂସଦ କଙ୍ଗନା ରଣାୱତ ତାଙ୍କୁ ସମର୍ଥନ କରିଛନ୍ତି । ଦୀପିକା ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଜଣେ ମାଆ ଭାବରେ ଏପରି ଦାବି କରିବାର ଅଧିକାର "ଅର୍ଜନ" କରନ୍ତି ବୋଲି କଙ୍ଗନା କହିଛନ୍ତି । ସେତେବେଳେ ଦୀପିକା ଏପରି ଦାବି କରିବା ପରେ ଏହା ଉପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କେତେକ ଏହାକୁ ଯୁକ୍ତିଯୁକ୍ତ ବୋଲି କହିଥିବା ବେଳେ ଅନ୍ୟମାନେ ଏହାକୁ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅନଫ୍ରଫେସନାଲ୍ ବୋଲି କହିଥିଲେ ।
କଙ୍ଗନା କହିଥିଲେ ଯେ ମହିଳାମାନେ ସେମାନଙ୍କ କ୍ୟାରିଅର ଏବଂ ପାରିବାରିକ ଜୀବନକୁ ସନ୍ତୁଳିତ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । କଙ୍ଗନା ଆହୁରି କହିଥିଲେ ଯେ ଯେତେବେଳେ ବଲିଉଡରେ କେହି ନୂଆ ଥାଆନ୍ତି, ସେମାନଙ୍କୁ ଚୁଟକିରେ ଫିଲ୍ମରୁ ହଟାଯାଏ । କିନ୍ତୁ ଏଠାରେ ଦୀପିକାଙ୍କ ସ୍ଥିତି ଭିନ୍ନ । ଦୀପିକା ଏବେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ । ଯଦି ସେ ୮ ଘଣ୍ଟା କାମ କରିବା ପାଇଁ ଦାବି କରୁଛନ୍ତି, ତେବେ ତାଙ୍କ ପ୍ରସ୍ତାବକୁ ବିଚାରକୁ ନିଆଯାଏ । ଫିଲ୍ମ ନିର୍ମାତାମାନେ ତାଙ୍କ ସହ କାମ କରିବାକୁ ଚାହୁଁଥିବାରୁ ତାଙ୍କ ଦାବିକୁ ସମ୍ମାନ ଜଣାନ୍ତି ବୋଲି କଙ୍ଗନା କହିଛନ୍ତି ।
- 'ତାଙ୍କର ଗୋଟିଏ ଝିଅ ଅଛି, ସେ ଏବେ ଜଣେ ମାଆ'
- ପୂର୍ବ ସମୟକୁ ମନେ ପକାଇଲେ କଙ୍ଗନା
କଙ୍ଗନା କହିଥିଲେ ଯେ ମହିଳାମାନେ ସେମାନଙ୍କ କ୍ୟାରିଅର ଏବଂ ପାରିବାରିକ ଜୀବନକୁ ସନ୍ତୁଳିତ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । କଙ୍ଗନା ଆହୁରି କହିଥିଲେ ଯେ ଯେତେବେଳେ ବଲିଉଡରେ କେହି ନୂଆ ଥାଆନ୍ତି, ସେମାନଙ୍କୁ ଚୁଟକିରେ ଫିଲ୍ମରୁ ହଟାଯାଏ । କିନ୍ତୁ ଏଠାରେ ଦୀପିକାଙ୍କ ସ୍ଥିତି ଭିନ୍ନ । ଦୀପିକା ଏବେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ । ଯଦି ସେ ୮ ଘଣ୍ଟା କାମ କରିବା ପାଇଁ ଦାବି କରୁଛନ୍ତି, ତେବେ ତାଙ୍କ ପ୍ରସ୍ତାବକୁ ବିଚାରକୁ ନିଆଯାଏ । ଫିଲ୍ମ ନିର୍ମାତାମାନେ ତାଙ୍କ ସହ କାମ କରିବାକୁ ଚାହୁଁଥିବାରୁ ତାଙ୍କ ଦାବିକୁ ସମ୍ମାନ ଜଣାନ୍ତି ବୋଲି କଙ୍ଗନା କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଫିଲ୍ମରୁ ଆଉଟ୍ ହୋଇଥିଲେ ଦୀପିକା
ପଢନ୍ତୁ ଏହି ଖବର: ଫିଲ୍ମ କଲକି ସିକ୍ଵେଲ୍ରୁ ବାହାରିଲେ ଦୀପିକା, ଜଣାପଡ଼ିଲା କାରଣ...
ବିବାଦ ସତ୍ତ୍ୱେ, ଦୀପିକା ଏବେ ଦୁଇଟି ପ୍ରମୁଖ ଚଳଚ୍ଚିତ୍ର ସହିତ ସୁଟିଂ ଜାରି ରଖିଛନ୍ତି । ସେ ଅଲ୍ଲୁ ଅର୍ଜୁନଙ୍କ ସହ ଆଟଲିଙ୍କ "ରାକା"ରେ ନଜର ଆସିବେ ଏବଂ ଶାହରୁଖ ଖାନଙ୍କ "କିଙ୍ଗ"ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ସେପଟେ ବଲିଉଡ କ୍ଵିନ ରଣାୱତ ଶେଷ ଥର ପାଇଁ "ଇମରଜେନ୍ସି"ରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଥିଲେ । ଆଗାମୀ ଦିନରେ ସେ ହରର୍-ଡ୍ରାମା "ବ୍ଲେସଡ୍ ବି ଦ ଏଭିଲ୍" ସହିତ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ଯାଉଛନ୍ତି ।
Related Topics
Explore more stories