ଆରପାରିରେ ଅଭିନେତା ଜୁନିଅର ମେହମୁଦ, କର୍କଟ ରୋଗରେ ଥିଲେ ଆକ୍ରାନ୍ତ
·2 years ago·1 min read

ଅର୍ଗସ ବ୍ୟୁରୋ: ପରଲୋକରେ ବଲିଉଡ ଅଭିନେତା ଜୁନିଅର ମେହମୁଦ। ହିନ୍ଦୀ ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁନିଆକୁ ଅଲବିଦା କହିଛନ୍ତି ଜୁନିଅର ମେହମୁଦ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୭ ବର୍ଷ ବୟସ ହୋଇଥିଲା। ୭୦-୮୦ ଦଶକର ତାଙ୍କ ଅଭିନୟର ଯାଦୁ ଦେଖାଇଥିବା ଜୁନିଅର ମେହମୁଦ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସମୟ ଅତିବାହିତ କରିଛନ୍ତି। ଅଭିନେତାଙ୍କ ଜୁନିଅର ମେହମୁଦ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ଦେହାନ୍ତ ଖବରକୁ ତାଙ୍କ ଘନିଷ୍ଠ ବନ୍ଧୁ ସଲିମ କାଜୀଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ତାଙ୍କ ମୃତ୍ୟୁ ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ।
`କାରବାଁ', 'ହାଥୀ ମେରେ ସାଥି' ଏବଂ 'ମେରା ନାମ ଜୋକର' ଭଳି ଚଳଚ୍ଚିତ୍ରରେ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: